July 4, 2025
Home » ବଣିଆପାଟ ଶିଶୁ ମନ୍ଦିରରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

ବଣିଆପାଟ ଶିଶୁ ମନ୍ଦିରରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

0
WhatsApp Image 2025-02-21 at 11.07.10 PM

କେନ୍ଦୁଝର: ସ୍ଥାନୀୟ କଲେଜରୋଡ ସ୍ଥିତ ବଣିଆପାଟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଛି । ବିଦ୍ୟାଳୟର ଶିଶୁ ଭାଇ ଓ ଭଉଣୀଙ୍କ ଦ୍ଵାରା ସୁଲିଖନ , ପୁସ୍ତକ ପଠନ , ବକ୍ତୃତ ଓ କବିତା ଆବୃତ୍ତି ଆଦି କରିସାରିବାପରେ ମାତୃଭାଷା ସମ୍ଭଦୀୟ ପ୍ଲାକାର୍ଡ ଧରି କଲେଜରୋଡରେ ରାଲି କରିଥିଲେ । ପରେ ପରେ ବିଦ୍ୟାଳୟ ପରିସରରେ ପରିଚାଳନା ସମିତିର ଉପସଭାପତି ହୃଦାନନ୍ଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ହୋଇ ଥିବା ବେଳେ ସଂପାଦକ ଭାଗୀରଥି ଗିରି ଉପସ୍ଥିତ ହୋଇ ଆଜିର ଦିନ ସମ୍ବନ୍ଧରେ ଆଲୋକ ପାତ କରିଥିଲେ। ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ଶିକ୍ଷକ ରଙ୍ଗାଧର ବେହେରା ଯୋଗଦେଇ ଆମ ସମାଜରେ ମାତୃଭାଷାର ଆବଶ୍ୟକତା ଥିବାର ବର୍ଣ୍ଣନା କରିଥିଲେ। ପ୍ରଥମେ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ରୀ ରିତିଶା ରିତୁଶ୍ରୀ ବିଶ୍ଵାଳ , ତନ୍ମୟ ମହାନ୍ତ ଓ ଷଷ୍ଠ ଶ୍ରେଣୀ ର ନିହାର ମହାନ୍ତ ଆଜି ଦିନର ମହତ୍ୱ ବିଷୟରେ ବକ୍ତୃତା ଦେଇଥିଲେ। ପ୍ରଧାନ ଆଚାର୍ଯ୍ୟ ଦୀନବନ୍ଧୁ ମହାକୁଡ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ସଦସ୍ୟା ମନ୍ଦାକିନୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଛାତ୍ର ଓ ଛାତ୍ରୀ ତଥା ଆଚାର୍ଯ୍ୟ ଓ ଆଚାର୍ଯ୍ୟା ଏଥିରେ ସହଯୋଗ କରିଥିଲେ।

କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *