ବନ ମହୋତ୍ସବ ସପ୍ତାହ ପାଳନ ସହ ଆଇନ ସଚେତନତା କାର୍ଯ୍ୟକ୍ରମ ଓ ବୃକ୍ଷରୋପଣ

ସରକାରଙ୍କ ପକ୍ଷରୁ ମାଁ ପାଇଁ ଗଛଟିଏ ଉଦ୍ଦେଶ୍ୟ ରେ ୭୬ ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ତାଲୁକ ଆଇନ ସେବା ସମିତି ଧର୍ମଗଡ ପକ୍ଷରୁ ଛିଲିପା ପଞ୍ଚୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲା ଜଜ ତଥା ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତା ରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I
କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ବନରକ୍ଷୀ ସରଧାପୁର ଝୁନୁମାଳା ସାହୁ, ବରିଷ୍ଠ ଆଇନଜୀବୀ ମିହିର ରଞ୍ଜନ ପଟ୍ଟଯୋଶୀ, ସୁଧୀର ସାହୁ , ସଂଯୁକ୍ତା ପଣ୍ଡା, ରିଟେନର କମଳିନୀ ରଥ, ସରପଞ୍ଚ ଚିଲିପା ବିଭୁଦତ୍ତ ପ୍ରଧାନୀ, ନାଏବ ସରପଞ୍ଚ ଲିଲି ସାଗର, ପୂର୍ବତନ ଜିଲ୍ଲା ପରିଷଦ ସୁକାନ୍ତି ସା ଓ ସ୍ଥାନୀୟ ଵିଦ୍ୟାଳୟ ପ୍ରଧାନ ଶିକ୍ଷକ ମଥୁରାମ ସା ପ୍ରମୁଖ ମଞ୍ଚାସିନ ହୋଇଥିଲେ ।
ଏହି ଅବସରରେ ତାଳୁକ ଆଇନ ସେବା ସମିତି ର ଅଧ୍ୟକ୍ଷ ଶ୍ରୀ ପ୍ରଧାନ ଉପସ୍ଥିତ ଛାତ୍ରଛାତ୍ରୀ ଙ୍କୁ ଜଙ୍ଗଲ ସଂରକ୍ଷଣ ଆଇନ ଉପରେ ସମ୍ୟକ ଧାରଣା ଦେବା ସହ ବୃକ୍ଷରୋପଣ ଦ୍ଵାରା ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷର ଆବଶ୍ୟକତା ତଥା ଜଳବାୟୁ ପରିବର୍ତ୍ତନ ,ମୃତ୍ତିକା ସଂରକ୍ଷଣ ,ପ୍ରାକୃତିକ ଦୁର୍ବିପାକ, ସୁସ୍ଥ ଓ ସ୍ୱଚ୍ଛ ପରିବେଶ, ବିଷୟରେ ବୁଝେଇଥିଲେ।ସଭା କୁ ଶ୍ରୀମତୀ ସଂଯୁକ୍ତା ପଣ୍ଡା ପରିଚାଳନା କରିଥିଲେ ଓ ଶ୍ରୀ ମଥୁରାମ ସା ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ସମସ୍ତେ ବୃକ୍ଷରୋପଣ କରିଥିଲେ।
kalahandi jilla ru ବିଦ୍ୟାଧର ସାହୁଙ୍କ ରିପୋର୍ଟ epa news