December 18, 2025
Home » ବରଗଡ ଜିଲ୍ଲାସ୍ତରୀୟ ଫାଇଲେରିଆ ନିରାକରଣ ନିମନ୍ତେ ବୈଠକ ଅନୁଷ୍ଠିତ

ବରଗଡ ଜିଲ୍ଲାସ୍ତରୀୟ ଫାଇଲେରିଆ ନିରାକରଣ ନିମନ୍ତେ ବୈଠକ ଅନୁଷ୍ଠିତ

0
WhatsApp Image 2025-12-18 at 1.24.29 PM

ବରଗଡ଼: ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ବରଗଡ଼ ଜିଲ୍ଲାସ୍ତରୀୟ ଫାଇଲେରିଆର ନିରାକରଣ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
ଉକ୍ତ ସଭାରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ବରଗଡ଼ ଜିଲ୍ଲା ସ୍ତରୀୟ ଫାଇଲେରିଆର ନିରାକରଣ ଉପରେ ଆଲୋକପାତ କରିଥିଲେ । ବରଗଡ଼ ଜିଲ୍ଲାର ବରପାଲି ବ୍ଲକର ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ଫାଇଲେରିଆ ରୋଗର ନିୟନ୍ତ୍ରଣ ଓ ତା’ର ନିରାକଣ ପାଇଁ ଜିଲ୍ଲାସ୍ତରୀୟ ବୈଠକରେ ଆଲୋଚନା କରାଗଲା । ଆସନ୍ତା ୨୦୨୬ବର୍ଷରେ ଫେଵୃୟାରୀ ୧୦ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ବରପାଲି ଠାରେ ସ୍ବାସ୍ଥ୍ୟ ବିଭାଗ ତରଫରୁ ଫାଇଲେରିଆ ନିରାକରଣ ନିମିତ୍ତ ଜନସାଧାରଣରେ ସାମୂହିକ ଭାବରେ ଔଷଧ ସେବନ କରାଯିବା ପାଇଁ କାର୍ଯକ୍ରମ ସ୍ଥିର କରାଗଲା ।

ଉକ୍ତ କାର୍ଯକ୍ରମରେ ଅଙ୍ଗନୱାଡ଼ି କର୍ମୀ ଆଶା ଦିଦି ମାନେ ଏବଂ ତାଲିମ ପ୍ରାପ୍ତ ଶିକ୍ଷା ସେବୀ ମାନେ ଘର ଘର ଯାଇ ଫାଇଲେରିଆ ଔଷଧ ଖୁଆଇବେ । ୨ ବର୍ଷ, ଗର୍ଭବତୀ ମହିଳା ଏବଂ ଅତିଶୟ ଗୁରୁତର ରୋଗୀଙ୍କ ବ୍ୟତୀତ ସମସ୍ତଙ୍କୁ ଔଷଧ ସେବନ କରାଯିବ । ଜିଲ୍ଲା ର ପ୍ରତ୍ୟେକ ବିଭାଗ ସମନ୍ଵୟ ରକ୍ଷା କରି ଏହି କାର୍ଯ୍ୟକ୍ରମରେ ସାମିଲ ହେବା ସହ ଜିଲ୍ଲା କୁ ଆଗାମୀ ଦିନରେ ଫାଇଲେରିଆ ମୁକ୍ତ କରିବା ଦିଗରେ ଜନସାଧାରଣ କୁ ଯତ୍ନବାନ ହେବାକୁ ଜିଲ୍ଲାପାଳ ଆହ୍ବାନ କରିଛନ୍ତି । ଔଷଧ ସେବନ କରାଇବା ନିମନ୍ତେ ୬୭୩ ଜଣ କର୍ମୀ ନିୟୋଜିତ କରାଯାଇଛି ଓ ଏହାର ତଦାରଖ ପାଇଁ ୬୭ ଜଣ ସୁପରଭାଇଜର ରହିଥିବା ବେଳେ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ ଜୋନାଲ ସଂଯୋଜକ ଡା. ଶ୍ୟାମ ରଥ ଆଲୋକପାତ କରିଥିଲେ ଓ ସ୍ବାସ୍ଥ୍ୟ ବିଭାଗର ଅନ୍ୟାନ୍ୟ ମାସିକ ସମୀକ୍ଷା ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

ଉକ୍ତ ବୈଠକରେ ଶିଶୁମାନଙ୍କର ପ୍ରମାଣ ପତ୍ର ଠିକ୍ ଭାବରେ ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ଆଦେଶ ଦେଇଥଲେ । ଉକ୍ତ ବୈଠକରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲଙ୍କ ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ କୁବେର ଚନ୍ଦ୍ର ମହନ୍ତ, ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡ. ମହାନ୍ତି, DPM, NHM, ଶ୍ରୀ ଦୀପକ ସାହୁ, ଭେକ୍ଟର ବାହିତ ରୋଗ ପରାମର୍ଶଦାତା ଆଲୋକ ପଟେଲ, ଜିଲ୍ଲା ଫାଇଲେରିଆ ସଂଯୋଜକ ଜବକିମସନ୍ ପ୍ରଧାନ ସମେତ ବିଭିନ୍ନ ଜିଲ୍ଲା ତଥା ବ୍ଲକ ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥଲେ । ପରିଶେଷରେ ଜିଲ୍ଲାପାଳ ଏହି କାର୍ଯକ୍ରମ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଅଧିକାରୀ ମାନଙ୍କୁ ଆଦେଶ ପ୍ରଦାନ କରିଥିଲେ । ଏହି ସଭାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ ବୃନ୍ଦ ସଭା ପରିଚାଳନାରେ ସହଯୋଗ କରିଥିଲେ ।

ଇପିଏରୁ ବରଗଡ଼ ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ( ଇଷ୍ଟର୍ଣ୍ଣ ପ୍ରେସ୍‌ ଏଜେନ୍ସୀ)

Leave a Reply

Your email address will not be published. Required fields are marked *