February 6, 2026
Home » ବରମୁଣ୍ଡା ମକରମେଳା ଉଦଯାପିତ

ବରମୁଣ୍ଡା ମକରମେଳା ଉଦଯାପିତ

0
WhatsApp Image 2026-01-17 at 7.44.52 PM (1)

 

ବରଗଡ଼/ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବରମୁଣ୍ଡା ଗ୍ରାମ ନିକଟସ୍ଥ ଯୋଗେଶ୍ୱର ମଠରେ ତିନିଦିନ ବ୍ୟାପୀ ମକର ସଂକ୍ରାନ୍ତି ମେଳା ମହା ଆଡମ୍ବର ସହିତ ପାଳିତ ହୋଇଯାଇଛି । ପ୍ରଥମେ ଗ୍ରାମର ସଙ୍କୀର୍ତ୍ତନ ସହିତ ଅସଂଖ୍ୟ ଶ୍ରଦ୍ଧାଳୁମାନେ ସାମିଲ ଥିବା କଳସ ଯାତ୍ରାରେ ଗ୍ରାମ ପୋଖରୀରୁ ପୂର୍ଣ୍ଣଜଳ କଳସ ଆଣି ଯୋଗେଶ୍ୱର ମଠରେ ସ୍ଥାପନ କରିବା ପରେ ମେଳାର ଆରମ୍ଭ ହୋଇଥିଲା ।

ବିଭିନ୍ନ ଦିବସରେ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତି ରହିଥିବା ବେଳେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଜେପୁର ବିଧାୟକ ସନତ କୁମାର ଗଡତିୟା, ସମ୍ମାନୀତ ଅତିଥି ମାନ୍ୟବର ପୂର୍ବତନ ବିଧାୟିକା ରୀତା ସାହୁ, ଜିଲ୍ଲା ପରିଷଦ ସଦସ୍ୟ ସୁଶାନ୍ତ କୁମାର ଗଡତିଆ, ଯୋଖିପାଲି ସରପଞ୍ଚ ସବିତା ସାହୁ ଉପସ୍ଥିତ ଥିଲେ ।

ତିନି ଦିନ ବ୍ୟାପି ଅନୁଷ୍ଠିତ ଉକ୍ତ ମେଳାର ପ୍ରଥମ ଦିନ ବିଶିଷ୍ଟ ପ୍ରବଚକ ଉମାକାନ୍ତ ସାହୁଙ୍କ ଭାଗବତ ଗୀତା ବଖାଣ, ବୃନ୍ଦାବନ ଚନ୍ଦ୍ର ଭଜନ ସନ୍ଧ୍ୟା ଭୁବନେଶ୍ବରର କଣ୍ଠଶିଳ୍ପୀ ଶ୍ରୀକର ପାଢୀ, ବଜରଙ୍ଗ ଶତପଥି, ତବଳା ବାଦକ ରାକେଶ ଜେନାଙ୍କ ଭଜନ ପରିବେଷଣ, ଦିତୀୟ ଦିନ ଭୁବନେଶ୍ୱରର ସାଂସ୍କୃତିକ ଅନୁଷ୍ଠାନ ‘ସୁଭଦ୍ରା ଭଜନଧାରା’ ର କଣ୍ଠଶିଳ୍ପୀ ଶରତଚନ୍ଦ୍ର ବାରିକ, ସୁନୀତା ମହାରଣା, ଜୀବନ ଦାଶ ଓ ସୁବର୍ଣ୍ଣ କୁମାରଙ୍କ ଭଜନ ପରିବେଷଣ ଓ ପ୍ରବଚକ ଜିତେନ୍ଦ୍ର ଦାଶଙ୍କ ପ୍ରବଚନ, ତୃତୀୟ ଦିନ ପ୍ରବଚକ ଜିତେନ୍ଦ୍ର ଦାଶଙ୍କ ପ୍ରବଚନ କାର୍ଯ୍ୟକ୍ରମ ପରେ ସନ୍ଧ୍ୟାରେ କେନ୍ଦୁଝରର ‘ଅଲେଖ ମହିମା ଖଞ୍ଜଣି ଦଳ’ ର ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଶ୍ରଦ୍ଧାଳୁଙ୍କୁ ମନ୍ତ୍ରମୀଗ୍ଧ କରିଥିଲା । ପ୍ରତ୍ୟହ ଗୀତା ପାଠ ହୋମଯଜ୍ଞ କାର୍ଯ୍ୟକ୍ରମ ସହିତ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ମକର ପ୍ରସାଦ ବଣ୍ଟନ କରାଯାଇଥିଲା । କଳସ ଭସାଣି ଉତ୍ସବ ପରେ ମକର ମେଳାର ପରିସମାପ୍ତି ଘଟିଥିଲା । ଏହି କାର୍ଯ୍ୟକ୍ରମରେ ବରମୁଣ୍ଡା ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

 ଇପିଏରୁ ବରଗଡ଼ ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ( ଇଷ୍ଟର୍ଣ୍ଣ ପ୍ରେସ୍‌ ଏଜେନ୍ସୀ)

Leave a Reply

Your email address will not be published. Required fields are marked *