February 10, 2026
Home » ବରିଷ୍ଠ ନାଗରିକ ସଂଘ ପକ୍ଷରୁ ପିତୃମାତୃ ପୂଜନ ଦିବସ ପାଳିତ

ବରିଷ୍ଠ ନାଗରିକ ସଂଘ ପକ୍ଷରୁ ପିତୃମାତୃ ପୂଜନ ଦିବସ ପାଳିତ

0
WhatsApp Image 2025-02-16 at 5.30.07 PM (1)

ଫୁଲବାଣୀ ମାଆ ନାରାୟଣୀଙ୍କ ସଭାଗୃହରେ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ପିତୃମାତୃ ପୂଜନ ଦିବସ ପାଳିତ ହୋଇଯାଇଛି।କାର୍ଯ୍ୟକାରୀ ସଭାପତି ପଦ୍ମଚରଣ ସ୍ୱାଇଁଙ୍କ ସଭାପତିତ୍ୱରେ ଏହି ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ବରିଷ୍ଠ ନାଗରିକ ନବୀନ କିଶୋର ପଣ୍ଡା, ଅମୀୟ ଦାସ, ବଂଶୀଧର ପଣ୍ଡା,ପିତାମ୍ବର ମିଶ୍ର,ନବ କିଶୋର ରଥ,ଅନନ୍ତ ଚରଣ ମିଶ୍ର ପ୍ରମୁଖ ପିତାମାତା ,ଜେଜେ ଓ ଜେଜେମାଙ୍କ ତ୍ୟାଗ ସମ୍ପର୍କରେ ବହୁମୂଲ୍ୟ ପରାମର୍ଶ ଦେଇଥିଲେ। ଗୁରୁଜନମାନଙ୍କୁ କିଭଳି ଭକ୍ତି ଆଦର ଓ ସ୍ନେହପୂର୍ଣ୍ଣ କଥାବାର୍ତ୍ତା ଓ ବ୍ୟବହାର କରିବା ଆବଶ୍ୟକ ,ସେ ସମ୍ପର୍କରେ ସୂଚନା ଦେଇଥିଲେ।ପିଲାମାନଙ୍କ ପାଇଁ ବାପା ମାଆଙ୍କ ତ୍ୟାଗ ଅବର୍ଣ୍ଣନୀୟ।ତେଣୁ ଆଧୁନିକତାକୁ ଆପଣେଇବାକୁ ଯାଇ ଆମେ ଆମର ଐତିହ୍ୟ ଓ ସଂସ୍କୃତି କୁ ଭୁଲି ଯାଉଥିବା ବେଳେ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଏହି ଦିବସ ପାଳନ ଅତ୍ୟନ୍ତ ପ୍ରଶଂସନୀୟ ।

କାର୍ଯ୍ୟକ୍ରମକୁ ବରିଷ୍ଠ ନାଗରିକ ସଂଘର ସଂମ୍ପାଦକ ପ୍ରଣବ ମଣ୍ଡଳ ପରିଚାଳନା କରିଥିବା ବେଳେ ବରିଷ୍ଠ ହେବାପରେ ବାପା ମାଆଙ୍କୁ ଅବହେଳା ନ କରିବାକୁ ପରାମର୍ଶ ଦେଇଥିଲେ। ନାତି ନାତୁଣୀ ଓ ଝିଅ ମାନଙ୍କ ମଧ୍ୟରେ ରୁପଶ୍ରୀ ,ସ୍ୱୟଂଶ୍ରୀ ଅଲିଭା ଓ ଶୁଭଶ୍ରୀ ପ୍ରମୁଖ ବରିଷ୍ଠ ମାନଙ୍କୁ ଉପଯୁକ୍ତ ସମ୍ମାନ ଦେବା ଓ ପରିବାରର ସମ୍ପତ୍ତି ବୋଲି ଅଭିହିତ କରିଥିଲେ।ଶେଷରେ ବରିଷ୍ଠ ନାଗରିକ ମାନଙ୍କୁ ଚନ୍ଦନ,ପୁଷ୍ପ ଓ ଦୀପ ଦେଇ ନାତି ନାତୁଣୀ ମାନେ ପୂଜା କରିଥିଲେ।

Leave a Reply

Your email address will not be published. Required fields are marked *