February 21, 2026
Home » ବରିଷ୍ଠ ନାଗରିକ ସେବା ସମ୍ମାନ ସମାରୋହ ଅନୁଷ୍ଠିତ

ବରିଷ୍ଠ ନାଗରିକ ସେବା ସମ୍ମାନ ସମାରୋହ ଅନୁଷ୍ଠିତ

0
WhatsApp Image 2026-02-21 at 4.11.03 PM

 

ବରଗଡ଼: ଆଜି ଜିଲ୍ଲା ବରିଷ୍ଠ ନାଗରିକ ସଂଘ ସମ୍ମିଳନୀ କକ୍ଷଠାରେ ଗତ ୭୮ତମ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମୋହତ୍ସବ ମହୋତ୍ସବର ସଫଳ ଆୟୋଜନରେ ଉଲ୍ଲେଖନୀୟ ଅବଦାନ ରଖିଥିବା ସକ୍ରିୟ କର୍ମୀ ଓ ଅଧିକାରୀମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଏକ ସମ୍ମାନ ସମାରୋହ ଆୟୋଜିତ ହୋଇଥିଲା।ଏହି ସମାରୋହରେ ଧନୁଯାତ୍ରା ସମୟରେ ପ୍ରଶାସନିକ ସମନ୍ୱୟ, ଶୃଙ୍ଖଳାବଦ୍ଧ ପରିଚାଳନା ଓ ପ୍ରଚାର ପ୍ରସାର, ସାଂସ୍କୃତିକ କାର୍ଯ୍ୟକ୍ରମର ସଫଳ ଆୟୋଜନ, ଜନସାଧାରଣଙ୍କ ସୁବିଧା ସୁନିଶ୍ଚିତକରଣ ଏବଂ ପରମ୍ପରା ସୁରକ୍ଷାରେ ଯେଉଁମାନେ ନିଷ୍ଠାର ସହିତ କାର୍ଯ୍ୟ କରିଥିଲେ, ସେମାନଙ୍କୁ ସଙ୍ଘ ତରଫରୁ କୃତଜ୍ଞତା ଜଣାଇବା ସହ ବରିଷ୍ଠ ନାଗରିକ ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା ।ସମାରୋହରେ ସମ୍ମାନିତ ହୋଇଥିବା ଅଧିକାରୀମାନଙ୍କ ମଧ୍ୟରେ ବରଗଡ଼ ଉପଜିଲ୍ଲାପାଳ ତଥା ଗୋପପୁର କମିଟିର ଆବାହକ ଶ୍ରୀ ପ୍ରସନ୍ନ କୁମାର ପାଣ୍ଡେ, ସହ- ଆବାହକ ତଥା ବରଗଡ଼ ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେବାନନ୍ଦ ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ପ୍ରଚାର ପ୍ରସାର କମିଟିର ଆବାହକ ଶ୍ରୀ ପ୍ରହଲ୍ଲାଦ ଖୋସଲା, ବାଲ ଧନୁଯାତ୍ରାର ଆୟୋଜନ ପାଇଁ ତଥା ଜ଼ିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଜ୍ୟୋତିକାନ୍ତ ସାହୁ ଏବଂ ଜିଲ୍ଲା ସମାଜିକ ସୁରକ୍ଷା ଓ ସଂସ୍କୃତି ଅଧିକାରୀ ଶ୍ରୀ ତାହିର ହୁସେନ,ବରିଷ୍ଠ କଳାକାର ଶ୍ରୀ ଶଙ୍କର ପଟ୍ଟନାୟକଙ୍କ ସମେତ ନିୟନ୍ତ୍ରିତ ବଜାର କମିଟି ସଂପାଦକ ଶ୍ରୀ ଗୋବିନ୍ଦ ନାଗ ସେବା ସମ୍ମାନ ସ୍ମୃତିଚିହ୍ନ ଗ୍ରହଣ କରିବା ସହ ଆଗାମୀ ଦିନରେ ମଧ୍ୟ ବରଗଡ଼ ଧନୁଯାତ୍ରାର ଗୌରବମୟ ପରମ୍ପରାକୁ ସୁରକ୍ଷିତ ଓ ସୁଦୃଢ଼ କରିବା ପାଇଁ ସମସ୍ତଙ୍କ ସାମୂହିକ ପ୍ରୟାସ ଜାରି ରଖିବାର ସଙ୍କଳ୍ପ ନେଇଥିଲେ।

 

ସଭାପତି ଶ୍ରୀ କେଦାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମାନ ସମାରୋହରେ ସଂପାଦକ ଗୋବିନ୍ଦ ଦାଶ ସଂଘର ସମାଜ ସେବାରେ ବିଶେଷ ଭୂମିକା ବିଷୟରେ ଆଲୋକପାତ କରିଥିବା ବେଳେ ସର୍ଦାର ପ୍ରିତମ ସିଂ ସଭାକାର୍ଯ୍ୟ ପରିଚାଳନା କରିଥିଲେ ଏବଂ ଉପସଭାପତି ନିର୍ମଳ କିଶୋର କର ଅତିଥି ପରିଚୟ ପ୍ରଦାନ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ନବକିଶୋର ସାହୁ, ଚନ୍ଦ୍ର ଶେଖର ସାହୁ , ଜଗଦୀଶ ସାହୁ, ଅମୂଲ୍ୟ ପତି, ଗୌର ଚନ୍ଦ୍ର କର, ମଙ୍ଗଳୁ ବିଶ୍ୱାଳ,ନବ କିଶୋର ସାହୁ, ବଳରାମ ବାବୁ ,ପ୍ରଶନ୍ନ କୁମାର ପ୍ରଧାନ, ସୁଶୀଲ ମହାପାତ୍ର, କେଦାର ଚରଣ ଦାଶ, ସତ୍ୟ ନାରାୟଣ ପଣ୍ଡା, ବାଳ ମୁକୁନ୍ଦ ଦାଶ,ଦେବୀ ପଟ୍ଟନାୟକ, କୃଷ୍ଣ ପଟ୍ଟନାୟକ ଆଦି ଶତାଧିକ ସଭ୍ୟ ଯୋଗଦେଇଥିବା ବେଳେ ସମସ୍ତଙ୍କୁ ଡ଼ ଦୋଳାମଣି ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ ।

ଇପିଏର ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ(ଇଷ୍ଟର୍ଣ୍ଣ ପ୍ରେସ୍‌ ଏଜେନ୍‌ସୀ) ରିପୋର୍ଟ,

Leave a Reply

Your email address will not be published. Required fields are marked *