ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ୟେଲା କଣ୍ଡା ବାବୁଙ୍କ ଦେହାନ୍ତ
ବରିଷ୍ଠ ବିଜେପି ନେତା ଏବଂ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ୟେଳା କଣ୍ଡାବାବୁ (୬୮) ଙ୍କ ଗୁରୁବାର ରାତିରେ ହୃଦଘାତରେ ମୃତ୍ୟୁ ହୋଇଛି।ସୂତ୍ରରୁ ଜଣାପଡ଼ିଛି ଯେ ,ରାତି ବିଜେପି ଦଳୀୟ କାର୍ଯ୍ୟାଳୟରୁ ଘରୁକୁ ଫେରି ରାତ୍ର ଭୋଜନ ସାରି ଶୋଇଥିବା ବେଳେ ରାତି ୧୧.୩୦ ସମୟରେ ଖଟରୁ ତଳକୁ ଖସି ପଡ଼ିବା ପରେ ଡାକ୍ତରଖାନା ନେବା ସମୟରେ ହିଁ ତାଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ଘୋଷିତ କରିଥିଲେ । ବରିଷ୍ଠ ବିଜେପି ନେତା ୟେଲ୍ଲା କଣ୍ଡା ବାବୁଙ୍କ ବିୟୋଗ ଜଣାପଡ଼ିବା କ୍ଷଣାତ ରାଜନେତାଙ୍କ ମହଲରେ ଶୋକ ଚ୍ଛାୟା ଖେଳିଯିବା ସହ ସ୍ୱର୍ଗତ କଣ୍ଡାବାବୁଙ୍କ ବାସଭବନରେ ଜନସମାଗମ ଭିଡ଼ ଦେଖା ଦେଇଥିଲା। ତାଙ୍କ ମୃତ୍ୟୁ ଖବର ପାଇବା ପରେ ଏସଡିସି ଅଧ୍ୟକ୍ଷ,ଉପାଧ୍ୟକ୍ଷ,କୋରାପୁଟ ସାଂସଦ,ରାୟଗଡ଼ା ବିଧାୟକ, ବହୁ ବରିଷ୍ଠ ନେତା ପହଞ୍ଚି ଶୋକସନ୍ତପ୍ତ ଜଣାଇଥିଲେ। ରାୟଗଡ଼ା ବିଜେପି ଦଳ ବିଜେପି ନେତାଙ୍କ ଆକସ୍ମିକ ବିୟୋଗରେ ଶୋକ ପ୍ରକାଶ କରି କହିଛନ୍ତି ଯେ,ତାଙ୍କ ମୃତ୍ୟୁ ଦଳ ଏବଂ ରାଜ୍ୟ ପାଇଁ ଏକ ବଡ଼ କ୍ଷତି। ଦିବଂଗତ ନେତା ଜିଲ୍ଲାରେ ବରିଷ୍ଠ ବିଜେପି ପ୍ରଚାରକ ତଥା ଶକ୍ତ ଦଳୀୟ ସଂଗଠକ ଥିଲେ ଏବଂ ରାଜ୍ୟରେ ମଧ୍ୟ ତାଙ୍କ ଦ୍ୱାରା ବିଜେପି ଦଳୀୟ ପ୍ରସାର କରିବାରେ ତାଙ୍କର ବହୁତ ଅବଦାନ ରହିଥିଲା।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
