July 1, 2025
Home » ବରିଷ୍ଠ ସମ୍ବାଦିକଙ୍କ ମାଆଙ୍କ ବିୟୋଗ

ବରିଷ୍ଠ ସମ୍ବାଦିକଙ୍କ ମାଆଙ୍କ ବିୟୋଗ

0
WhatsApp Image 2024-10-25 at 11.45.41 AM

ବରିଷ୍ଠ ସମ୍ବାଦିକ ତଥା “ଈଟିଭି ଭାରତ “ରାୟଗଡ଼ା ଜିଲ୍ଲା ପ୍ରତିନିଧୂ ରଞ୍ଜନ ରଥଙ୍କ ମାଆଙ୍କ ବିୟୋଗ ଘଟିଛି ।ରାମକୃଷ୍ଣନଗରରେ ସ୍ଥିତ ତାଙ୍କ ବାସଭବନରେ ୭୭ ବର୍ଷରେ ସ୍ୱର୍ଗତ ବସନ୍ତ କୁମାରୀ ରଥ ଗୁରୁବାର ଅକ୍ଟୋବର ୨୪
ତାରିଖ ସନ୍ଧ୍ୟା ୫.୪୫ ସମୟରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସେ ଅତ୍ୟନ୍ତ ସ୍ନେହି ଓ ଅମାୟିକ ମହିୟଶୀ ମହିଳା ଥିଲେ । ତାଙ୍କ ଦେହାନ୍ତ ଖବର ପାଇବା ପରେ ଅଞ୍ଚଳରେ ବିଭିନ୍ନ ମହଳରେ ଶୋକର ଛାୟା ଖେଳି ଯାଇଥ‌ିବା ବେଳେ ବିଭିନ୍ନ ମହଳରୁ ଶୋକ ସନ୍ଦେଶ ପହଞ୍ଚିଛି। ସେ ଦୀର୍ଘ ଦିନରୁ ସ୍ଵାସ୍ଥ୍ୟଗତ ସମସ୍ୟାରେ ପୀଡ଼ିତ ରହିଥିବା ବେଳେ ବିଗତ ଚାରିମାସରୁ କଥା କହିବା,ଦୃଷ୍ଟି ଶକ୍ତି, ଚଳନ ସମ୍ପୂର୍ଣ୍ଣ ବନ୍ଦ ହୋଇଥିବା ନେଇ ପରିବାର ବର୍ଗ ପକ୍ଷରୁ ଜଣାପଡିଛି। ବିଭିନ୍ନ ସଙ୍ଗଠନ ପକ୍ଷରୁ ଶୋକସନୃପ ପରିବାର ବର୍ଗଙ୍କୁ ଭେଟି ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜ୍ଞାପନ କରିଛନ୍ତି। ତାଙ୍କ ପାର୍ଥିବ ଶରୀରକୁ ରାୟଗଡ଼ ବ୍ରାହ୍ମଣ ସାହିରେ ଥିବା ଶ୍ମଶାନରେ ସତ୍କାର କରାଯାଇଛି ।

ରାୟଗଡା ଜିଲ୍ଲା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *