November 13, 2025
Home » ବର୍ଷା ଅଭାବ ଯୋଗୁଁ ଶୁଖିଲା ପଡ଼ିବାକୁ ବସିଲାଣି ଚାଷଜମି

ବର୍ଷା ଅଭାବ ଯୋଗୁଁ ଶୁଖିଲା ପଡ଼ିବାକୁ ବସିଲାଣି ଚାଷଜମି

0
WhatsApp Image 2025-08-08 at 11.00.03 AM

l
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ଗାଁରେ ଦେଖା ଦେଲାଣି ମରୁଡ଼ି ପରିସ୍ଥିତି l ଚଳିତ ବର୍ଷ ଚାଷ ଆରମ୍ଭରୁ ଭଲ ବର୍ଷା ହୋଇଥିଲା l ବର୍ଷା କୁ ଦେଖି ଚାଷୀ ମଧ୍ୟ ଖୁସି ଥିଲେ l ଚାଷୀ ତାର ବର୍ଷକର ପରିଶ୍ରମ କୁ ଅଜାଡି ଦେଲା ଚାଷ ଜମିରେ l ସୁବର୍ଣ୍ଣପୁର ଜିଲ୍ଲାରେ ଏବେ ବର୍ଷା ଅଭାବ ଯୋଗୁଁ ଉଲୁଣ୍ଡା ବ୍ଲକ କୋଟସମଲେଇ ଅଂଚଳ ର ଜଳ ସେଚନ ବ୍ୟବସ୍ଥା ନ ଥିବା ଚାଷ ଜମି ଗୁଡିକ ଏବେ ଶୁଖିଲା ପଡ଼ିଲାଣି l ସୁରୁଖୁରୁରେ ଆରମ୍ଭ ହୋଇଥିଲା ଚାଷ l ଆସନ୍ତାକାଲି ଶନିବାର ଶେଷ ହେବ ଶ୍ରାବଣ l ଚାଷୀଙ୍କୁ ବର୍ଷା ସାଜିଛି ଦାଉ l କୁଆଡେ ଉଭାନ ହୋଇଯାଇଛି ବର୍ଷା l ଶୁଖିଲା ପଡ଼ିଲାଣି ଚାଷ ଜମି l କେଉଁଠି ମାଟି ଫାଟି ଆଁ କଲାଣି ତ କେଉଠି ଶୁଖିଲା ପଡି ଟାଙ୍ଗରା ହୋଇଗଲାଣି l

ଏବେ ବର୍ଷା ଯୋଗୁଁ ଆଗେଇ ପାରୁନି ଚାଷୀଙ୍କ ଚାଷ କାର୍ଯ୍ୟ l ଶୁଖିଲା ଖେତ କୁ ଦେଖି ମୁଣ୍ଡରେ ହାତ ଦେବାକୁ ବସିଲେଣି ଚାଷୀ l ମରିବାକୁ ବସିଲାଣି ଚାଷଜମି l ଯଦି ଆଗକୁ ଏପରି ବର୍ଷାର ଅଭାବ ଲାଗି ରୁହେ ତେଵେ ଚଳିତ ଖରିପ ଋତୁ ରେ ଚାଷୀ ମରୁଡି ପରିସ୍ଥିତି ରେ ପଡିବା ନେଇ ଆଶଙ୍କା ଦେଲାଣି l ସେହିପରି ଋଣ କରି ଚାଷ କରିଥିବା ଚାଷୀ ବିଶେଷକରି ବହୁ ଅସୁବିଧାର ସମ୍ମୁଖୀନ ହେବେ l ଏବେ ଟାଣ ଖରା ସାଙ୍ଗ କୁ ଅନେକ ଚାଷୀ ଙ୍କ ଜମି ମାଟି ଶୁଖିଲା ପଡ଼ିଲାଣି l ଅନ୍ୟ ପଟେ ବର୍ଷା ର ଅଭାବ ରୁ କେନାଲ ଗୁଡିକ ରେ ମଧ୍ୟ ଜଳ ସ୍ତର ହ୍ରାସ ପାଉଛି l ଚଳିତ ବର୍ଷ ଭଲ ବର୍ଷା ହେବ ବୋଲି ଆକଳନ କରିଥିଲା ପାଣିପାଗ ବିଭଗ l କିନ୍ତୁ ଏବେ ବର୍ଷା ଅଭାବୀ ଯୋଗୁଁ ଚାଷୀ ଚନ୍ତା ରେ ପଡିବା ସହ କିପରି ଚାଷ କାର୍ଯ୍ୟ ସମ୍ପାଦନ କରିବେ ସେ ନେଇ ଦ୍ୱନ୍ଦ୍ୱ ରେ ଚାଷୀ l ଅବଶ୍ୟ ଆଜି ଆକାଶ ରେ ବାଦଲ ଦେଖାଯାଉଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *