December 3, 2025
Home » ବଲାଙ୍ଗିର ରେ ସର୍ବଭାରତୀୟ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି

ବଲାଙ୍ଗିର ରେ ସର୍ବଭାରତୀୟ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି

0
WhatsApp Image 2025-09-01 at 1.40.59 PM

 

ବଲାଙ୍ଗିର  ସର୍ବଭାରତୀୟ ପୌରପରିଷଦ ର ସ୍ବାୟତ୍ତ ଶାସନ ଦିବସ ପାଳନ ଅବସରରେ ଆମର ବଲାଙ୍ଗିର ପୌରପରିଷଦ ତରଫରୁ ମଧ୍ଯ ଅଗଷ୍ଟ ୩୧ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷି ରେ ସକାଳୁ ସକାଳୁ ପୌରପରିଷଦ ଠାରେ ପୌରାଧ୍ୟକ୍ଷା ଲିକା ସାହୁଙ୍କ ନେତୃତ୍ବ ରେ ସମସ୍ତ କାଉନସିଲର ସମସ୍ତ କର୍ମଚାରୀଙ୍କ ସହିତ ପୌର ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରାଙ୍କ ଉପସ୍ଥିତିରେ ପୌରାଧ୍ୟକ୍ଷା ଜାତୀୟ ପତାକା ଉତ୍ତୋଳନ କରି କର୍ମଚାରୀ ଓ କାଉନସିଲର ମାନଙ୍କ ଉଦ୍ଦେଶ୍ଯ ରେ ସ୍ବାୟତ୍ତ ଶାସନ ଦିବସ ର ଗୁରୁତ୍ବ ବିଷୟରେ ସମ୍ଭାଷଣ ରଖିଥିଲେ । ଏହା ପରେ ପରେ ସହରରେ ଅବସ୍ଥିତ ସମସ୍ତ ମହାପୁରୁଷମାନଙ୍କ ପ୍ରତିମୁର୍ତ୍ତୀ ରେ ପୁଷ୍ପମାଲ୍ଯ ଅର୍ପଣ କରାଯାଇ ଦିନ ୧୧ ଘଣ୍ଟା ସମୟରେ ଆମର ବଲାଙ୍ଗିର ର ବରିଷ୍ଠ ନାଗରିକ ବରିଷ୍ଠ କଳାକାର ତଥା ପୌରାଞ୍ଚଳ ଅନ୍ତର୍ଗତ ସମସ୍ତ ସ୍ବୟଂ ସହାୟକ ଗୋଷ୍ଟି ତଥା ସମସ୍ତ ସ୍ବେଚ୍ଛାସେବୀ ଅନୁଷ୍ଠାନ ତଥା ଅନେକ ଧର୍ମାନୁଷ୍ଠାନ ର ବ୍ଯ୍ଯକ୍ତିବିଶେଷଙ୍କୁ ନେଇ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓଡିଟୋରିୟମ ଠାରେ ଏକ ସରକାରୀ ସାଧାରଣସଭା ଅନୁଷ୍ଠିତ ହୋଇଥିବା ବେଳେ ଏହି ସଭାରେ ମୁଖ୍ଯ ଅତିଥି ଭାବରେ ବଲାଙ୍ଗିର ବିଧାୟକ ଶ୍ରୀଯୁକ୍ତ କଳିକେଶ ନାରାୟଣ ସିଂହଦେଓ ସମ୍ମାନିତ ଅତିଥି ଭାବରେ ନିଯୁକ୍ତ ଜିଲ୍ଲାପାଳ ପବିତ୍ର ବେହେରା ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ତରଣୀସେନ ସୁନା ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ ଆସନ ଅଳଙ୍କୃତ କରିଥିବାବେଳେ ମଞ୍ଚରେ ସଭାପତିତ୍ବ କରିଥିଲେ ପୌରାଧ୍ୟକ୍ଷା ଲିକା ସାହୁ ଅତିଥି ସ୍ବାଗତ କରିଥିଲେ କାର୍ଯ୍ଯ ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା ମଞ୍ଚ ପରିଚାଳନା କରିଥିଲେ ବିଜୟ ତ୍ରିପାଠୀ । ଏହି ସଭାରେ ସ୍ବାଗତ ଭାଷଣ ଦେଇ ପୌର ନିର୍ବାହୀ ଅଧିକାରୀ ମୁଁ ବଲାଙ୍ଗିର ମୁନସିପାଲିଟି କହୁଛି କହି ଜନସାଧାରଣଙ୍କୁ ଏକ ସଚେତନତା ବାର୍ତ୍ତା ଦେଇଥିବା ବେଳେ ସଭାପତିତ୍ବ ଭାଷଣରେ ପୌରାଧ୍ୟକ୍ଷା ଲିକା ସାହୁ କହିଲେ ବିଗତ ତିନି ବର୍ଷ ପୁର୍ତ୍ତି ଅବସର ରେ ବଲାଙ୍ଗିର ପୌରପରିଷଦ ବଲାଙ୍ଗିର ସହରରେ ୯୭ କିଲୋମିଟର ରାସ୍ତା ସହିତ ୪୮ କିଲୋମିଟର ଡ୍ରେନେଜ ବ୍ଯବସ୍ଥା କରିଥିବାବେଳେ ଆଗକୁ ଆହୁରି ପଦକ୍ଷେପ ନେବାର ବାକି ରହିଛି । ସେହିଭଳି ବଲାଙ୍ଗିର କୁ ଗ୍ରୀନ ବଲାଙ୍ଗିର ତଥା ସୌନ୍ଦର୍ଯ୍ୟକରଣ କରିବା ପାଇଁ ୧୫ ରୁ ଉର୍ଦ୍ଧ୍ବ ପାର୍କ ସମେତ ପାଞ୍ଚ ଗୋଟି କଲ୍ଯାଣ ମଣ୍ଡପ ନିର୍ମାଣ ହେଉଛି । ତାସହିତ ମହାରାଣୀ ସାଗର ର ଉନ୍ନତିକରଣ ଅଧିକରୁ ଅଧିକ ହୋଇସାରିଛି । ତଥାପି ଅନେକ ବନ୍ଧ କାର୍ଯ୍ଯ ବାକି ରହିଛି ଯାହାକି ବିଧାୟକ କଳିକେଶ ନାରାୟଣ ସିଂହଦେଓ ଏଥିପ୍ରତି ସରକାରଙ୍କ ଦୃଷ୍ଟିଆକର୍ଷଣ କରିସାରିଛନ୍ତି । ବଲାଙ୍ଗିର ରେ ଐତିହାସିକ ବଲାଙ୍ଗିର ପୌରପରିଷଦ ଜଳନିଧୀ ଯୋଜନାରେ କେନ୍ଦ୍ର ସରକାର ଙ୍କ ଠାରୁ ପ୍ରଥମ ପୁରସ୍କାର ହାସଲ କରିବାର ସ୍ବଭାଗ୍ଯ ଏହି ପୌରପରିଷଦ ସାଉଁଟି ସାରିଥିବାବେଳେ ବିଭିନ୍ନ ବର୍ଗରେ ରାଜ୍ଯ ସରକାରଙ୍କ ତରଫରୁ ପୁରସ୍କୃତ ହୋଇ ସାରିଛି । ବିଗତ ଦିନରେ ବଲାଙ୍ଗିର ବିଧାୟକ ଙ୍କ ପ୍ରଚେଷ୍ଠାରେ ସମସ୍ତ ୧୨୭ ଗୋଟି ଧର୍ମାନୁଷ୍ଠାନ କୁ ସରକାରଙ୍କ ତରଫରୁ ଉନ୍ନତିକରଣ ପାଇଁ ଅର୍ଥ ଯୋଗାଇ ଦିଆଯାଇଛି । ତେଣୁ ଆଗାମୀ ବର୍ଷ ପାଇଁ ସମସ୍ତେ ଦଳମତ ନିର୍ବିଶେଷ ରେ ଏକ ହୋଇ ବଲାଙ୍ଗିର ର ବିକାଶ କରିବାକୁ ଆହ୍ବାନ କରି ଆଗାମୀ ଦିନରେ ପୌରପରିଷଦ ତରଫରୁ ଏକ ଡିଜିଟାଲ ଆପ୍ ଆରମ୍ଭ କରିଯିବ ସାଧାରଣ ଜନତାଙ୍କ ଅଭିଯୋଗ ଶୁଣି ୨୪ ଘଣ୍ଟାରେ ସମାଧାନ କରିବା ପାଇଁ ବୋଲି ଘୋଷଣା କରିଥିଲେ ପୌରାଧ୍ୟକ୍ଷା ଲିକା ସାହୁ । ଏହି ସଭାରେ ମାନ୍ୟବର ବଲାଙ୍ଗିର ବିଧାୟକ ଶ୍ରୀଯୁକ୍ତ କଳିକେଶ ନାରାୟଣ ସିଂହଦେଓ ପୌରପରିଷଦ ର ଜନପ୍ରତିନିଧୀ ମାନଙ୍କ କର୍ତ୍ତବ୍ଯ ପରାୟଣ ଲୋକଙ୍କ ସେବ ମନୋଭାବ ସାମ୍ବିଧାନିକ ଅଧିକାର ତେଣୁ ସମସ୍ତ ଜନପ୍ରତିନିଧୀ ଲୋକଙ୍କ ସହିତ ଭଲ ସଂପର୍କ ସ୍ଥାପନ କରି ଜନସାଧାରଣଙ୍କ ମୌଳିକ ଅଧିକାର କୁ ପୁରଣ କରିବା ସହିତ ଜନହିତକର କାର୍ଯ୍ଯ ସମ୍ପାଦନ କରି ବିନାକାରଣରେ ଗରିବ ଲୋକଙକୁ ବାସଚ୍ଯୁତ ନକରି ପ୍ରଶାସନ ଲୋକଙ୍କ ସମସ୍ଯାର ସମାଧାନ କରିବାକୁ ଅନୁରୋଧ କରିଥିଲେ । ଏହା ସହିତ ସେ ଗୋଟିଏ ବଡ ଘୋଷଣା କରିଥିଲେ ଯେ ବଲାଙ୍ଗିର ସହର ମଧ୍ଯ ଭାଗରେ ଥିବା ମନ୍ଦିର ମାନଙ୍କୁ ନେଇ ଯଥି ସମଲେଶ୍ବରୀ ପାଟଣେଶ୍ବରୀ ଶିବ ମନ୍ଦିର ଲକ୍ଷ୍ମୀ ନାରାୟଣ ମନ୍ଦିର ନରସିଂହ ମନ୍ଦିର କୁ ନେଇ ଏକ ଐତିହାସିକ ପର୍ଯ୍ୟଟନ ସ୍ଥଳିର ମନ୍ଯତା ପାଇଁ ସରକାରଙ୍କ ଦୃଷ୍ଟିଆକର୍ଷଣ କରାଯାଇଛି ବୋଲି କହିଥିଲେ । ବଲାଙ୍ଗିର ସହରରର ଡ୍ରେନେଜ ବ୍ଯବସ୍ଥାର ଉନ୍ନତିକରଣ ପାଇଁ ପୌରପରିଷଦ ପୁର୍ତ୍ତ ବିଭାଗ ସହିତ ଜାତୀୟ ରାଜପଥ ବିଭାଗ ର ସମନ୍ବୟ ରେ ଉନ୍ନତିକରଣ କରାରିବ ବୋଲି ଘୋଷଣା କରିଥିଲେ । ଏହି ସଭାରେ ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ପରେପରେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଯିଇଥିଲା । ଏହି କାର୍ଯ୍ୟକ୍ରମ ରେ ସମସ୍ତ କାଉନସିଲର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *