October 24, 2025
Home » ବଲାଡି ରେ ଆସ ସ୍କୁଲ ଯିବା ସଚେତନତା ରାଲି ଅନୁଷ୍ଠିତ

ବଲାଡି ରେ ଆସ ସ୍କୁଲ ଯିବା ସଚେତନତା ରାଲି ଅନୁଷ୍ଠିତ

0
WhatsApp Image 2025-09-17 at 10.09.22 AM

 

ସୁବର୍ଣ୍ଣପୁର–ସୋନପୁର ବ୍ଲକ ବଲାଡି ଗ୍ରାମ ରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବଲାଡି ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଲାଡି ର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ତରଫରୁ ଆସ ସ୍କୁଲ ଯିବା ଅଭିଯାନ ଅବସରରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ତରଫରୁ ଆରମ୍ଭ କରାଯାଇଥିବା ଅଭିଯାନ ରେ ଅଧାରୁ ପାଠ ଛାଡ଼ିଥିବା, ଆଦୌ ନାମ ଲେଖାଇ ନଥିବା ଓ ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ମୁଖ୍ୟ ସ୍ରୋତ ରେ ସାମିଲ କରିବା ଉଦ୍ଧେଶ୍ୟ ରେ ନାରାୟଣପୁର ସିଆରସିସି ସମୀର କୁମାର ପଣ୍ଡା ଙ୍କ ସଭାପତିତ୍ୱ ରେ ଏକ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା l ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଡା.ଭରଦ୍ୱାଜ ଦାଶ ଓ ହାଇସ୍କୁଲ ପ୍ରଧାନଶିକ୍ଷକ ସତ୍ୟଜିତ ପଟ୍ଟନାୟକ ସଭା ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ରାଜୁ କୁମ୍ଭାର ଓ ସମ୍ମାନିତ ଅତିଥି ରୂପେ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀ ସାହୁ ଯୋଗ ଦେଇଥିଲେ l ଶେଷରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଉପଲକ୍ଷେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଶିକ୍ଷକ ଜଳେନ୍ଦ୍ର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *