ବହୁ ଚର୍ଚ୍ଚିତ ସାରସ୍ୱତ ସୃଜନ ସ୍ବର୍ଣ୍ଣପଦ୍ମ ଚତୁର୍ଭୁଜ ପୁସ୍ତକ ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ

ସୁବର୍ଣ୍ଣପୁର –ଆଜି ସୁବର୍ଣ୍ଣପୁର ମହାନଦୀଯୋଗ ବିହାର ସ୍ଥିତ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମଧ୍ୟରେ ଡକ୍ଟର ସନ୍ତୋଷ କୁମାର ପାଢ଼ୀଙ୍କ ସଭାପତିତ୍ବରେ ଏକ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ସାରସ୍ଵତ ଉତ୍ସବରେ ମୁଖ୍ୟବକ୍ତା ଭାବରେ ଡକ୍ଟର ଜ୍ୟୋତିରଞ୍ଜନ ବହିଦାର, ସ୍ୱତନ୍ତ୍ର ଅତିଥି ପଦ୍ମଶ୍ରୀ ଚ଼ତୁର୍ଭୁଜ ମେହେର, ମୁଖ୍ୟଅତିଥି ଡ଼କ୍ଟର ପ୍ରଫୁଲ୍ଲ କୁମାର ରଥ ଏବଂ ଆଇନଜ୍ଞ ବ୍ୟୋମୋକେଶ ଦାଶ, ଡ଼କ୍ଟର ଦ୍ଵିତୀକୃଷ୍ଣ ପଣ୍ଡା ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ଗ୍ରନ୍ଥାକାର ଡ଼କ୍ଟର ଆର୍ତ୍ତତ୍ରାଣ ବାବୁଙ୍କ ବହୁ ଚର୍ଚ୍ଚିତ ସାରସ୍ବତ ସୃଜନ ସ୍ଵର୍ଣ୍ଣପଦ୍ମ ଚତୁର୍ଭୁଜ କାବ୍ୟ ଗ୍ରନ୍ଥ କୁ ଉନ୍ମୋଚିତ କରିଥିଲେ । ଏହି ଅବସରରେ ଡ଼. ବାବୁ ପଦ୍ମଶ୍ରୀଚ଼ତୁର୍ଭୁଜ ମେହେର ଙ୍କର ସମ୍ପୂର୍ଣ୍ଣ ଜୀବନୀକୁ ନେଇ ଲେଖିଥିବା ପୁସ୍ତକ ସ୍ଵର୍ଣ୍ଣପଦ୍ମ ଚତୁର୍ଭୁଜ ରଚ଼ନାର ପୃଷ୍ଠଭୂମି, ଉଦ୍ଦେଶ୍ୟ, ଅଭିଜ୍ଞତା ଓ ଆଭିମୁଖ୍ୟ ପ୍ରକାଶ କରି ପାଠକଙ୍କ ନିମନ୍ତେ ଏହା ଲୋକାର୍ପଣ କରିଥିଲେ । ଅଧ୍ୟାପକ ଡ଼କ୍ଟର ସୌରଭ ରଞ୍ଜନ ଖମାରୀ ଅତ୍ୟନ୍ତ ନିଖୁଣ ତଥା ପ୍ରାଞ୍ଜଳ ଭାବରେ ପୁସ୍ତକଟିକୁ ସମୀକ୍ଷା କରି କହିଥିଲେ ଯେ ଏହା ଏକ ବିରଳ ସାରସ୍ଵତ ମଞ୍ଚ ,କାହିଁ କିନା ଏଠି ପୁସ୍ତକର ସ୍ରଷ୍ଟା ଡକ୍ଟର ବାବୁ ଅଛନ୍ତି ଯାହାର ଜୀବନୀକୁ ନେଇ ଲେଖିଛନ୍ତି, ସେହି ମହାନ ବ୍ୟକ୍ତି ପଦ୍ମଶ୍ରୀ ଚ଼ତୁର୍ଭୁଜ ମେହେର ଅଛନ୍ତି । ସ୍ୱାଗତ ସଂଗୀତ ମଞ୍ଜୁଶ୍ରୀ ବାବୁ ଓ ଭଜନ ପରିବେଷଣ କରିଥିଲେ ଯଜ୍ଞେଶ୍ଵର ପୂଜାହାରୀ, କରୁଣାକର ଘଣ୍ଟୁଆଳ, ବେଟିଖିଆ ସେଠୀ । ସଭାକୁ ସ୍ୱାଗତ କରିଥିଲେ ଶିକ୍ଷାବିତ୍ ପ୍ରଦୀପ ପୁରୋହିତ ,ସଂଯୋଜନା କରିଥିଲେ ଡକ୍ଟର ଅନିରୁଦ୍ଧ କୁର୍କୁରିଆ ଏବଂ ଧନ୍ୟବାଦ୍ ପ୍ରଦାନ କରିଥିଲେ ଡ.ରାଧେଶ୍ୟାମ ମିଶ୍ର । ସଚ୍ଚିଦାନନ୍ଦ ନାୟକ, ବାସୁଦେବ ମିଶ୍ର,ଡ.ଇତିଶ୍ରୀ ଦାଶ,ଯୋଗୀନ୍ଦ୍ର ପଣ୍ଡା, ଅମର ଭୂତ, ନରେଶ ଅଗ୍ରୱାଲ, ଦୟାନିଧି ସେଠୀ, ଡ. ଆଭାସ ବାବୁ, ଆଶିଷବାବୁ, ଶକ୍ତି ସ୍ୱରାଜ ନାୟକ ସମେତ ଶତାଧିକ ସାହିତ୍ୟ ପିପାଶୁ ଏହି ସଭାରେ ଅଂଶ ଗ୍ରହଣ କରିଥିଲେ ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…