February 6, 2026
Home »  ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ଜନ୍ମ ଶତାବର୍ଷିକୀ ପାଳନ ଅବସରେରେ ଆୟୋଜିତ ହେଲା ଜାତୀୟ ଆଲୋଚନା ଚକ୍ର

 ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ଜନ୍ମ ଶତାବର୍ଷିକୀ ପାଳନ ଅବସରେରେ ଆୟୋଜିତ ହେଲା ଜାତୀୟ ଆଲୋଚନା ଚକ୍ର

0
WhatsApp Image 2026-01-16 at 8.00.19 PM

 

ବରଗଡ଼:ଓଡ଼ିଶାର ଅନ୍ୟତମ ପ୍ରଖ୍ୟାତ ମହିଳା ସ୍ୱାଧୀନତା ସଂଗ୍ରାମୀ, ପୂଜ୍ୟ ସମାଜସେବୀ ତଥା ପଶ୍ଚିମ ଓଡ଼ିଶାର ମଦର ଟେରେସା ବହ୍ନିକନ୍ୟା ପାର୍ବତୀ ଗିରି ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ସମଲାଇପଦର ଭଳି ଏକ ଛୋଟ ଗ୍ରାମରେ ଜନ୍ମଗ୍ରହଣ କରି ଗରିବ, ମହିଳା, ଅନାଥ ଏବଂ ସମାଜର ଅବହେଳିତ ବର୍ଗର ଉନ୍ନତି ପାଇଁ ନିଜର ସମଗ୍ର ଜୀବନ ଉତ୍ସର୍ଗ କରିଥିଲେ ।

ମାତ୍ର ୧୬ ବର୍ଷ ବୟସରୁ ମହାତ୍ମା ଗାନ୍ଧୀଙ୍କ ଅହିଂସା, ସ୍ଵଭାବଲମ୍ବୀ ଏବଂ ଖାଦି ଆଦର୍ଶରେ ଅନୁପ୍ରାଣିତ ହୋଇ ବ୍ରିଟିଶ ବିରୋଧୀ ସ୍ୱାଧୀନତା ଆନ୍ଦୋଳନର ଜଣେ ସକ୍ରିୟ ଅଂଶଗ୍ରହଣକାରୀ ଭାବେ ଭାରତ ଛାଡ଼ ଆନ୍ଦୋଳନ ସମୟରେ ସାହସିକ ଏବଂ ଅନୁକରଣୀୟ ଭୂମିକା ଗ୍ରହଣ କରିବା ସହ ବରଗଡ଼ କୋର୍ଟ ଏବଂ ଏସଡିଓଙ୍କ କାର୍ଯ୍ୟାଳୟରେ ପ୍ରତିବାଦର ନେତୃତ୍ୱ ନେଇ ବାରମ୍ବାର ଗିରଫ ପରେ ସମ୍ବଲପୁର ଜେଲରେ ଦୁଇ ବର୍ଷ ପାଇଁ ସଶ୍ରମ କାରାବରଣ କରିଥିଲେ । କେବଳ ସେତିକି ନୁହେଁ, ଭାରତର ସ୍ୱାଧୀନତା ପରେ ସେ ବରଗଡ ଜିଲ୍ଲା ନୃସିଂହନାଥ ଠାରେ କସ୍ତୁରବା ଗାନ୍ଧୀ ମାତୃନିକେତନ ଏବଂ ସମ୍ବଲପୁର ଜିଲ୍ଲାରେ ଡକ୍ଟର ସାନ୍ତରା ବାଳାନିକେତନ ଭଳି ଅନେକ ଆଶ୍ରମ-ଅନାଥାଶ୍ରମ ପ୍ରତିଷ୍ଠା କରି ନିଜର ନିଃସ୍ୱାର୍ଥପର ସେବା ଜାରି ରଖିବା ସହ ମହିଳା କଲ୍ୟାଣ, ଜେଲ ସଂସ୍କାର, କୁଷ୍ଠ ରୋଗର ନିରାକରଣ, ସ୍ୱାସ୍ଥ୍ୟ ଓ ପରିମଳ ସଚେତନତା ଏବଂ ଗ୍ରାମୀଣ ବିକାଶ କ୍ଷେତ୍ରରେ ମଧ୍ୟ ବ୍ୟାପକ ଭାବରେ କାର୍ଯ୍ୟ କରିଥିଲେ ।ସ୍ୱାଧୀନତା ସଂଗ୍ରାମ ଏବଂ ସାମାଜିକ ପରିବର୍ତ୍ତନରେ ତାଙ୍କର ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ବରଗଡ଼ ଜିଲ୍ଲା ପ୍ରଶାସନ ଏବଂ ପର୍ବତୀ ଗିରି ଜନ୍ମ ଶତ ବାର୍ଷିକୀ କମିଟୀ ଓ ପର୍ବତୀ ଗିରି ବୃଦ୍ଧାଶ୍ରମ କମିଟୀ, ସମଲାଇପଦରର ମିଳିତ ସହଯୋଗରେ ଆଗାମୀ ୧୯ ଜାନୁଆରୀ ୨୦୨୬ ଦିନ ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ଜନ୍ମ ଶତାବର୍ଷିକୀ ପାଳନ ନିମନ୍ତେ ବିଭିନ୍ନ ସୌଜନାତ୍ମକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

 

ସୂଚନା ଯୋଗ୍ୟକି, ଆସନ୍ତା ୧୬.୦୧.୨୦୨୬ ତାରିଖ ପୂର୍ବାହ୍ନ ୧୦.୦୦ ଘଟିକାରୁ ବରଗଡ଼ ସ୍ଥିତ ଯଦୁମଣି ପଧାନ ଅଡିଟୋରିୟମ ଠାରେ ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ଉପରେ ଏକ ଜାତୀୟ ସଂପାନ ସହ ବରଗଡ଼ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ପ୍ରବନ୍ଧ ଏବଂ ବକୃତା ପ୍ରତିଯୋଗିତା ଆୟୋଜିତ ହେବ । ୧୭.୦୧.୨୦୨୬ ତାରିଖ ଦିନ ପାର୍ବତୀ ଗିରିଙ୍କ ଜନ୍ମ ମାଟି ସମଲେଇପଦର ଗ୍ରାମରେ ସାମୂହିକ ସଫେଇ କାର୍ଯ୍ୟକ୍ରମ ହେବ । ସେହିଭଳି ୧୮.୦୧.୨୦୨୬ ତାରିଖ ଦିନ ସମଲେଇପଦର ଗ୍ରାମସ୍ଥିତ ବୃଦ୍ଧାଶ୍ରମରେ ନବ ନିର୍ମିତ ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ପ୍ରତିମୂର୍ତ୍ତିର ଉଦଘାଟନ ସହ ଅନ୍ତେବାସୀଙ୍କୁ କମ୍ବଳ ବଣ୍ଟନ ଏବଂ ବିଜେପୁର ସ୍ୱୟଂ ସହାୟକ ଗୋଷ୍ଟି ଭବନ ଠାରେ ଏକ ସାମୁହିକ ରକ୍ତ ଦାନ ଶିବିରର ଆୟୋଜନ କରାଯିବ । ୧୯.୦୧.୨୦୨୬ ତାରିଖରେ ସମଲାଇପଦର ଉଚ୍ଛ ବିଦ୍ୟାଳୟ,ସମଲାଇପଦର ବୃଦ୍ଧାଶ୍ରମ ଏବଂ ବରଗଡ଼ ବେସରକାରୀ ବସ ଷ୍ଟାଣ୍ଡ ନିକଟସ୍ତ ପାର୍ବତୀ ଗିରିଙ୍କ ପ୍ରତିମୂର୍ତ୍ତି ଠାରେ ପୁଷ୍ପ ମାଲ୍ୟାର୍ପଣ, ନୃସିଂହନାଥ କସ୍ତୁରବା ଗାନ୍ଧୀ ମାତୃ ନିକେତନ ସ୍ଥିତ ପାର୍ବତୀ ଗିରିଙ୍କ ସମାଧି ପିଠରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷଣ ସାମଗ୍ରୀ ବଣ୍ଟନ କରିବା ସହ ବିଜେପୁର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ଜନ୍ମ ଶତାବର୍ଷିକୀ ପାଳନ ସମାରୋହ ଆୟୋଜିତ ହେବ ।ଏହି ପରିପ୍ରେକ୍ଷିରେ ଆଜି ସ୍ତାନୀୟ ଯଦୁମଣି ପଧାନ ଅଡିଟୋରିୟମ ଠାରେ ଆୟୋଜିତ ଜାତୀୟ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ତଥା ମାନ୍ୟବର ବିଜେପୁର ବିଧାୟକ ଶ୍ରୀଯୁକ୍ତ ସନତ ଗଡ଼ତିୟା ଏବଂ ସମ୍ମାନିତ ଅତିଥି ତଥା ମାନ୍ୟବର ବରଗଡ ବିଧIୟକ , ଶ୍ରୀଯୁକ୍ତ ଅଶ୍ଵିନି କୁମାର ଷଡଙ୍ଗୀ, ମାନ୍ୟବର ଅତାବିରା ବିଧାୟକ, ଶ୍ରୀଯୁକ୍ତ ନିହାର ରଞ୍ଜନ ମହାନନ୍ଦ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନି ଭୋଇ , ପୌରାଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝି, ମାନ୍ୟବର ବରଗଡ ସାଂସଦ ପ୍ରତିନିଧି ଶ୍ରୀ ସୁରେଶ୍ଵର ଶତପଥି, ପର୍ବତୀଗିରୀଙ୍କ ନାତି ଶ୍ରୀ ନୀଲେଶ ଗିରି,ପୁତୁରା ଶ୍ରୀ ଭରତ ଗିରି, ଜିଲ୍ଲାପାଳ ଆଦିତ୍ୟ ଗୋୟଲ,ଆରକ୍ଷୀ ଅଧିକ୍ଷକ ପ୍ରହଲାଦ ସହାୟ ମିନା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରହଲାଦ ଖୋସ୍ଲା, ସଂସ୍କୃତି ଅଧିକାରୀ ଶ୍ରୀ ତାହିର ହୁସେନଙ୍କ ସମେତ ଉକ୍ତ ଆଲୋଚନା ଚକ୍ର ଆୟୋଜନର ସହଯୋଗୀ ତଥା ପଂଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ନକୁଳ ସେଠ, ଟିଏଫ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ସରୋଜ ଦେବତା ଏବଂ ପର୍ବତୀଗିରି ମହିଳା ମହା ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ରଞ୍ଜିତା ନାୟକ ମଞ୍ଚାସୀନ ହୋଇ ସ୍ଵର୍ଗତ ପର୍ବତୀଗିରୀଙ୍କ ମହତ ଅବଦାନ ଗୁଡିକୁ ସ୍ମରଣ କରିବା ସହ ତାଙ୍କ ଜନ୍ମସ୍ଥାନ ସମଲାଇପଦର ଗ୍ରାମକୁ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାରେ ସାମିଲ କରିବା, ସମ୍ବଲପୁର ବିଶ୍ବ ବିଦ୍ୟାଳୟ ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନରେ ତାଙ୍କ ପ୍ରତିମୂର୍ତ୍ତି, ସ୍ବାଗତ ତୋରଣ ସ୍ଥାପନ କରିବା, ତାଙ୍କ ଅବଦାନ ଓ ସଂଘର୍ଷ କାହାଣୀକୁ ପାଠ୍ୟ ପୁସ୍ତକରେ ସାମିଲ କରିବା ଆଦି ବିଷୟରେ ମତ ପ୍ରକାଶ କରିଥିଲେ । ପ୍ରକାଶ ଥାଉକି, ଉକ୍ତ ଆଲୋଚନା ଚକ୍ରରେ ୩୫ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କ ସମେତ ୧୦ ଜଣ ଅଧ୍ୟାପକ ଅଧ୍ୟାପିକା ତଥା ବ୍ୟକ୍ତା ପର୍ବତୀଗିରୀଙ୍କ ଉପରେ ନିଜ ତଥ୍ୟ ଉପସ୍ଥାପନ କରିଥିବା ବେଳେ ଏକ ହଜାରୁରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଯୋଗ ଦେଇଥିଲେ ।

: ଇପିଏରୁ ବରଗଡ଼ ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ( ଇଷ୍ଟର୍ଣ୍ଣ ପ୍ରେସ୍‌ ଏଜେନ୍ସୀ)

Leave a Reply

Your email address will not be published. Required fields are marked *