ବହ୍ନିକନ୍ୟା ପାର୍ବତୀଗିରିଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ସମୂହ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ
ବରଗଡ଼, : ପୂଜ୍ୟ ସ୍ୱାଧୀନତା ସଂଗ୍ରାମୀ ବହ୍ନିକନ୍ୟା ପାର୍ବତୀଗିରିଙ୍କ ଜନ୍ମ ଶତବାର୍ଷିକୀ ପାଳନ ଉପଲକ୍ଷେ ତାଙ୍କ ଜନ୍ମମାଟି ସମଲାଇପଦର ଗ୍ରାମରେ ଏକ ସାମୁହିକ ସଫେଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।ମାନ୍ୟବର ବିଜେପୁର ବିଧାୟକ ଶ୍ରୀ ସନତ ଗଡ଼ତିଆ ଉକ୍ତ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇ କହିଥିଲେ ଯେ, “ପାର୍ବତୀଗିରିଙ୍କୁ ସାହସ, ତ୍ୟାଗ ଏବଂ ସହାନୁଭୂତିର ପ୍ରତୀକ ଭାବରେ ମନେ ରଖାଯାଏ।

ତାଙ୍କ ଜୀବନ ଦେଶ ଏବଂ ଏହାର ଲୋକଙ୍କ ପ୍ରତି ନିଃସ୍ୱାର୍ଥପର ସେବାର ଏକ ଉଜ୍ଜ୍ୱଳ ଉଦାହରଣ,” ତେଣୁ ସମସ୍ତେ ତାଙ୍କ ପଥ ଅନୁସରଣ କରିବା ସହ ବିକଶିତ ବରଗଡ଼ ତଥା ବିକଶିତ ଭାରତ ଗଠନରେ ସହାୟକ ହେବା ।ପାର୍ବତୀଗିରିଙ୍କ ସେବା ଏବଂ ତ୍ୟାଗର ଆଦର୍ଶକୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦେଶ୍ୟ ନେଇ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ଜଳ ଓ ପରିମଳ ମିଶନ, ବିଜେପୁର ବ୍ଲକ ପ୍ରଶାସନ, ବିଜେପୁର ପୌରପାଳିକା ଏବଂ ଅନ୍ୟାନ୍ୟ ସ୍ଥାନୀୟ ଅନୁଷ୍ଠାନର ସହଯୋଗରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଗ୍ରାମବାସୀ, ବିଜେପୁର ବ୍ଳକ- ଏନଏସି କର୍ମଚାରୀ ତଥା ଅଧିକାରୀ, ବିଶିଷ୍ଟ ବ୍ୟକ୍ତିବିଶେଷ, ଏବଂ ସମଲାଇପଦର ପାର୍ବତୀଗିରି ବୃଦ୍ଧାଶ୍ରମ କମିଟିର ସମସ୍ତ ସଦସ୍ୟ ଯୋଗଦେଇ ମାନବତା ଏବଂ ସାମାଜିକ ନ୍ୟାୟ ପ୍ରତି ସ୍ବର୍ଗତ ପାର୍ବତୀଗିରିଙ୍କ ଅଟଳ ପ୍ରତିବଦ୍ଧତାକୁ ସ୍ମୃତିଚାରଣ କରିବା ସହ ଗ୍ରାମକୁ ସଫା କରି ଜିଲ୍ଲାର ସମସ୍ତ ଗ୍ରାମର ସ୍ୱଚ୍ଛତା ଏବଂ ପବିତ୍ରତା ବଜାୟ ରଖିବା ପାଇଁ ବାର୍ତ୍ତା ଦେଇଥିଲେ ।

ଇପିଏରୁ ବରଗଡ଼ ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସୀ)
