February 5, 2026
Home » ବାଇକ ଦୁର୍ଘଟଣାରେ ୨ ଯୁବକ ମୃତ୍ୟୁ, ପୋଲିସ ର ତଦନ୍ତ ଜାରି।

ବାଇକ ଦୁର୍ଘଟଣାରେ ୨ ଯୁବକ ମୃତ୍ୟୁ, ପୋଲିସ ର ତଦନ୍ତ ଜାରି।

0
WhatsApp Image 2026-01-24 at 12.10.29 PM

 

ଧର୍ମଗଡ଼:ବାଇକ ଦୁର୍ଘଟଣାରେ ୨ ଯୁବକ ଙ୍କ ଶୋଚନୀୟ ମୃତ୍ୟୁ ଘଟିଛି।କଳାହାଣ୍ଡି ଜିଲ୍ଲା କୋକସରା ଥାନା ଲଡୁଗାଁ ପଞ୍ଚାୟତ ଭାଲୁପଡା ନିକଟରେ ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି। ବାଇକ ରୁ ପଡି ୨ ଯୁବକ ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।ମୃତକ ହେଲେ କେନ୍ଦୁଡୋଙ୍ଗରି ଗ୍ରାମ ର ବବଲୁ ନାଏକ ଓ ଅମରେନ୍ଦ୍ର ମାଝୀ (କୁନା) ବୋଳି ଜଣାପଡିଛି।

ସେମାନେ ଭଇରୀପାଳି ଗ୍ରାମ ରୁ ଏକ ବିବାହ କାର୍ଯ୍ୟକ୍ରମ ରେ ଯୋଗଦେଇ ଫେରିବା ବାଟରେ ସୁନାମାଲ ଭାଲୁପଡା ରାସ୍ତା ର ଏକ ବୁଲାଣି ରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ହୋଇଥିବା ନେଇ ପୋଲିସ ର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ରାତି ତମାମ ଏହି ଘଟଣା ସମ୍ପର୍କରେ କେହି ଜାଣି ନପାରି ଥିବା ବେଳେ ଆଜି ସକାଳ ରୁ କିଛି ସ୍ଥାନୀୟ ଲୋକମାନେ ଘଟଣା ସମ୍ପର୍କରେ କୋକସରା ପୋଲିସ କୁ ସୂଚନା ଦେବାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା କୁ ପଠାଇ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *