April 21, 2025
Home » ବାଇକ ରେ ଗଞ୍ଜେଇ ଚାଲାଣ କରୁଥିଲେ,ଗଛରେ ପିଟିହୋଇ ବାଇକ ଆରୋହୀ ର ମୃତ୍ୟୁ

ବାଇକ ରେ ଗଞ୍ଜେଇ ଚାଲାଣ କରୁଥିଲେ,ଗଛରେ ପିଟିହୋଇ ବାଇକ ଆରୋହୀ ର ମୃତ୍ୟୁ

0

ସୁବର୍ଣ୍ଣପୁର –ସୁବର୍ଣ୍ଣପୁର ସହର କଲେଜ ରାସ୍ତାରେ ଏକ ଗଛକୁ ଧକ୍କା ଦେଇ ଜଣେ ବାଇକ ଆରୋହୀଙ୍କ ମଙ୍ଗଳବାର ସକାଳେ ମୃତ୍ୟୁ ହେଇଛି l ମୃତ ଯୁବକଙ୍କ ପ୍ରକୃତ ପରିଚୟ ମିଳିପାରିନି l


ଦୁର୍ଘଟଣା ଗ୍ରସ୍ତ ବାଇକ କୁ ପୋଲିସ ଜବତ କରିଛି l ତାଙ୍କ ଘର ଛତିଶଗଡ ଅଞ୍ଚଳରେ ବୋଲି ସୂଚନା ମିଳିଛି l ଯୁବକ ଜଣକ ବୌଦ୍ଧ ଜିଲାରୁ ଗଞ୍ଜେଇ କିଣି ସୁବର୍ଣ୍ଣପର ରାସ୍ତାରେ ଛତିଶଗଡକୁ ଚୋରା ଚାଲାଣ କରୁଥିଲେ l ତାଙ୍କ ନିକଟରୁ ପ୍ରାୟ ୪ କେଜି ଗଞ୍ଜେଇ ଜବତ ହୋଇଛି l ଏ ସମ୍ପର୍କରେ ସୋନପୁର ଥାନାରେ ଏକ ମାମଲା ରୁଜୁ ହୋଇଛି l ପୋଲିସ ଅଧିକ ତଦନ୍ତ ଜାରି ରଖିଛି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *