July 6, 2025
Home » ବାଘଛାଲ ବେପାରୀ କୁ ଧରିଲା ଏସଟିଏଫ୍ l

ବାଘଛାଲ ବେପାରୀ କୁ ଧରିଲା ଏସଟିଏଫ୍ l

0
WhatsApp Image 2024-12-14 at 7.10.53 PM

ସୁବର୍ଣ୍ଣପୁର –ବୌଦ୍ଧ ବନଖଣ୍ଡ ଅଧିନ ମନମୁଣ୍ଡା ବନାଞ୍ଚଳରୁ ଚିତାବାଘ ଛାଲ ଜବତ କରିବା ସହ ଘଟଣାରେ ସଂପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ଏସଟିଏଫ ଟିମ । ସୂଚନା ଅନୁଯାୟୀ ଚିତାବାଘ ଛାଲ ଚାଲାଣ ହେବାକୁ ଥୂବା ବେଳେ କୌଣସି ସୂତ୍ରରୁ ଏସଟିଏଫ ଖବର ପାଇ ନିର୍ଦ୍ଧିଷ୍ଟ ସ୍ଥାନରେ ଛକି ରହିଥିଲା ଏସଟିଏଫର ଏକ ଟିମ । ମନମୁଣ୍ଡା ଥାନା ମନମୁଣ୍ଡା – ଶଗଡା ରାସ୍ତାର ମେହେରୁଣୀ ନାଳ ବ୍ରିଜ ନିକଟରେ ଜଣେ ବ୍ୟକ୍ତିକୁ ସନ୍ଦେହ ହେବାରୁ ତାକୁ କାବୁ କରି ଜେରା କରିଥିଲା|

ଅନେକ ସମୟ ଜେରା ପରେ ସତକୁ ସତ ନିକଟରେ ଲୁଚାଇ ରଖିଥିବା ଏକ ଚିତା ବାଘ ଛାଲ ସହିତ ଅନ୍ୟାନ୍ୟ ଅପରାଧ ସାମଗ୍ରୀ ମିଳିଥିଲା । ବାଘଛାଲ ଜବତ ସହ ଘଟଣାସ୍ଥଳରୁ ଉକ୍ତ ବ୍ୟକ୍ତିକୁ ଗିରଫ କରିଥିଲା। ଗିରଫ ଯୁବକ ଜଣକ ମନମୁଣ୍ଡା ଥାନା ଦପଲା ପଞ୍ଚାୟତ ଅନ୍ତର୍ଗତ ପରିବନ୍ଧ ଗ୍ରାମର ନାରାୟଣ ମାଝୀ ( ୨୮) ବୋଲି ଜଣା ପଡିଛି | ବନ୍ୟଜନ୍ତୁ ଅପରାଧୀକ ଆଇନ ଓ ବନ୍ୟଜନ୍ତୁ ଦ୍ରବ୍ୟର କାରବାର ଆଇନ ଅନୁଯାୟୀ ନାରାୟଣକୁ ଗିରଫ କରାଯାଇ କଣ୍ଟାମାଳ କୋର୍ଟରେ ହାଜର କରାଯାଇଥିଲା | ଏ ସମ୍ପର୍କରେ ଏସଟିଏଫ ପକ୍ଷରୁ କେଶ ନଂ ୨୩ ରେ ଏକା ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି | ଅନ୍ୟପଟେ ଉକ୍ତ ବାଘ ଛାଲକୁ ଡେରାଡୁନ ସ୍ଥିତ ପରୀକ୍ଷାଗାରକୁ ପରୀକ୍ଷା ପାଇଁ ପଠା ଯିବ ବୋଲି ଏସଟିଏଫ ଅଧିକାରୀ ସୂଚନା ଦେଇଛନ୍ତି |

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *