ବାଣ ବିସ୍ପୋରଣ ଘଟଣା ରେ ମାଷ୍ଟର ମାଇଣ୍ଡ ସହ 5 ଅଭିଯୁକ୍ତ ଗିରଫ
ସୁବର୍ଣ୍ଣପୁର : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଜିଆଁକଟା ରେ ବାଣ ବିସ୍ପୋରଣ ଘଟଣା ରେ ପୋଲିସ ଆକ୍ସନ ମୋଡ଼ ରେ l ବାଣ ବ୍ୟବସାୟୀ ଆଲୋକ କଣ୍ଟି ସମେତ 5 ଅଭିଯୁକ୍ତ ଙ୍କୁ ଗିରଫ କରିଛି ପୋଲିସ l ଗତ ରବିବାର ଦିନ ( 21/9/25 ) ସକାଳ 9.30 ରୁ 10.30 ମଧ୍ୟରେ ଜିଆକଟା ଗ୍ରାମ ରେ ଥିବା ବାଣ ଗୋଦାମ ରେ ହଠାତ ବିସ୍ପୋରଣ ହୋଇଥିଲା l ଏହି ବିସ୍ପୋରଣ ଏତେ ଭୟଙ୍କର ଥିଲା ଯେ ବାଣ ଗୋଦାମ ସହ ପାଖରେ ଥିବା ଅନ୍ୟ ଘର ଗୁଡିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା l ବେଆଇନ ବାଣ କରବାର ଚଳାଇଥିବା ଅଭିଯୋଗ ରେ ପୁରୁଣାକଟକ ଥାନା ଜିଆକଟା ଗ୍ରାମର ମାଗିରାମ ବେହେରା (60), ପୁରୁଣାକଟକ ର କାହ୍ନୁ ପରିଡା (25),ପୁରୁଣାକଟକ ଥାନା କିଆକଟା ର ଆଲୋକ କଣ୍ଟି, ପୁରୁଣାକଟକ ର ଲଷ୍ମୀଧର ପରିଡା ( 60) ଓ ପୁରୁଣାକଟକ ର ପ୍ରଶାନ୍ତ ସାହୁ (38) ଙ୍କୁ ଗିରଫ କରାଯାଇଥିବା ଜଣାପଡିଛି l

ମାଗିରାମ ବେହେରା ଘର ଭଡା ସୂତ୍ରରେ କାହ୍ନୁ ପରିଡା ଓ ଆଲୋକ କଣ୍ଟି କୁ ଦେଇଥିଲା l ଯେଉଁ ଘରେ ବେଆଇନ ଭାବରେ ବାଣ ବ୍ୟବସାୟ ହେବା ସହ ବିପୁଳ ପରିମାଣ ରେ ବାଣ ଗଛିତ ହୋଇ ରଖାଯାଉଥିଲା l ଏହି ଘଟଣା ରେ ବିପୁଳ ପରିମାଣ ର ବାଣ କଲେଜ ଛକ, ରୁଗୁଡ଼ିପାଲି, SBI କଲୋନୀ ସାମନା ଫଳ ଦୋକାନ ସହ ବ୍ୟବସାୟୀ ଆଲୋକ କଣ୍ଟି ଘରରୁ ଜବତ କରିଛି ପୋଲିସ l ସମସ୍ତ ବାଣ କୁ ଦମକଳ ବାହିନୀ ଦ୍ୱାରା ପାଣି ମଡାଯାଇ ଜବତ କରାଯାଇଥିଲା l ବିସ୍ପୋରଣ ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳ ରେ ଜଣେ ଓ ଡାକ୍ତରଖାନା ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 7 ରୁ ଅଧିକ ଗୁରୁତର ଆହତ ହୋଇ ଛନ୍ତି l ଏହି ବେଆଇନ ବାଣ ବିସ୍ପୋରଣ ଘଟଣା ରେ ପୁରୁଣାକଟକ ଥାନା କେସ ନମ୍ବର 148/21/9/25 U/s-287/288/289/105 BNS r. w. Sec 9 ( B)Explosive act /sec 4/5 Explosive substance Act., କେସ ନମ୍ବର-149 /23/9/25, କେସ ନମ୍ବର -150/23/9/25, କେସ ନମ୍ବର -151/23/9/25, U/s-287/288/289 BNS r. w. Sec 9( B) Explosive Act /sec 4/5Explosive substances Act ଆଧାର ରେ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଚାଲିଛି l ଆଜି ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର l ବିସ୍ପୋରଣ ରେ କ୍ଷୟକ୍ଷତି ହୋଇଥିବା ଘର ବୁଲି ଦେଖିବା ସହ ଘଟଣା ସମ୍ପର୍କ ରେ ଉଚ୍ଚ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ l ପରେ ଜିଲ୍ଲା ପୋଲିସ ମୁଖ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ବିଳନୀ ରେ ଏ ନେଇ ସୂଚନା ଦେଇଥିଲେ ପୋଲିସ ଆଇଜି l ଏହି ସାମ୍ବାଦିକ ସମ୍ବିଳନୀ ରେ ବୌଦ୍ଧ ଆରକ୍ଷୀ ଅଧିକ୍ଷକ ରାହୁଲ ଗୋୟେଲ ଉପସ୍ଥିତ ଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
