February 23, 2026
Home » ବାରବାଟୀ ଷ୍ଟାଡିୟମରେ ମ୍ୟାଚ ପାଇଁ ଚାଲିଥିବା ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା

ବାରବାଟୀ ଷ୍ଟାଡିୟମରେ ମ୍ୟାଚ ପାଇଁ ଚାଲିଥିବା ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା

0
WhatsApp Image 2025-01-31 at 5.15.39 PM

ପ୍ରସ୍ତୁତି ନେଇ ସନ୍ତୋଷ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ଥିମ୍ ସଂଗ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆସନ୍ତା ଫେବୃଆରୀ 9 ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି । ଦୁଇ ବର୍ଷ ପରେ ବାରବାଟୀ ଷ୍ଟାଡିୟମରେ ଏଭଳି ମର୍ଯ୍ୟଦା ଜନକ ମ୍ୟାଚ୍ ଅନୁଷ୍ଠିତ ହେଉଛି । ଏଥିପାଇଁ ବାରବାଟୀ ଷ୍ଟାଡିୟମରେ ପ୍ରସ୍ତୁତି ଜୋରସୋର୍ ରେ ଜାରିରହିଛି । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବାରବାଟୀ ଷ୍ଟାଡିୟମରେ ପହଞ୍ଚି ଏହି ପ୍ରସ୍ତୁତି କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିବା ସହିତ ପ୍ରସ୍ତୁତି କାର୍ଯ୍ୟକୁ ଅନୁଧ୍ୟାନ କରି ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀ ପ୍ରେମାନନ୍ଦଙ୍କ ଦ୍ୱାରା ପ୍ରସ୍ତୁତ ମ୍ୟାଚର ଥିମ୍ ସଂଗ ‘ସ୍ୱାଗତ…. ସୁସ୍ୱାଗତ’କୁ ଉନ୍ମୋଚନ କରିଥିଲେ lସମୀକ୍ଷା ଏବଂ ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ବିବୃତିରଖି କହିଥିଲେ ଯେ ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେବା ଆମ ପାଇଁ ସୌଭାଗ୍ୟର ବିଷୟ ।

ଓ.ସି.ଏର ସମସ୍ତ କର୍ମକର୍ତ୍ତା ଏବଂ ଟିମ୍, ଜିଲ୍ଲା ପ୍ରଶାସନ, ରାଜ୍ୟ ପ୍ରଶାସନ ବିଶେଷ କରି କ୍ରୀଡା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ପ୍ରସ୍ତୁତି କାର୍ଯ୍ୟ ଅନୁଷ୍ଠିତ ହେଉଛି । ଏହା ହେଉଛି ଆମ ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ । ଏହା ହେଉଛି ଆମ ପାଇଁ ସମ୍ମାନର କଥା । ପୁରାଟିମ୍ ଏଥିପାଇଁ ପରିଶ୍ରମ କରୁଛନ୍ତି । ଦୁଇ ବର୍ଷ ପରେ ଆମ ପାଖକୁ ଏହି ସୁଯୋଗ ଆସିଛି ।


ଏହି ମ୍ୟାଚ୍ ସଫଳତାର ସହ ଆୟୋଜନ ହେବ । ଆମ ସଫଳତା କେବଳ ଭାରତ ବର୍ଷକୁ ନୁହେଁ ସମଗ୍ର ବିଶ୍ୱକୁ ଖୁସି ଦେବ ।
ମୁଖ୍ୟମନ୍ତ୍ରୀଙ୍କ ସହିତ କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଶ୍ରୀ ପ୍ରକାଶ ମିଶ୍ର, ଆଡଭୋକେଟ୍ ଜେନେରାଲ୍ ଶ୍ରୀ ପିତାମ୍ବର ଆଚାର୍ଯ୍ୟ, ଅନୁଗୋଳ ବିଧାୟକ ତଥା ଓସିଏର ଆପେକ୍ସ କାଉନସିଲ ସଦସ୍ୟ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ବଡମ୍ବା ବିଧାୟକ ଶ୍ରୀ ବିଜୟ କୁମାର ଦଳବେହେରା, କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ, ବାଙ୍କୀ ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ, ପୂର୍ବତନ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଓସିଏର ସମ୍ପାଦକ ଶ୍ରୀ ସଞ୍ଜୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

You may have missed

ମିଶନ ଶକ୍ତି ବିଭାଗର ସମୀକ୍ଷା ବୈଠକ : ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଉଦ୍ୟୋଗି ଭାବେ ଗଢ଼ି ତୋଳିବାକୁ ପ୍ରାଥମିକତା ଭୁବନେଶ୍ୱର, ୨୨.୦୨.୨୦୨୬ : ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭାଗର ସମସ୍ତ ଶାଖାର କାର୍ଯ୍ୟକଳାପ ଓ ଜିଲ୍ଲାଭିତ୍ତିକ ପ୍ରଗତି ଉପରେ ସମୀକ୍ଷା କରାଯାଇଛି । ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଜିଲ୍ଲାର କାର୍ଯ୍ୟକଳାପ ଉପରେ ସମୀକ୍ଷା କରିଛନ୍ତି। ଚଳିତ ଆର୍ଥିକ ବର୍ଷର ସଫଳତା, ବିଭିନ୍ନ ଯୋଜନାର ପ୍ରଗତି, ବ୍ଯାଙ୍କ ଋଣ, ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ସୁଧ ଫେରସ୍ତ, ମହିଳାମାନଙ୍କୁ ଉଦ୍ୟୋଗପତି ଭାବେ ଗଢି ସେମାନଙ୍କ ଆୟବୃଦ୍ଧି କରିବା ସମ୍ପର୍କିତ ପଦକ୍ଷେପଗୁଡ଼ିକୁ ସେ ପର୍ଯ୍ୟବେକ୍ଷଣ କରିଛନ୍ତି । ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ମାନଙ୍କୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ମିଶନ ଶକ୍ତି ବିଭାଗ ମାଧ୍ୟମରେ ଓଡ଼ିଶାର ଲକ୍ଷାଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଯୋଡ଼ି ଆର୍ଥିକ, ସାମାଜିକ ଓ ଡିଜିଟାଲ ଭାବେ ସଶକ୍ତ ହୋଇପାରିଛନ୍ତି । ଏହି ବିଭାଗ ମହିଳାମାନଙ୍କୁ କେବଳ ଆତ୍ମନିର୍ଭର କରିବାରେ ସୀମିତ ରହିନାହିଁ, ସେମାନଙ୍କୁ ସଫଳ ଉଦ୍ୟୋଗୀ ଓ ସମାଜର ଅଗ୍ରଗାମୀ ନେତୃତ୍ୱ ଭାବେ ଗଢ଼ି ତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଅଛି । ମିଶନ ଶକ୍ତି ଆଜି ମହିଳା ସଶକ୍ତିକରଣର ଏକ ଶକ୍ତିଶାଳୀ ଆନ୍ଦୋଳନରେ ପରିଣତ ହୋଇଛି, ଯାହା ମହିଳାମାନଙ୍କ ଜୀବନମାନ ଉନ୍ନତି ସହିତ ରାଜ୍ୟର ଆର୍ଥିକ ଉନ୍ନତିରେ ମଧ୍ୟ ମୂଲ୍ୟବାନ ଅବଦାନ ରଖୁଛି। ମହିଳାମାନଙ୍କୁ ଉଦ୍ୟୋଗୀ ଭାବେ ଗଢି ଅଧିକରୁ ଅଧିକ ‘ଲକ୍ଷପତି ଦିଦି’ ଏବଂ ‘ମହାଲକ୍ଷପତି ଦିଦି’ ପରିଣତ କରିବା ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମତ ରଖିଛନ୍ତି । ଏଥି ପାଇଁ ଆସନ୍ତା ଆର୍ଥିକ ବର୍ଷରେ ବଜାର ସଂଯୋଗ, ଦକ୍ଷତା ବୃଦ୍ଧି, ପ୍ରଶିକ୍ଷଣ, ଆର୍ଥିକ ସହାୟତା ଓ ଡିଜିଟାଲ ସଶକ୍ତିକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ଏହି ପଦକ୍ଷେପଗୁଡ଼ିକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ସ୍ଥାୟୀ ଜୀବିକା ଓ ସୁଦୃଢ଼ ଆର୍ଥିକ ସ୍ଥିତି ପ୍ରଦାନ କରିବ । ବୈଠକରେ ଚଳିତ ଆର୍ଥିକ ବର୍ଷର ଲକ୍ଷ୍ୟ ପୂରଣ ସହ ଆସନ୍ତା ଆର୍ଥିକ ବର୍ଷ ପାଇଁ ନିର୍ଦ୍ଧାରିତ ପ୍ରଥମିକତା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା, ଯାହା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆର୍ଥିକ ଭାବେ ଆହୁରି ସଶକ୍ତ କରିବା ସହିତ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ କରିବ । ଏହି ସମୀକ୍ଷା ବୈଠକରେ ମିଶନ ଶକ୍ତି ବିଭାଗର କମିଶନର-ତଥା-ସଚିବ ସୁଶ୍ରୀ ମାନସୀ ନିମ୍ବାଲ, ନିର୍ଦ୍ଦେଶିକା ଡ଼. ମୋନିକା ପ୍ରିୟଦର୍ଶିନୀଙ୍କ ସମେତ ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନର ବରିଷ୍ଠ ଅଧିକାରୀ ଏବଂ ସମସ୍ତ ଜିଲ୍ଲାର ଅଧିକାରୀମାନେ ଉପସ୍ଥିତ ଥିଲେ । ମହିଳା ସଶକ୍ତିକରଣ, ମହିଳା ନେତୃତ୍ୱାଧୀନ ବିକାଶ ଏବଂ ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ୱାବଳମ୍ବୀ କରିବା ଦିଗରେ ମିଶନ ଶକ୍ତି ବିଭାଗର ଏହି ସମୀକ୍ଷା ବୈଠକ ଏକ ଦୃଢ଼ ପଦକ୍ଷେପ ବୋଲି ଆଶା କରାଯାଇଛି ।