July 27, 2025
Home » ବାରିପଦାରେ ସହରାଞ୍ଚଳ ବିକାଶ ପାଇଁ ରଣନୈତିକ ପ୍ରୟାସ

ବାରିପଦାରେ ସହରାଞ୍ଚଳ ବିକାଶ ପାଇଁ ରଣନୈତିକ ପ୍ରୟାସ

0
WhatsApp Image 2025-07-25 at 8.53.05 PM

ଭୁବନେଶ୍ୱର: ଉତ୍ତର ଓଡ଼ିଶାର ଏକ ମୁଖ୍ୟ ସହର ବାରିପଦାର ସମୟୋଚିତ ଓ ସ୍ଥାୟୀ ଉନ୍ନତିକୁ ନିଶ୍ଚିତ କରିବା ଲକ୍ଷ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଆଜି ଲୋକ ସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I

ବୈଠକର ଆରମ୍ଭରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ ବାରିପଦା ସହର ବିକାଶ ପାଇଁ ଏହି ବୈଠକର ଗୁରୁତ୍ୱ ଓ ଉଦ୍ଦେଶ୍ୟ ଉପରେ ଆଲୋକ ପାତ କରିଥିଲେ। ସେ କହିଲେ, ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଶହର ଭାବେ ବାରିପଦାକୁ ଗଠନମୂଳକ ଓ ସମନ୍ୱିତ ଉନ୍ନୟନ ମାଧ୍ୟମରେ ଗଢି ତୋଳିବାକୁ ପଡିବ।

ବୈଠକରେ ଏକ ଏକ ଯୁଗ୍ମ ଟେକ୍ନିକାଲ୍ କମିଟି ଗଠନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି ଯାହା ବାରିପଦା ସହର ପାଇଁ ଏକ ସଂପୂର୍ଣ୍ଣ ମାଷ୍ଟର ପ୍ଲାନ୍ ପ୍ରସ୍ତୁତିରେ ସହାୟକ ହେବ। ଏହି କମିଟି ଭୂ-ଉପଯୋଗ, ଭୌଗୋଳିକ ତଥ୍ୟ, ବିଭିନ୍ନ ଢଞ୍ଜର ଅବସ୍ଥାପନା, ଏବଂ ସାଧାରଣ ଅଭିଳାଷା ସହ ରାଜ୍ୟ ଯୋଜନାର ସମନ୍ୱୟ କରି ଏକ ଭବିଷ୍ୟତ ନକ୍ସା ପ୍ରସ୍ତୁତ କରିବ।

ଏହି ବୈଠକରେ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର କମିଶନର-କମ୍-ସଚିବ, ମୟୂରଭଞ୍ଜ ଜିଲ୍ଲାପାଳ, ଭାରତୀୟ ରେଳ , ଜାତୀୟ ରାଜପଥ, WATCO ଅଧିକାରୀଙ୍କ ସମେତ ନଗର ଯୋଜନା ବିଶେଷଜ୍ଞମାନେ ଓ ଅନ୍ୟାନ୍ୟ ବିଭାଗର ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ।ବୈଠକରେ ଭବିଷ୍ୟତ ଜନସଂଖ୍ୟା ଧ୍ୟାନରେ ରଖି ଭୂ-ଉପଯୋଗ ଯୋଜନା,ରେଳ ଓ ରାଜପଥ ସଂଯୋଗ ସହ ନଗର ଯାତାୟାତ ଓ ଗତିଶୀଳତା,ପାନୀୟଜଳ, ଆବାସ ଯୋଜନା, ଓ ଆବଶ୍ୟକ ପୂର୍ବକ ଅବସ୍ଥାପନା,ବାରିପଦାର ସାଂସ୍କୃତିକ ଓ ପ୍ରାକୃତିକ ପରିଚୟକୁ ରକ୍ଷା କରିବା ପାଇଁ ଭୌଗୋଳିକ ବ୍ୟବସ୍ଥାପନା ସହିତ ରାଜ୍ୟର ‘ବିକଶିତ ଓଡ଼ିଶା ୨୦୩୬’ ଦୃଷ୍ଟିକୋଣ ରେ ନିୟୋଜିତ ଏବଂ ସମନ୍ୱିତ ଉନ୍ନତି ଉପରେ ଗୁରୁତ୍ଵ ଆରୋପ କରାଯାଇଛି l

ମନ୍ତ୍ରୀ ଡ଼. ମହାପାତ୍ର କହିଥିଲେ, “ବାରିପଦା ଅନେକ ଦିଗରେ ଗୁରୁତ୍ୱପୂର୍ଣ୍ଣ ଏବଂ ଏହାକୁ ଏକ ଆଧୁନିକ, ସୁବ୍ୟବସ୍ଥିତ ଓ ଅନୁକୂଳ ଶହର ଭାବେ ବିକାଶ କରିବା ଆମ ଲକ୍ଷ୍ୟ। ଏହି ପ୍ରକ୍ରିୟା ରେ ଜନସାଧାରଣଙ୍କ ଅଂଶଗ୍ରହଣ ଓ ପାରଦର୍ଶିତା ନିଶ୍ଚିତ କରାଯିବ।” ବାରିପଦାର ଆଗାମୀ ନଗର ରୂପରେଖ ପ୍ରସ୍ତୁତି ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଗ୍ରହଣ କରାଯାଇଛି। ଏହା ରାଜ୍ୟ ସରକାରଙ୍କ ଦୃଷ୍ଟିକୋଣ ‘ବିକଶିତ ଓଡ଼ିଶା ୨୦୩୬’ ସହ ସମନ୍ୱୟ ରେ ଗଢ଼ି ତୋଳାଯିବା ଗୋଟିଏ ଉଦ୍ୟମ ବୋଲି ସେ କହିଥିଲେ l
………..

Leave a Reply

Your email address will not be published. Required fields are marked *