February 4, 2026
Home » ବାର୍ଷିକ କ୍ରୀଡ଼ା ଉତ୍ସବ-୨୦୨୫-୨୦୨୬ ଉଦ୍ଘାଟିତ

ବାର୍ଷିକ କ୍ରୀଡ଼ା ଉତ୍ସବ-୨୦୨୫-୨୦୨୬ ଉଦ୍ଘାଟିତ

0
1000882759

ନୟାଗଡ : ନୟାଗଡ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ସିନ୍ଦୁରିଆର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍ଘାଟିତ ହୋଇଯାଇଛି l ପୂର୍ବାହ୍ନରେ ଦୁର୍ଗାପ୍ରସାଦ ଗ୍ରାମରେ ଥିବା ଜଳେଶ୍ଵର ବାବାଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ,କ୍ରୀଡା ଉତ୍ସବ ମଶାଲ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦୁର୍ଗାପ୍ରସାଦ ଓ ସିନ୍ଦୁରିଆ ଗ୍ରାମ ପରିକ୍ରମକରି କ୍ରିଡ଼ା ମାଧ୍ୟମରେ ଶାନ୍ତି, ସଂହତି ଓ ଭବିଷ୍ୟ ଜୀବନର ସାର୍ଥକତା ଉପରେ ବାର୍ତ୍ତା ଦେଇଥିଲେ l

କ୍ରୀଡ଼ା ଉତ୍ସବକୁ ପଞ୍ଚସଖା ଶିକ୍ଷା ସେତୁ ଯୋଜନାର ସଭାପତି ଭଗବାନ ଜେନା, ଓଡ଼ଗାଁ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରାଧ୍ୟାପକ ମହମ୍ମଦ ଉମର୍ ମଲ୍ଲିକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥାଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିବା ବେଳେ ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁ ଛାତ୍ରଛାତ୍ରୀଙ୍କ ଠାରୁ ମଶାଲ ଗ୍ରହଣକରି ସ୍ଥାପନା କଲାପରେ କ୍ରୀଡ଼ା ପତାକା ଉତ୍ତୋଳନ କରି ପିଲାଙ୍କୁ କ୍ରୀଡ଼ାର ଉପକାରିତା ଉପରେ ବକ୍ତବ୍ୟ ରଖିଥିଲେ l ଉପ – କନିଷ୍ଠ, କନିଷ୍ଠ ଓ ବରିଷ୍ଠ ବର୍ଗ କରାଯାଇ ସମସ୍ତ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ାରେ ସାମିଲ କରଯାଇଥିଲା l ଦିନରେ ଦୌଡ଼, ବେଙ୍ଗଡିଆଁ, ଅଖାଡିଆଁ, ଗଣିତକଷା ଇତ୍ୟାଦି ପ୍ରମୁଖ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

କ୍ରୀଡ଼ାକୁ କ୍ରୀଡ଼ା ଶିକ୍ଷକ ଚିତ୍ତରଂଜନ ବାରିକ୍ ଓ ଜିତେନ୍ଦ୍ର ଗୁରୁ ପରିଚାଳନା କରିଥିବା ବେଳେ ଉଦ୍ଘୋଷକ ଭାବରେ ଶେଖ୍ ଅବଦୁଲ୍ ଖାଲିକ୍ ଓ ସୁଷମା ବିଶ୍ଵାଳ ଦାୟିତ୍ଵ ନିର୍ବାହ କରିଥିଲେ l ଫଳାଫଳ ପଞ୍ଜିକା ଦାୟିତ୍ୱରେ ଥିଲେ ସହକାରୀ ଶିକ୍ଷୟିତ୍ରୀ ମଗନମ୍ ଜାହଁl ଓ ମଧୁସ୍ମିତା ସାହୁ, ସହାୟତାରେ ଥିଲେ ସହକାରୀ ଶିକ୍ଷକ ସଲିମ୍ ଇବ୍ରାହିମ୍, ସହକାରୀ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ରାଉତ, ରଶ୍ମୀ ରଞ୍ଜିତା ବେହେରା, ତ୍ରିପୁରା ସେଠୀ ଓ ତାଜୁଦ୍ଦିନ୍ ଖାଁ l ଶାନ୍ତିଶୃଙ୍ଖଳା ରକ୍ଷାରେ ଥିଲେ ସହକାରୀ ଶିକ୍ଷୟିତ୍ରୀ ପ୍ରଭାସିନୀ ମିଶ୍ର, ନିଶାମଣି ମିଶ୍ର ଓ ଲକ୍ଷ୍ମୀପ୍ରିୟା ନାୟକ l ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁଙ୍କ ତତ୍ତ୍ଵାବଧାନରେ ଏହି କ୍ରୀଡା ଆୟୋଜିତ ହୋଇଥିଲା ।

ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *