February 5, 2025
Home » ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

0

ବଲାଙ୍ଗିର : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଟୁମ୍ବଡୋଳା ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ ଦୁଇ ଦିନ ଧରି ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ । ପ୍ରଧାନ ଶିକ୍ଷକ ରବୀନ୍ଦ୍ର ଠେଟୁଆଲ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଅତିଥି ଭାବେ ବିଦ୍ୟାଳୟର ଉପଦେଷ୍ଟା ବିଦୁ ଭୂଷଣ ସିଂଦେଓ, ପରିଚାଳନା କମିଟି ସଭାପତି ଲବ ବିଶ୍ଵାଳ ଓ ମୋ ସ୍କୁଲ ସଭାପତି ଚିନ୍ତାମଣି ପଟେଲ ଯୋଗ ଦେଇଥିଲେ ! ପ୍ରଧାନ ଶିକ୍ଷକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ ଦିବସରେ ଅତିଥି ଭାବେ ସୁଚାରୁବାଳା ଦେବୀ ଓ ପ୍ରସାଦି ନାଏକ ଯୋଗଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ ।କାର୍ଯ୍ୟକ୍ରମ କୁ ସୁଧାଂଶୁ ପଟେଲ ପରିଚାଳନା କରିଥିବା ବେଳେ ଅମ୍ବୁଜ କୁମାର ପଟେଲ, ବୃଷଭ ସେଠ, ଗୋପାଳ ଚନ୍ଦ୍ର ପାଣ୍ଡିଆ, ମଳୟ ରଞ୍ଜନ ମିଶ୍ର, ଜୟଦେବ ନାଏକ ସହଯୋଗ କରିଥିଲେ । ଏହି ଉତ୍ସବ ରେ ଶ୍ରେଷ୍ଠ ଖେଳାଡି ଭାବେ ସୋହନ ସାହୁ, ନିତୁ ପୋଢ଼, ଅଙ୍କିତ ବିଶ୍ଵାଳ ଓ ଅଲିଭା ରଣା ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଦୁଇ ଦିନ ଧରି ଚାଲିଥିବା ଉତ୍ସବ କୁ ପ୍ରମୋଦ କୁମାର ରାଉତ, ସୁମନ୍ତ କୁମାର ଦାଶ, ପିତାମ୍ବର ପଧାନ ଓ ସୁଜିତ ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ଅର୍ଚ୍ଚନା ମହାପାତ୍ର ଓ ସ୍ନେହ ଲତା ପଧାନ ତଥ୍ୟ ରକ୍ଷକ ଭାବେ କାର୍ଯ୍ୟ ତୁଲାଇ ଥିଲେ !

ବଲାଙ୍ଗୀର ଇପିଏ ରୁ ନବୀନ ପଶାୟତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *