April 22, 2025
Home » ବାଲିଅନ୍ତା ବ୍ଲକ ସମ୍ମୁଖରେ ଆନ୍ଦୋଳନରତ ସାମ୍ବାଦିକମାନଙ୍କୁ ସାକ୍ଷାତ କଲେ କଂଗ୍ରେସ ପ୍ରତିନିଧିଦଳ

ବାଲିଅନ୍ତା ବ୍ଲକ ସମ୍ମୁଖରେ ଆନ୍ଦୋଳନରତ ସାମ୍ବାଦିକମାନଙ୍କୁ ସାକ୍ଷାତ କଲେ କଂଗ୍ରେସ ପ୍ରତିନିଧିଦଳ

0

ଭୁବନେଶ୍ୱର: ବାଲିଅନ୍ତା ପଞ୍ଚାୟତ ସମିତି ଅଧ୍ୟକ୍ଷା ଗଣମାଧ୍ୟମର ପ୍ରତିନିଧିଙ୍କୁ ଅସମ୍ମାନିତ କରିବା ପ୍ରତିବାଦରେ ବାଲିଅନ୍ତା ବ୍ଲକ ସମ୍ମୁଖରେ ଆନ୍ଦୋଳନରତ ବାଲିଅନ୍ତା-ବାଲିପାଟଣା-ଧଉଳିର ସାମ୍ବାଦିକମାନଙ୍କୁ ଆଜି କଂଗ୍ରେସ ଦଳର ପ୍ରତିନିଧିମାନେ ସାକ୍ଷାତ କରି ସେମାନଙ୍କର ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି । ଏହି ଅବସରରେ ପ୍ରତିନିଧି ଦଳ ପକ୍ଷରୁ ଶ୍ରୀଯୁକ୍ତ ମାନସ ଚୌଧୁରୀ କହିଛନ୍ତି ଯେ ବିଜେପି ସରକାର ଅମଳରେ ଗଣମାଧ୍ୟମ ଅସୁରକ୍ଷିତ । ଗଣମାଧ୍ୟମକୁ ନୀରପେକ୍ଷ ଭାବରେ କାର୍ଯ୍ୟ କରିବାକୁ ଦିଆଯାଉନାହିଁ । ବାଲିପାଟଣା ବ୍ଲକ ଅଧ୍ୟକ୍ଷା ନିଜର ସୀମା ସରହଦ ଟପି ଯେଉଁଭଳି ଭାବରେ ଆଚରଣ କରିଛନ୍ତି ଏହା ଅତ୍ୟନ୍ତ ନିନ୍ଦନୀୟ । ସାମ୍ବାଦିକମାନେ ଶାସନର ସ୍ୱଚ୍ଛତା ପାଇଁ ସଂଗ୍ରାମ କରିଥାନ୍ତି । ବ୍ଲକ ଅଧ୍ୟକ୍ଷା ତୁରନ୍ତ ନିଜର ଭୁଲ ସ୍ୱୀକାର କରନ୍ତୁ ଓ ସାମ୍ବାଦିକମାନଙ୍କୁ ଭୁଲ ମାଗନ୍ତୁ ବୋଲି ଶ୍ରୀ ଚୌଧୁରୀ ଦାବି କରିଛନ୍ତି । ସେ ଏହି ପ୍ରସଙ୍ଗକୁ ନେଇ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବେ ଏବଂ ବ୍ଲକ ଅଧ୍ୟକ୍ଷାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଚୌଧୁରୀ ସାମ୍ବାଦିକମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।
ଏହି ପ୍ରତିନିଧିଦଳରେ ଭୁବନେଶ୍ୱର କଂଗ୍ରେସ ସାଂସଦ ପ୍ରାର୍ଥୀ ୟାସିର ନୱାଜ, ରଞ୍ଜିତ ପାତ୍ର, ବେଣୁଧର ଭୋଇ, ଅମୀୟ ପାଣ୍ଡବ, ମନୋଜ ବିଶ୍ୱାଳ, ମିଲନ ପଟ୍ଟନାୟକ, ମହମ୍ମଦ ପରଭେଜ, ଅମରେଶ ପରିଡ଼ା, ରାହୁଲ ମହାନ୍ତି, ବଟକୃଷ୍ଣ ରାଉତରାୟ, ଜନ୍ମେଜୟ ଲେଙ୍କା ଓ ସନ୍ଦୀପ ରାଉତରାୟ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *