July 29, 2026
Home » ବାଲିଅନ୍ତା ବ୍ଲକରେ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ବାଲିଅନ୍ତା ବ୍ଲକରେ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

0
WhatsApp Image 2026-07-27 at 5.59.41 PM (1)

x

ଭୁବନେଶ୍ୱର:ବାଲିଅନ୍ତା ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜିର ପ୍ରତ୍ୟକ୍ଷ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଖୋରଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି ଯୁଗ୍ମ ଅଭିଯୋଗ ଶୁଣାଣିରେ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧା ପ୍ରମୁଖ ଉପସ୍ଥିତ ଥିଲେ । ଜଣାଶୁଣାଣିକୁ ଆସିଥୁବା ଜନସାଧାରଣମାନଙ୍କ ନିମନ୍ତେ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା I

ଆଜି ମୋଟ ୭୨ଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିଲା I ସେଥି ମଧ୍ୟରୁ ୪୫ଟି ଅଭିଯୋଗ ବ୍ୟକ୍ତିଗତ ଥିବାବେଳେ ୨୭ଟି ଗୋଷ୍ଠୀଗତ ଅଭିଯୋଗ ଥିଲା ।ସେଥି ମଧ୍ୟରୁ ୪ଗୋଟି ଅଭିଯୋଗକୁ ତୁରନ୍ତ ସମାଧାନ କରାଯାଇଥିଲା । ଦୁଇ ଜଣଙ୍କ ଆବେଦନକୁ ବିଚାରକୁ ନିଆଯାଇ ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏତଦବ୍ୟତୀତ ସମସ୍ତ ଅଭିଯୋଗଗୁଡିକୁ ବିଚାରକୁ ନେଇ ତ୍ଵରିତ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଅଧୁକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜନସାଧାରଣଙ୍କୁ ସେବା ଯୋଗାଇ ଦେବା ଉପରେ ଅଧିକାରୀମାନେ ଗୁରୁତ୍ୱରୋପ କରିଥିଲେ।ଆଜିର ଶୁଣାଣି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜୟଦେବ ବିଧାୟକ ଶ୍ରୀ ନବକିଶୋର ମଲ୍ଲିକ,ଭୁବନେଶ୍ୱର ଉପଜିଲ୍ଲାପାଳ ଡଃ ମନୋରଞ୍ଜନ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ, ବାଲିଅନ୍ତା ବିଡିଓ ଶ୍ରୀମତୀ ରଶ୍ମିତା ନାଥ, ତହସିଲଦାର ଶ୍ରୀ ଲୀଲନ ପ୍ରସାଦ ସାହୁ, ଜିଲ୍ଲା ସାଧାରଣ ଅଭିଯୋଗ ଆସିଷ୍ଟାନ୍ତ କଲେକ୍ଟର ଭୁବନେଶ୍ଵରୀ କହଁର, ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ, ସ୍ଥାନୀୟ ଜନ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *