December 3, 2025
Home » ବାଲିଯୋଡି ନାଳ ଜଳବିଭାଜିକା କମିଟି ରେ ଅନିୟମିତତା

ବାଲିଯୋଡି ନାଳ ଜଳବିଭାଜିକା କମିଟି ରେ ଅନିୟମିତତା

0
WhatsApp Image 2025-10-19 at 2.15.26 PM

ସମ୍ପାଦକ ତଥା ବିଜେପି ପଂଚାୟତ ସଭାପତି ଙ୍କ ନାମରେ ଅଭିଯୋଗ କଲେ ସଦସ୍ୟ/ସଦସ୍ୟା ।

କଙ୍କଡ଼ାହାଡ଼:ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକରେ ଜଳ ବିଭାଜିକା ସହାୟତା ରାଶିକୁ ନେଇ ଗୋଟିଏ ପରେ ଗୋଟିଏ ଜଳ ବିଭାଜିକା ଉପରେ ମହାଦୁର୍ନୀତି ଅଭିଯୋଗ ସାମ୍ନାକୁ ଆସିଛି ।ଜଳ ବିଭାଜିକା ସଭାପତି ଓ ସମ୍ପାଦକ ମିଶି ଲକ୍ଷାଧିକ ଟଙ୍କାର ସହାୟତା ରାଶି ହଡ଼ପ କରିଥିବା ନେଇ ହିତାଧିକାରୀ ଓ କମିଟିର ସଦସ୍ୟ/ସଦସ୍ୟା ଅଭିଯୋଗ ଆଣିଛନ୍ତି ।ସୂଚନା ଅନୁସାରେ ଗଡ଼ପଳାଶୁଣି ପଞ୍ଚାୟତ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ବାଲିଯୋଡି ଜଳ ବିଭାଜିକାରେ ଅର୍ଥ ଆତ୍ମସାତ ହୋଇଥିବା ଅଭିଯୋଗ ଆସିଛି ।ଏହି ଜଳ ବିଭାଜିକାରେ ଗଡ଼ପଳାଶୁଣି ପଞ୍ଚାୟତର ବିଭିନ୍ନ ଗ୍ରାମ ଯଥା:ଡଙ୍ଗାପାଳ,ନାଗେଶ୍ଵର,କରଡ଼ାଖମଣ,ବଡ଼ସାହି,ଗଡ଼ପଳାଶୁଣି ବିଶ୍ୱାଳ ସାହି ଆସୁଅଛି ।ବିଭାଗ ପକ୍ଷରୁ ଏହି ସମସ୍ତ ଗ୍ରାମରେ ହିତାଧିକାରୀଙ୍କୁ ପରିବା ଚାଷ,କୁକୁଡ଼ା ପାଳନ,ଛେଳି ପାଳନ ଜଳ ବିଭାଜିକା ପକ୍ଷରୁ ଆସୁଥିବା ୧୬ ହଜାର ଟଙ୍କାରୁ ମାତ୍ର ୨ ରୁ ୩ ହଜାର ଟଙ୍କା ଦେଇ ଅର୍ଥ ହଡ଼ପ କରୁଥିବା ଅଭିଯୋଗ ହେଉଛି ।କମିଟିର ୧୨ ଜଣ ସଦସ୍ୟଙ୍କ ମଧ୍ୟରେ ଜଣେ ସଭାପତି, ସାମ୍ପାଦକ ଓ ୧୦ ଜଣ ସଦସ୍ୟ/ସଦସ୍ୟା ରହିଛନ୍ତି ।ସଭାପତିଙ୍କ ବିୟୋଗ ହୋଇଥିବା ଜଣା ପଡ଼ିଛି ।ଏହି କମିଟିର ୧୦ ଜଣ ସଦସ୍ୟ/ସଦସ୍ୟା ସିଧାସଳଖ କମିଟିର ସମ୍ପାଦକ ପ୍ରଦୀପ କୁମାର ସାମଲଙ୍କ ନାରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ।ସେମାନେ ଅଭିଯୋଗ କରିଛନ୍ତି ସମ୍ପାଦକ ଶ୍ରୀ ସାମଲ ସଦସ୍ୟ/ସଦସ୍ୟାଙ୍କ ଅଜ୍ଞାତରେ ଜାଲିଆତି ଦସ୍ତଖତ କରି ଜଳ ବିଭାଜିକାରେ କେତେ ଅର୍ଥ ବିନିଯୋଗ ହୋଇଅଛି ଆମେମାନେ ଜାଣି ପାରୁ ନାହିଁ ।ଏପରିକି ହିତାଧିକାରୀଙ୍କୁ ଧମକ ଚମକ ଦେଇ ୧୬ ହଜାର ଟଙ୍କାରୁ ମାତ୍ର ୨ ରୁ ୩ ହଜାର ଟଙ୍କା ଦେଇ ବଳକା ଟଙ୍କା ନିଜେ ଆତ୍ମସାତ କରିଛନ୍ତି ।ଏପରିକି ନିଜ ସମ୍ପର୍କୀୟଙ୍କ ନାମରେ ଯୋଜନା ଦେଇ ଅର୍ଥ ହଡ଼ପ କରିଛନ୍ତି ।ଏହି ସମସ୍ତ ଅଭିଯୋଗ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀ କଳ୍ପବଟ ବେହେରାଙ୍କ ନିକଟରେ ଜରଡା ଗ୍ରାମରେ ୧୦ ଜଣ ସଦସ୍ୟ/ସଦସ୍ୟା ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।ଏହି ଦାବିପତ୍ର ଦେବା ସମୟରେ କମିଟିର ଗୁରୁଦେବ ବିଶ୍ୱାଳ,ଦେବ ଜେନା,ବିରବର ସିଂହ, ପାଟରାଣୀ ସିଂହ, କଳାକର ସିଂହ, ଅଭିମନ୍ୟୁ ସିଂହ, କୁନ୍ତଳା ସିଂହ, ବିଜୟ ବେହେରା,ପବିତ୍ର ନାଏକ, ନରୋତ୍ତମ ସିଂହ ପ୍ରମୁଖ ଉପସ୍ଥିତ ରହିଥିଲେ ।ପୂର୍ବତନ ସରପଞ୍ଚ ତଥା ସମ୍ପାଦକକିଭଳି ଭାବେ ଏହି ଅର୍ଥ ହଡ଼ପ କରୁଥିଲେ ସାଧାରଣରେ ଚର୍ଚ୍ଚା ହେଉଛି ।ଆଦିବାସୀ ଅଧ୍ୟୁଷିତ କଙ୍କଡାହାଡ଼ ବ୍ଲକକୁ ଆକାଂକ୍ଷି ବ୍ଲକ ଭାବେ ମନୋନୀତ କରାଯାଇ ଅନ୍ୟ ବିକଶିତ ଅଞ୍ଚଳ ଭଳି ବିକାଶ କ୍ଷେତ୍ରରେ ଆଗେଇ ନେବାପାଇଁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଅବହେଳା କାରଣରୁ ଅନେକ ଯୋଜନା ବାଟବଣା ହେଉଛି।ଏ ସଂକ୍ରାନ୍ତରେ ଜଳବିଭାଜିକା ପ୍ରକଳ୍ପ ଅଧିକାରୀ କଳ୍ପବଟ ବେହେରାଙ୍କ ମତାମତ ନେବାପାଇଁ ଯୋଗାଯୋଗ କରିଥିଲେ ହେଁ ଯୋଗାଯୋଗ ସମ୍ଭବ ହୋଇ ପାରି ନାହିଁ ।ବାଲିଯୋଡି ଜଳବିଭାଜିକା ଅନିୟମିତତା ଉପରେ ଜିଲ୍ଲାପାଳ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ପାଇଁ କମିଟିର ସମସ୍ତ ସଦସ୍ୟ ଦାବି କରିଛନ୍ତି ।ହେଲେ ଅନେକ ଦିନ ହେଲାଣି କୋୖଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ କାହିଁକି ପ୍ରକଳ୍ପଅଧିକାରୀ ଚୁପଚାପ କାହିଁକି ଅଛନ୍ତି ଗରିବ ଚାଷୀଙ୍କୁ ନ୍ୟାୟ ଦେବ କିଏ!

Leave a Reply

Your email address will not be published. Required fields are marked *