ବାଳିକା ବିଦ୍ୟାଳୟ ସାମ୍ନାରେ ହେବ ଭେଣ୍ଡିଂ ଜୋନ
ଗାର୍ଲସ ସ୍କୁଲ ସାମ୍ନାକୁ ଖୋଳି ଦୋକାନ କରୁଛି କିଏ ? ମା’କୁ ସମ୍ମାନ କେବଳ ନାରା, ନାରୀ ଶିକ୍ଷା ଚୁଲିକୁ ଯାଉ ନୀତି।
କେନ୍ଦୁଝର: କେନ୍ଦୁଝର ସହର ସରକାରୀ ବାଳିକା ବିଦ୍ୟାଳୟ ସାମ୍ନାରେ ଆଜି ଖୋଳା ଚାଲିଛି ପେଭର୍ସ ବ୍ଲକ ତଡା ଯାଉଛି, ପଚାରି ବୁଝିବାରୁ ବଙ୍ଗାଳି ମିସ୍ତ୍ରୀ ଯିଏ ବି ଶ୍ରମିକ କହିଲା କି ମୁନସିପାଲିଟି ଲାଗି କରୁଛି ସେଡ଼ ପଡ଼ି ଏଠାରେ ଦୋକାନ ଘର ହେବ। ମାନେ ସରକାରୀ ବାଳିକା ସ୍କୁଲ କାନ୍ଥକୁ ଲାଗି ଭେଣ୍ଡିଂ ଜୋନ କରି ବୋଧେ ବାହାର ଫଳ ଦୋକାନୀଙ୍କୁ ଥଇଥାନ କରି ବେପାର କରାଯିବ। ଏପଟେ ଝିଅ ପିଲାଙ୍କ ସ୍କୁଲ ସାମ୍ନାରେ ହାଟ ବସି ହୋହାଲ୍ଲା ହୋଇ ପାଠ ଚୁଲିକୁ ଯିବ। କି ସାହସ କେନ୍ଦୁଝରଗଡ଼ ନଗରପାଳିକାର ଜିଲ୍ଲା ଶିକ୍ଷା ଅଧିକାରୀ ଏବାବଦରେ ଅଜ୍ଞ ବୋଧେ। ନିଜ ମୁନସିପାଲିଟି ସ୍କୁଲ ଅବସ୍ଥା ବାର ହେଲାପରେ ନଗରପାଳିକା ଏହି ପୁରୁଣା ବାଳିକା ସ୍କୁଲକୁ ବୁଡ଼େଇବା ଚକରରେ ଅଛି ବୋଲି ଆଲୋଚନା ହେଉଛି। ସହର ମଧ୍ୟସ୍ଥଳରେ ଏପରି ହେଲେ ରାସ୍ତା ଜାମ ହେବ ତେଣୁ ନଗରପାଳିକାର ଏହି ହୀନ କାର୍ଯ୍ୟକୁ ଦୃଢ଼ ବୁଦ୍ଧିଜୀବୀ ମାନେ ନିନ୍ଦା କରିଛନ୍ତି।
କେନ୍ଦୁଝର ରୁ ରୂପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ )ଇଷ୍ଟର୍ନ ପ୍ରେସ
