March 14, 2025
Home » ବିଏମ୍ ସି ଅଧିକାରୀ ଓ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି କର୍ମଶାଳା

ବିଏମ୍ ସି ଅଧିକାରୀ ଓ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି କର୍ମଶାଳା

0

ଭୁବନେଶ୍ୱର; ଭୁବନେଶ୍ୱର ମହାନଗର ନିଗମ ଅଧିକାରୀ ଓ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଆଜି ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ବୈଠକରେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଏମ୍ ସି କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ, ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ, ଶ୍ରୀ ଶୁଭେନ୍ଦୁ କୁମାର ସାହୁ, ସସ୍ମିତ ସାହୁ, ମୁଖ୍ୟ ବିତ୍ତ ଅଧିକାରୀ ଶ୍ରୀ ଗୋବିନ୍ଦ ଚନ୍ଦ୍ର ନାୟକ ମଂଚାସୀନ ଥିଲେ ।


ଶିକ୍ଷା ହେଉଛି ଏକ ଜୀବନ ବ୍ୟାପି ପ୍ରକ୍ରିୟା ଏହା ଜନ୍ମହେବା ପରେ ପରେ ଆରମ୍ଭ ହୁଏ ଏବଂ ମୃତ୍ୟୁର ଅବ୍ୟବହିତ ପୂର୍ବରୁ ଶେଷ ହୁଏ । ସମାଜ ହେଉଛି ପରିବର୍ତ୍ତନଶୀଳ । ସେହି ଅନୁସାରେ ଆବଶ୍ୟକତାକୁ ଦେଖି ନୂଆ ନୂଆ ନିୟମ ବା ଆଇନ କରାଯାଉଛି । ଆମେ ଯିଏ ଯେଉଁ ପଦ ପଦବୀରେ ରହିଛେ, ଆମ ଜ୍ଞାନର ପରିସୀମା ତଦଅନୁସାରେ ପରିବର୍ତ୍ତିତ ଏବଂ ପରିବର୍ଦ୍ଧିତ ବା Upgradation କରିବା ଦରକାର । ଜଣେ ସରକାରୀ କର୍ମଚାରୀ ଭାବେ କେଉଁ ସବୁ ନିୟମ ମାନି ଚଳିବା ଦରକାର ଏବଂ କ୍ରୟ ପ୍ରକ୍ରିୟା ଅନୁସରଣ କରିବେ ; ସେ ବାବଦରେ ଆଲୋଚନା ହୋଇଥିଲା l ଓଡିଶା ସର୍ଭିସ କୋଡ୍, ସରକାରୀ କର୍ମଚାରୀ କଣ୍ଡକ୍ଟ ରୁଲସ୍ ଆଣ୍ଡ ଓସିଏସ ରୁଲସ୍, ମ୍ୟାନେଜମେଣ୍ଟ ଅଫ୍ ମ୍ୟୁନିସପାଲ ଆକାଉଣ୍ଟସ୍ ଆଣ୍ଡ ଫାଇନାନ୍ସ, ଓଜିଏଫ୍ଆର୍ ଆଣ୍ଡ ଡିଏଫପିଆର୍ ନୀୟମ ମୁତାବକ ପ୍ରୋକ୍ୟୁରୋମେଣ୍ଟ ରୁଲସ୍ ଆଦି ସଂପର୍କରେ ଅଧିକ ଜ୍ଞାନ ଆହରଣ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ତାଲିମର ପ୍ରଥମ ଅଧିବେଶନରେ ଭାରତୀୟ ପ୍ରଶାସନିକ ସେବାର ଅବସର ପ୍ରାପ୍ତ ଅଧିକାରୀ ଶ୍ରୀ ଗଣେଶ ଚନ୍ଦ୍ର ପାତ୍ର, ଅବସରପ୍ରାପ୍ତ ଓଏଫ୍ଏସ୍ ଅଧିକାରୀ ଶ୍ରୀ ସଂଜୟ ପାରମାଣିକ ତାଲିମ ଦେଇଥିବା ବେଳେ, ଦ୍ୱିତୀୟ ଅଧିବେଶନରେ ଯୁଗ୍ମ ସଚିବ ତଥା ଓଏଫ୍ଏସ ଅଧିକାରୀ ଶ୍ରୀ ଗଙ୍ଗାଧର ମଲ୍ଲିକ ତାଲିମ ଦେଇଥିଲେ । ଏହି ଅଧିକାରୀମାନେ ସରକାରଙ୍କର ପରିବର୍ତ୍ତିତ ବିଭିନ୍ନ ଆଇନକାନୁନ୍ ସଂପର୍କରେ ଅବଗତ କରାଇବା ସହ ଆର୍ଥିକ ବ୍ୟବସ୍ଥାକୁ କିପରି ପରିଚାଳନା କରାଯାଏ
ସେ ସଂପର୍କରେ ତାଲିମ ପ୍ରଦାନ କରିଥିଲେ । ଜଣେ ସରକାରୀ ଅଧିକାରୀ ବା କର୍ମଚାରୀ କଣ କରିବା ଉଚିତ୍ ଏବଂ କଣ ନ କରିବା ଉଚିତ୍, ସେ ସଂପର୍କରେ ଅବଗତ କରାଇଥିଲେ ।
ଏହି ସମସ୍ତ କାର୍ଯ୍ୟର ସଂଯୋଜନା ଓ ସଂଚାଳନା କରିଥିଲେ ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ ।

Leave a Reply

Your email address will not be published. Required fields are marked *