August 26, 2025
Home » ବିଏମ୍ ସି ରିକ୍ରିଏସନ କ୍ଲବର ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ

ବିଏମ୍ ସି ରିକ୍ରିଏସନ କ୍ଲବର ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ

0
WhatsApp Image 2025-08-07 at 8.51.57 AM

ଭୁବନେଶ୍ୱର;:ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ରିକ୍ରିଏସନ କ୍ଲବ ପକ୍ଷରୁ ଆରମ୍ଭ ହୋଇଛି ବାର୍ଷିକ କ୍ରୀଡା ଉତ୍ସବ । ଆଜି ବିଏମ୍ ସି ମୁଖ୍ୟାଳୟର ତୃତୀୟ ମହଲାରେ ଆୟୋଜିତ ବାର୍ଷିକ କ୍ରୀଡା ଉଦଘାଟନୀ କାର୍ଯ୍ୟକ୍ରମରେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟି ମେୟର ଶ୍ରୀମତୀ ମଂଜୁଲତା କହଁର, କମିଶନର ଶ୍ରୀ ଚଞ୍ଚଳ ରାଣା, ସାଂସ୍କୃତିକ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ରାମଚନ୍ଦ୍ର ରଣସିଂହ, ବିରଞ୍ଚି ନାରାୟଣ ମହାସୂପକାର, ଶ୍ରୀଧର ବେହେରା, ବହୁ କର୍ପୋରେଟର କର୍ପୋରେଟର, ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ, ଶ୍ରୀ କୈଳାସ ଚନ୍ଦ୍ର ଦାସଙ୍କ ସମେତ ବିଏମ୍ ସିର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

ପ୍ରତି ବର୍ଷପରି ଚଳିତ ବର୍ଷ ସ୍ୱାୟତ୍ତ ଶାସନ ଦିବସକୁ ଧୁମ୍ ଧାମରେ ପାଳନ କରିବା ପାଇଁ ବିଏମ୍ ସି ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ଗତ ବର୍ଷ ପରି ଏ ବର୍ଷ ମେୟର ଏକାଦଶ ଓ କମିଶନର ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ତେବେ ଚଳିତ ବର୍ଷ କ୍ରିକେଟ ସହ ଫୁଟବଲ ଖେଳକୁ ମଧ୍ୟ ସାମିଲ କରାଯାଇଛି । ଏହା ବ୍ୟତୀତ ଚେସ୍, କ୍ୟାରେମ, ବ୍ୟାଡ ମିଣ୍ଟନ, ମ୍ୟୁଜିକ୍ ଚେୟାର ଆଦି ବିଭିନ୍ନ ଇନଡୋର ଓ ଆଉଟ୍ ଡୋର୍ ଗେମ୍ସ, ଉଭୟ ପୁରୁଷ ଓ ମହିଳା ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିରେ ବିଏମ୍ ସିର କର୍ପୋରେଟର, ଅଧିକାରୀ ଓ କର୍ମଚାରୀ ଅଂଶ ଗ୍ରହଣ କରିପାରିବେ । ସେହିପରି ସେପ୍ଟେମ୍ବର 2 ତାରିଖ ଦିନ ବିଏମ୍ ସି ରିକ୍ରିଏସନ କ୍ଲବ ପକ୍ଷରୁ ରବିନ୍ଦ୍ର ମଣ୍ଡପଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ ।
ଏହା ବ୍ୟତୀତ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ କବିତା, ପ୍ରବନ୍ଧ, ବକ୍ତୃତା, ଚିତ୍ରାଙ୍କନ ଆଦି ପ୍ରତିଯୋଗୀତା ମଧ୍ୟ ଅନୁଷ୍ଠିତ ହେବ । ଆଜିଠାରୁ ଆରମ୍ଭ ହୋଇଛି କ୍ୟାରେମ୍ ଓ ଚେସ୍ ପ୍ରତିଯୋଗିତା ଟୁର୍ଣ୍ଣାମେଣ୍ଟ। ଏହି ସମସ୍ତ କାର୍ଯ୍ୟକ୍ରମର ସଂଯୋନଜା କରିଥିଲେ ବିଏମ୍ ସି ରିକ୍ରିଏସନ କ୍ଲବର ସାଧାରଣ ସଂପାଦକ ଶ୍ରୀ ଶୁଭକାନ୍ତ ପାଢୀ ।
ଖେଳ ହେଉଛି ମଣିଷ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । କ୍ରୀଡା ପ୍ରତିଯୋଗିତା ଜରିଆରେ କର୍ମଚାରୀ, ଅଧିକାରୀ ଓ ଲୋକ ପ୍ରତିନିଧିଙ୍କ ମଧ୍ୟରେ ଥିବା ଦୂରତ୍ୱ ହ୍ରାସ ପାଇବା ସହ ସେମାନଙ୍କ ମଧ୍ୟରେ ଏକ ସମନ୍ୱୟର ସେତୁ ସୃଷ୍ଟି ହୋଇପାରିବ । ପରସ୍ପର ପ୍ରତି ଆତ୍ମିୟତା ବୃଦ୍ଧି ପାଇବ ଏବଂ ଆଗାମୀ ଦିନରେ ସମ୍ମିଳିତ ଭାବେ କାର୍ଯ୍ୟ କରିବାକୁ ସମସ୍ତେ ଆଗ୍ରହୀ ହେବେ ବୋଲି କହିଛନ୍ତି ମାନନୀୟା ମେୟର ଶ୍ରୀମତୀ ଦାସ ।

Leave a Reply

Your email address will not be published. Required fields are marked *