July 1, 2025
Home » ବିଏମ୍ ସିର ସଲିଡ ଓ୍ୱେଷ୍ଟ ପ୍ଲାଜମା ଟେକ୍ନୋଲୋଜି ଟ୍ରିଟମେଣ୍ଟ ପ୍ଲାଣ୍ଟ ବୁଲି ଦେଖିଲେ ଆନ୍ଧ୍ରପ୍ରଦେଶ ପ୍ରତିନିଧି ଦଳ

ବିଏମ୍ ସିର ସଲିଡ ଓ୍ୱେଷ୍ଟ ପ୍ଲାଜମା ଟେକ୍ନୋଲୋଜି ଟ୍ରିଟମେଣ୍ଟ ପ୍ଲାଣ୍ଟ ବୁଲି ଦେଖିଲେ ଆନ୍ଧ୍ରପ୍ରଦେଶ ପ୍ରତିନିଧି ଦଳ

0
WhatsApp Image 2025-04-27 at 3.08.25 PM

ଭୁବନେଶ୍ୱର :ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି)ର ସଲିଡ ଓ୍ୱେଷ୍ଟ ପ୍ଲାଜମା ଟେକ୍ନୋଲୋଜି ଟ୍ରିଟମେଣ୍ଟ ପ୍ଲାଣ୍ଟ (Solid Waste Plasma Technology Treatment Plant)ବୁଲି ଦେଖିଲେ ଆନ୍ଧ୍ରପ୍ରଦେଶର ଡକ୍ଟର ଭୀମରାଓ ଆମ୍ବେଦକର କୋନାସୀମା ଜିଲ୍ଲା ଅନ୍ତର୍ଗତ ଅମଲାପୁରମ୍ ମ୍ୟୁନିସପାଲିଟି କମିଶନର ଓ ତାଙ୍କ ଟିମ୍ । ଏହି ଟିମରେ ଅମଲାପୁରମ୍ ମ୍ୟୁନିସପାଲିଟିର କମିଶନର ଶ୍ରୀ କେଭିଆରଆର୍ ରାଜୁ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀମତୀ ଡାଗ୍ଗୁମାଲ୍ଲା ଶାନ୍ତାଲକ୍ଷ୍ମୀ, ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଇଂଜିନିୟର ଶ୍ରୀ ଏମବିଏସ୍ ଶଙ୍କର ରାଓ ଓ ଜିଲ୍ଲା ଶିଳ୍ପ ଅଧିକାରୀ ଶ୍ରୀ ପିକେପି ପ୍ରସାଦ ପ୍ରମୁଖ ଆସିଥିଲେ ।

ଏହି ଟିମ୍ କଠିନ ବର୍ଜ୍ୟ ପ୍ରକ୍ରିୟାକରଣ କାର୍ଯ୍ୟ ବୁଲି ଦେଖିବା ସହ ଏହାର ପ୍ରକ୍ରିୟାକରଣ, ଉପକାରୀତା, ଅପକାରୀତା, ଖର୍ଚ୍ଚ ଆଦି ସଂପର୍କରେ ବିଭିନ୍ନ କଥା ପଚାରି ବୁଝିଥିଲେ । ବିଏମ୍ ସି ପକ୍ଷରୁ ସଲିଡ ଓ୍ୱେଷ୍ଟ ପ୍ଲାଜମା ଟେକ୍ନୋଲୋଜି ଟ୍ରିଟମେଣ୍ଟ ପ୍ଲାଣ୍ଟ ପରିଚାଳନା କରୁଥିବା ଇଂଜିନିୟର ସେମାନଙ୍କୁ ଏ ସଂପର୍କରେ ପୁଙ୍ଖାନୁପୁଙ୍ଖ ବୁଝାଇଥିଲେ ।


ବିଏମ୍ ସି ଗସ୍ତରେ ଆସିଥିବା ଏହି ଟିମକୁ ଆଜି ଭୁବନେଶ୍ୱର ମହାନଗର ନିଗମ ମୁଖ୍ୟାଳୟରେ ପୁଷ୍ପଗୁଚ୍ଛ, ଉପହାର ଓ କଫିଟେବ୍ଲ ପୁସ୍ତକ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସହକାରୀ କମିଶନର ଶ୍ରୀ ଏନ୍. ଗଣେଶ ବାବୁଙ୍କ ସହ ଟିମ୍ ବିଏମ୍ ସି ଉପସ୍ଥିତ ଥିଲେ । ସଲିଡ ଓ୍ୱେଷ୍ଟ ପ୍ଲାଜମା ଟେକ୍ନୋଲୋଜି ଟ୍ରିଟମେଣ୍ଟ ପ୍ଲାଣ୍ଟର ପରିଚାଳନା, ରକ୍ଷଣାବେକ୍ଷଣ, ବର୍ଜ୍ୟ ସଂଗ୍ରହ, ଆଦି ସଂପର୍କରେ ସେମାନେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ଏବଂ ସେମାନଙ୍କୁ ଅତିରିକ୍ତ କମିଶନର ଓ ସହକାରୀ କମିଶନର ବୁଝାଇଥିଲେ । ପରେ ସେମାନେ ସଲିଡ ଓ୍ୱେଷ୍ଟ ପ୍ଲାଜମା ଟେକ୍ନୋଲୋଜି ଟ୍ରିଟମେଣ୍ଟ ପ୍ଲାଣ୍ଟ ସହ ବିଭିନ୍ନ ଏମସିସି ଓ ଏମଆରଏଫ୍ ସେଣ୍ଟର ବୁଲି ଦେଖିଥିଲେ ।

ଏହି ସଲିଡ ଓ୍ୱେଷ୍ଟ ପ୍ଲାଜମା ଟେକ୍ନୋଲୋଜି ଟ୍ରିଟମେଣ୍ଟ ପ୍ଲାଣ୍ଟ ଏବଂ ବର୍ଜ୍ୟ ସଂଗ୍ରହ ପଦ୍ଧତି ସଂପର୍କରେ ତଥ୍ୟ ସେମାନେ ଏଠାରେ ଅବଗତ ହୋଇଯିବା ପରେ ଅମଲାପୁରମ୍ ମ୍ୟୁନିସପାଲିଟିରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନିଆଯିବ । ସେଥିପାଇଁ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ଡକ୍ଟର ବିଆର ଆମ୍ବେଦକର କୋନାସୀମା ଜିଲ୍ଲା ପ୍ରଶାସନ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ଏକ୍ସପୋଜର ଭିଜିଟରେ ପଠାଇଛନ୍ତି ବୋଲି ସେମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *