ବିକାଶ ବାହାନ ରଥ ପରିକ୍ରମା କୁ ବିରୋଧ ଅଭିଯୋଗରେ ବିଜେଡି ପାରିଷଦ ଙ୍କ ବିରୋଧରେ ମାମଲା

ପାରାଦୀପ – ରାଜ୍ୟ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡିଶା ର ସମସ୍ତ ଜିଲ୍ଲା ଓ ଅଞ୍ଚଳରେ ବିକାଶ ବାହାନ ରଥ ପରିକ୍ରମା କରି ସରକାର ଙ୍କ ଉପଲବ୍ଧି ସମ୍ପର୍କରେ ସାଧାରଣରେ ସଚେତନତା ସୃଷ୍ଟି କରୁଛି l ଏହି ପରିପ୍ରେକ୍ଷୀ ରେ ପାରାଦୀପ ପୌରାଞ୍ଚଳ ର ସମସ୍ତ ୱାର୍ଡ ମାନଙ୍କରେ ଏହି ରଥ ପରିକ୍ରମା କରୁଥିବା ବେଳେ ଦଳମତ ନିର୍ବିଶେଷରେ ବହୁ ପାରିଷଦ ଓ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ରଥ କୁ ଭବ୍ୟ ସମ୍ବର୍ଦ୍ଧନା ଦେଉଥିବାର ଦେଖିବାକୁ ମିଳୁଛି l
ସରକାରୀ କାର୍ଯ୍ୟକ୍ରମ ହେତୁ ଏହାକୁ ପାରାଦୀପ ପୌରପାଳିକା ପରିଚାଳନା କରୁଥିବା ବେଳେ ଗତ ଜୁନ ୧୬ ତାରିଖ ସୋମବାର ଅପରାହ୍ନ ରେ ପୌରପାଳିକା ର ସିଟି ମିଶନ ମ୍ୟାନେଜର ସୁଲୋକ୍ୟ ନାଥ ମିଶ୍ର ଙ୍କ ତତ୍ୱାବଧାନରେ ୧୬ ନମ୍ବର ୱାର୍ଡ ର ନୂଆବଜାର ଛକ ରେ ରଥ ପରିକ୍ରମା ଓ ଏକ ସଭାର ଆୟୋଜନ କରାଯାଇଥିଲା l ତେବେ ସୌଜନ୍ୟ ଦୃଷ୍ଟି ରୁ ଏଥିରେ ଯୋଗଦେବା ପାଇଁ ସେହି ୱାର୍ଡ ର ବିଜେଡି ପାରିଷଦ ମନୋଜ କୁମାର ନାୟକ ଙ୍କୁ ନିମନ୍ତ୍ରଣ କରାଯାଇଥିଲା l ତେବେ ସେ ନଆସି ଶିବ ମନ୍ଦିର ଛକରେ ରଥ କୁ ଅଟକାଇ ସିଟି ମିଶନ ମ୍ୟାନେଜର ଓ ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ଙ୍କୁ ସାଧାରଣରେ ଆଶ୍ରାଭ୍ୟ ଭାଷାରେ ଗାଳି କରି ବର୍ଷେ ଭିତରେ ସରକାର ଉନ୍ନତି ବଦଳରେ ରାଜ୍ୟ କୁ ନଷ୍ଟ କରିଛନ୍ତି ବୋଲି ଦୋଷାରୋପ କରିଥିଲେ l
ତେବେ ଏପରି ଏକ ସରକାରୀ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରିବା ଅଭିଯୋଗରେ ପୌର ପରିଷଦ ର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ପାରାଦୀପ ଆଦର୍ଶ ଥାନାରେ ମନୋଜ ନାୟକ ଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି l ଅନ୍ୟପକ୍ଷରେ ଏହାକୁ ନେଇ ସାଧାରଣରେ ଉତ୍ତେଜନା ସୃଷ୍ଟି ହେବା ସହ ଅଭିଯୁକ୍ତ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହୋଇଛି l
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ