ବିଜେପି ପୂର୍ବତନ ଜିଲ୍ଲା ସଭାପତି ତଥା ବରିଷ୍ଠ ଆଇନଜୀବୀ ସଂଗ୍ରାମ କେଶରୀ ମହାନ୍ତି ଙ୍କ ଦେହାନ୍ତ : ସାଧାରଣରେ ଶୋକ

ପାରାଦୀପ/ଜଗତସିଂହପୁର – ଅବିଭକ୍ତ କଟକ ଜିଲ୍ଲାର ପୂର୍ବତନ ବିଜେପି ସଭାପତି ତଥା ବରିଷ୍ଠ ଆଇନଜୀବୀ ସଂଗ୍ରାମ କେଶରୀ ମହାନ୍ତି (୮୫) ଙ୍କ ଜଗତସିଂହପୁର କଲେଜ ଛକ ନିକଟସ୍ଥ ବାସଭବନ ରେ ରବିବାର ଦିନ ଦେହାନ୍ତ ହୋଇଯାଇଛି l ସେ ଦୀର୍ଘବର୍ଷ ଜିଲ୍ଲା ବିଜେପି ଦାୟିତ୍ୱ ତୁଲାଇବା ସହ ଜଣେ ଭଲ ଆଇନଜୀବୀ ହିସାବରେ ବେଶ ପରିଚିତ ଥିଲେ । ଜଗତସିଂହପୁର ଜିଲ୍ଲାରେ ତାଙ୍କୁ ହିଁ ବିଜେପିର ଭିସ୍ମ ପିତାମହ ବୋଲି କୁହାଯାଏ lତାଙ୍କ ବିୟୋଗରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି l ଅବିଭକ୍ତ କଟକ ଜିଲ୍ଲା ବିଜେପିର ପୂର୍ବତନ ସଭାପତି ତଥା ବରିଷ୍ଠ ଇନଜୀବୀ ଶ୍ରୀ ସଂଗ୍ରାମ କେଶରୀ ମହାନ୍ତିଙ୍କ ଦେହାନ୍ତ ଖବର ଶୁଣି ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଗଭୀର ଦୁଃଖ ପ୍ରକାଶ କହିଛନ୍ତି ଯେ ସେ ଜଣେ ସରଳ, କର୍ମନିଷ୍ଠ ଓ ଅମାୟିକ ସ୍ୱଭାବର ବ୍ୟକ୍ତି ଥିଲେ l ତୃଣମୂଳ ସ୍ତରରେ ବିଜେପି ସଂଗଠନକୁ ସୁଦୃଢ କରିବାରେ ତାଙ୍କର ଭୂମିକା ତୁଳନୀୟ ଥିଲା l ତାଙ୍କର ବିୟୋଗ ଜିଲ୍ଲା ବିଜେପି ପାଇଁ ଏକ ଅପୂରଣୀୟ କ୍ଷତି l ମହାପ୍ରଭୁଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି l ସେହିପରି ଜିଲ୍ଲା ବିଜେପି ସଭାପତି ପ୍ରତାପ ମିଶ୍ର ଶୋକବ୍ୟକ୍ତ କରି କହିଛନ୍ତି ଯେ ସଂଗ୍ରାମ ବାବୁ ଙ୍କ ଦେହାବସାନ ମୋ ପାଇଁ ଏକ ବ୍ୟକ୍ତିଗତ କ୍ଷତି। ମା’ଶାରଳା ଓ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ତାଙ୍କ ଆତ୍ମାର ସଦଗତି ସହିତ ତାଙ୍କ ପରିବାରକୁ ଏଭଳି ଦୁଃଖ ସହିବାର ଶକ୍ତି ଓ ସାହସ ଦେବାପାଇଁ ପ୍ରାର୍ଥନା କରିଛନ୍ତି l ସେହିପରି ପାରାଦୀପ ତଥା ଗତସିଂହପୁର ଜିଲ୍ଲା ର ପୁରାତନ କାର୍ଯ୍ୟକର୍ତ୍ତା ଅଜୟ ଦାଶ,ଅଜିତ ଦାସ ମୋତିଚାନ୍ଦ ଦାସ,ଶଶାଙ୍କ ଆଚାର୍ଯ୍ୟ, ରାମ ଚନ୍ଦ୍ର ସ୍ୱାଇଁ,ନିତ୍ୟାନନ୍ଦ ବରାଳ, ସୁକାନ୍ତ ମହାନ୍ତି, ସାହୁ, କୈଳାସ ମଲ୍ଲିକ, ଆଦିତ୍ୟ ରାଉତରାୟ, ସଞ୍ଜୀବ ମିଶ୍ର ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିବା ସହ ପୁଣ୍ୟ ଆତ୍ମାର ସଦଗତି ନିମନ୍ତେ କାମନା କରିଛନ୍ତି l ଅନ୍ୟପକ୍ଷରେ ପାରାଦୀପ ବିଜେପି ସଂଗ୍ରାମ ମହାନ୍ତି ଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି l
paradeep ru prasant das nka report epa news