November 27, 2025
Home » ବିଜେପୁର ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ବିଜେପୁର ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

0
WhatsApp Image 2025-11-27 at 4.57.03 PM

 

ବରଗଡ : ବରଗଡ଼ ଜିଲ୍ଲା ବିଜେପୁର ମହୋତ୍ସବ ପାଇଁ ବ୍ଲକ କଳାକାର ସଂଘ ଓ ବ୍ଲକ ସାମ୍ବାଦିକ ସଂଘର ମିଳିତ ସହଯୋଗରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଜ୍ଞାପିତ ଅଂଚଳ ପରିଷଦର ପୁରାତନ କୋଠାରେ ଆୟୋଜିତ ଏହି ବୈଠକରେ ନାଟ୍ୟକାର ମୋହନ ସିଂ ଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସଂଘର ପ୍ରାକ୍ତନ ସଭାପତି ଜନାର୍ଦ୍ଦନ ପାଣିଗ୍ରାହୀ, ବ୍ଲକ କଳାକାର ସଂଘର ଉପ-ସଭାପତି ଦେବେନ୍ଦ୍ର ମଟାରୀ, ସାମ୍ବାଦିକ ପାଣ୍ଡବ ପଧାନ, ଜିତେନ୍ଦ୍ରୀୟ ମେହେର, ଜଗନ୍ନାଥ କୁମ୍ଭାର, ଅମୂଲ୍ୟ ସୁନା ଓ ନୀଳମଣି ମେହେର, ଭରତ ସାହୁ, ଅମୃତ ବିଶି, ଦୁର୍ବାଦଳ ମେହେର, ଶେଷଦେବ ପୁଟେଲ, ବିଶ୍ବେଶ୍ବର ପୁଟେଲ, ବାବୁଲାଲ ସାବତ, ଦିବ୍ୟଜ୍ଞାନ ମଟାରୀ, ଦୁର୍ଯ୍ୟୋଧନ ନାଏକ, ନରେନ୍ଦ୍ର ପଟେଲ, ରାଧାକାନ୍ତ କୁମ୍ଭାର, ରବି ମେହେରଙ୍କ ସମେତ ବିଭିନ୍ନ ଗ୍ରାମର କଳାକାର ଯୋଗଦେଇ ଥିଲେ ।

ଆଗାମୀ ଜାନୁୟାରୀ ଶେଷ ସପ୍ତାହରେ ବିଜେପୁର ମହୋତ୍ସବ ଦୁଇ ଦିନ ଧରି ଆୟୋଜନ କରିବାକୁ ସ୍ଥିରୀକୃତ ହୋଇଛି । ଲୋକଗୀତ,ଲୋକନୃତ୍ୟ ସହ ପଶ୍ଚିମ ଓଡ଼ିଶାରେ ଲୁକ୍କାୟିତ ହୋଇ ଯାଉଥିବା ବିଭିନ୍ନ ପ୍ରତିଯୋଗିତା ଆୟୋଜିତ କରିବାକୁ ପ୍ରସ୍ତାବ ହୋଇଛି । କଳାକାର ରାଜେଶ୍ବର ବେହେରାଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ପ୍ରାରମ୍ଭିକ ଭାବରେ ମହୋତ୍ସବର ରୂପରେଖ ଉପରେ ଆଲୋଚନା ହୋଇଥିଲା ।

 

ବରଗଡ ଜିଲ୍ଳା ପ୍ରତିନିଧି ଇପିଏରୁ କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ(ଇଷ୍ଟର୍ଣ୍ଣ ପ୍ରେସ୍‌ ଏଜେନ୍‌ସୀ)

Leave a Reply

Your email address will not be published. Required fields are marked *