July 6, 2025
Home » ବିଡ଼ିଓ ସାମ୍ୱାଦିକ ବିବାଦ ରେ ଆଇ ଜି ହିମାଂଶୁ ଲାଲ ଙ୍କ ତଦନ୍ତ ଆରମ୍ଭ l

ବିଡ଼ିଓ ସାମ୍ୱାଦିକ ବିବାଦ ରେ ଆଇ ଜି ହିମାଂଶୁ ଲାଲ ଙ୍କ ତଦନ୍ତ ଆରମ୍ଭ l

0
WhatsApp Image 2024-11-06 at 5.45.03 PM

ସୁବର୍ଣ୍ଣପୁର –ସୋନପୁର ବିଡିଓ ଓ ସାମ୍ବାଦିକ ବିବାଦ ମାମଲାରେ ଗତ କାଲି ସମ୍ବଲପୁର ଉତ୍ତରାଞ୍ଚଳ ଆଇଜି ହିଂମାଶୁ ଲାଲ ସୁବର୍ଣ୍ଣପୁର ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସ୍ଥାନୀୟ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ l ବ୍ଲକ କର୍ମଚାରୀ ଜିଲ୍ଲା ସଦର ମହକୁମାର କିଛି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ଘଟଣା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଆଇଜି ଏଠାରେ ପହଞ୍ଚି ତଦନ୍ତ କରୁଥିବା ଜଣା ପଡ଼ିବା ପରେ ବ୍ଲକ ଅଞ୍ଚଳର ସମସ୍ତ ବର୍ଗର କର୍ମଚାରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ପଞ୍ଚାୟତ ପ୍ରତିନିଧି , ବ୍ଲକର ଇଞ୍ଜିନିୟରର୍ସ ସଂଘ ଆଦି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ପହଞ୍ଚି ବିଡିଓଙ୍କ ସମର୍ଥନ ରେ ମତ ଦେଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ବିଡିଓଙ୍କୁ ସମର୍ଥନ କରି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ବିଭିନ୍ନ ବର୍ଗର ସରକାରୀ କର୍ମଚାରୀ ଆଇଜିଙ୍କ ତଦନ୍ତର ସମ୍ମୁଖୂନ ହେବା ଆଲୋଚନାର ବିଷୟ ହୋଇଛି। ସାମ୍ୱାଦିକ ଙ୍କ ସମର୍ଥନ ରେ ଗତ କାଲି ସୁବର୍ଣ୍ଣପୁର ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ସାମୂହିକ ଆନ୍ଦୋଳନ ହୋଇଥିବା ବେଳେ ଆଜି ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଉକ୍ତ ସଂଘ ପକ୍ଷରୁ ଆନ୍ଦୋଳନ ହୋଇଥିବା ଥିବା ଜଣା ପଡ଼ିଛି l

ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *