ବିନା ଇନ୍ଧନ ପାଣିପମ୍ପ ପ୍ରଦର୍ଶନ କଲେ ବଲାଡି ର ଛାତ୍ରୀ ଅର୍ଚ୍ଚିତା l

ସୁବର୍ଣ୍ଣପୁର –ସୋନପୁର ଉଠା ଜଳସେଚନ ବିଭାଗ ତରଫରୁ ଚାଲିଥିବା ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପ୍ରତିଯୋଗିତା ରେ ବଲାଡି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଅର୍ଚ୍ଚିତା ସାହୁ ପ୍ରକଳ୍ପ ପ୍ରଦର୍ଶନୀ ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି l ଅର୍ଚ୍ଚିତା ବିନା ଇନ୍ଧନ ରେ ଚାଳିତ ପାଣିପମ୍ପ ସହ ଅନ୍ୟାନ୍ୟ ଚାରିଗୋଟି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ ଓ ଗରିବ ଚାଷୀ ପାଇଁ ବେଶ ସହାୟ ହେବବୋଲି ଆଶା ପ୍ରକାଶ କରିଥିଲେ l ଛାତ୍ରୀ କେବଳ ତାଙ୍କ ପିତା ବିରେନ୍ଦ୍ର ସାହୁ ଓ ମାତା ଡଲି ସାହୁ ଙ୍କ ସହାୟତା ରେ ନିଜେ ଏହି ପ୍ରକଳ୍ପ ଉଦ୍ଭାବନ କରିଥିବାରୁ ପ୍ରଦର୍ଶନୀ ରେ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଥିଲେ l ବିଚାରକ ଭାବରେ ଶିକ୍ଷକ ହରେଶ ମେହେର, ଶ୍ୟାମସୁନ୍ଦର ମେହେର, ସୁରେନ୍ଦ୍ର ମେହେର ଦାୟିତ୍ୱ ତୁଲାଇଥିଲେ l ବଲାଡି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସତ୍ୟଜିତ ପଟ୍ଟନାୟକ ଓ ସମସ୍ତ ଶିକ୍ଷକ ଓ କର୍ମଚାରୀ ତଥା ବଲାଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ସମୀର କୁମାର ପଣ୍ଡା ଛାତ୍ରୀ ଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର