ବିନା ସୁଚନା ଫଳରେ ନିମ୍ନ ମାନର କାର୍ଯ୍ୟ

କନିଷ୍ଠ ଯନ୍ତ୍ରୀ ଦେଖା ନାହିଁ ସୂଚାଉଛି କି ପିସି କାରବାର…… ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ବ୍ଲକ ରାଜ୍ୟକୁ ନୁଆଁ କରି ଆସିଥିବା ସରକାର ଲୋକମାନଙ୍କୁ ଭୁଆଁ ବୁଲେଇବାରେ ବ୍ୟସ୍ତ। ଜାଣି ଶୁଣି ସରକାରୀ ଅଧିକାରୀ ପିସିକାରବାରରେ ଲିପ୍ତ ରହି ନିମ୍ନ ମାନର କାର୍ଯ୍ୟ କରୁଛନ୍ତି। ଢ଼େଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼ ବ୍ଲକ୍ ଅନ୍ତର୍ଗତ ଘାଗରାମୁଣ୍ଡା ଗ୍ରାମ ପଞ୍ଚାୟତରେ ନିମ୍ନ ମାନର କାର୍ଯ୍ୟ ବଢ଼ିବାରେ ଲାଗିଛି।ପିଓ,ଏଡିଓ, କନିଷ୍ଠ ଯନ୍ତ୍ରୀ, ଆସିଷ୍ଟାଣ୍ଟ ଇଞ୍ଜିନିୟର ମିଶି କିଛି ଠିକାଦାରଙ୍କୁ ଧରି ଚଞ୍ଚକକତା କରି ନିମ୍ନ ମାନର କାର୍ଯ୍ୟ କରୁଛନ୍ତି।
ଘାଗରାମୁଣ୍ଡା ପଞ୍ଚାୟତର ମନରେଗା ଯୋଜନାରେ ପୋଖରୀ, ଅମୃତ ସରୋବର,କେନାଲ ଆଡ଼ିବନ୍ଧ ଇତ୍ୟାଦି ରାତିରେ ମେସିନ୍ ଲଗାଇ କାର୍ଯ୍ୟ କରୁଛନ୍ତି। CFC,SFC, ଜଳ ବିଭାଜିକା,ଫିସରି ଇତ୍ୟାଦି କାର୍ଯ୍ୟ ନିମ୍ନମାନର କାର୍ଯ୍ୟ କରିବା ସହିତ ସମସ୍ତ ଅଧିକାରି ଓ ଠିକାଦାର ମିସି ଗରିବଙ୍କ ପାଇଁ ସରକାରୀ ଯୋଜନା ଗୋଡିକୁ ଚଳୁ କରୁଛନ୍ତି। ଘାଗରାମୁଣ୍ଡା ପଞ୍ଚାୟତ ଖନ୍ଦା ଗ୍ରାମରେ ଏକ ପୋଖରୀ ମନରେଗା ସହିତ ସି ଏଫ୍ ସି ଏସ୍ ଏଫ୍ ସି ଯୋଜନାରେ କାର୍ଯ୍ୟ କରୁଛନ୍ତି ପୋଖରୀ ର ଖନ୍ଦା ଗୋଡିବନ୍ଧ ପୋଖରୀ କୋଡ଼ ନଂ ୨୪୦୭୦୦୯/ଡବ୍ଲୁ ଏଚ/୧୦୪୮୯୭୫୦
ବିନା ସୁଚନା ଫଳକରେ ଏକ ପାହାଚ ତିଆରି ଚାଲିଛି ଯାହାକି କେତେ ଟଙ୍କାରଅନୁଦାନ କାର୍ଯ୍ୟ କେଉଁ ବିଭାଗର ନାଗରିକ ସୂଚନା ଫଳକ ନାହିଁ। ସବୁଠୁ ବଡ଼ ରହସ୍ୟ ହେଉଛି କି ନିମ୍ନମାନର ବାଲି ଛିଞ୍ଚି ଅଧା ବସ୍ତା ସିମେଣ୍ଟ ରେ ବାଲି ୧୪ ଗାଣ୍ଡୁଆ ମେଣ୍ଟାଲ ୧୧ ଗାଣ୍ଡୁଆ ଦେଇ କାର୍ଯ୍ୟ କରୁଛନ୍ତି । ପାହାଚ ତିଆରି ବିଷୟରେ କନିଷ୍ଠ ଯନ୍ତ୍ରୀ ପର୍ଶୁରାମ ପଟ୍ଟନାୟକ, ପିଓଙ୍କୁ ବାରମ୍ବାର ଯୋଗା ଯୋଗ କରିଲେ ଫୋନ ଟି ରିଙ୍ଗ ହେଉଥିଲେ ମଧ୍ୟ ଫୋନ ଟି ରିସିଭ୍ କରୁନାହାନ୍ତି ଏଥିରୁ ଜଣା ପଡ଼ୁଛି କି ଫୋନ ଉଠାଇଲେ ସତ ସାମ୍ନାକୁ ଆସିଯିବବୋଲି ଉଠାଉନାହାନ୍ତି ଯନ୍ତ୍ରୀ ପର୍ଶୁରାମ ପଟ୍ଟନାୟକ।ଏଥରୁ ଯାହା ଅନୁମାନ କରାଯାଉଛି ଠିକାଦାର ଓ ସରକାରୀ ବାବୁ ଙ୍କ ମିଳିତ ଭଗତରେ ଲୋଟିବାକୁ ପ୍ରୟାସ ଚାଲିଛି!ଭିଜିଲାନ୍ସ ତଦନ୍ତ ପାଇଁ ଅଞ୍ଚଳ ବାସୀ ଦାବି ଜଣାଇଛନ୍ତି! ଆଗକୁ ଜିଲ୍ଲାପାଳ କ’ଣ ପଦକ୍ଷେପ ନେଉଛନ୍ତି ବୁଦ୍ଧୀ ଜିବି ଙ୍କ ମହଲରେ ଆଲୋଚନା ହେଉଛି।`
kankadahada ru subash prashan nka report epa news