December 27, 2024
Home » ବିନିକାରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା, ଯୋଗଦେଲେ ପୂର୍ବତନ ମନ୍ତ୍ରୀ l

ବିନିକାରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା, ଯୋଗଦେଲେ ପୂର୍ବତନ ମନ୍ତ୍ରୀ l

0

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଓ ନଗର ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଟିତ ହୋଇ ଯାଇଛି। ବିନିକା ସହରର ଐତିହାସିକ ପାପକ୍ଷୟ ଘାଟ ଗେଟ ସମ୍ମୁଖରୁ ସୋନପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନେତୃତ୍ବରେ ହଜାର ହଜାର ବିଜେଡି କର୍ମୀ ଓ ଜନସାଧାରଣ ପଦ ଯାତ୍ରାରେ ବାହାରି ମୁଖ୍ୟ ରାସ୍ତା ଦେଇ ବିନିକା ଆରଏମସି ଠାରେ ପହଞ୍ଚିଥିଲେ। ବିଜେଡି ବ୍ଲକ ସଭାପତି ଦ୍ବାରୀକା ନାଥ ସାହୁଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଚେତନତା ସଭାରେ ସୋନପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୁଝାରୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ବିଜେଡି ସରକାର ସମୟରେ ଚାଲିଥିବା ଲୋକାଭିମୁଖୀ ଯୋଜନା ଉପରେ ଲୋକଙ୍କୁ ବୁଝାଇବା ସହ ବର୍ତ୍ତମାନ ଡ଼ବଳ ଇଞ୍ଜିନ ସରକାର ପିସି ସରକାର ବୋଲି କହିଥିଲେ l ଏହା ସହ ଓଡିଶା ର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ରେ ହୋଇଥିବା କାର୍ଯ୍ୟପାଇଁ ଦଳୀୟ ସଭପତି ନବୀନ ପଟ୍ଟନାୟକ ସବୁ ବେଳେ ଓଡିଶା ବlସୀ ଙ୍କ ହୃଦୟରେ ରହିଛନ୍ତି ଓ ଆଗାମୀ ଦିନରେ ମଧ୍ୟ ରହିବେ ବୋଲି କହିଥିଲେ l ବର୍ତ୍ତମାନ ବିଜେପି ସରକାର ଚାଷୀଙ୍କ ବିନା କଟନି ଛଟନିରେ ୩୧୦୦ ଟଙ୍କାରେ ସମସ୍ତ ଚାଷୀଙ୍କ ଧାନ ସଂଗ୍ରହ କରିବା ଓ ୩୦୦ ୟୁନିଟ ବିଦ୍ୟୁତ ବିଲ ଛାଡ଼ କରିବାକୁ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ତୁରନ୍ତ ପାଳନ କରନ୍ତୁ ବୋଲି ଦାବି ରଖିଥିଲେ l ବର୍ତ୍ତମାନ ବିଜେପି ଦଳର ବଲାଙ୍ଗିର ଏମପି ଓ ଵୀରମହାରାଜପୁର ବିଧାୟକ ଲୋକଙ୍କ କଥା ବୁଝିବା ବଦଳ ରେ ପିସି ମାଗିବାରେ ବ୍ୟସ୍ତ କୁ ନେଇ ଆଗାମି ଦିନରେ ଏହର ଦୃଢ଼ ବିରୋଧ କରାଯିବ ବୋଳି ବକ୍ତା ମାନେ ମତବ୍ୟକ୍ତ କରିଥିଲେ । ସାଂସଦ ଓ ବିଧାୟକ ରାତି ଅଧିଆ ରାଇସ ମିଲ କୁ ପରିଦର୍ଶନରେ ଯିବାର କାରଣ କଣ ବୋଲି ବକ୍ତା ମାନେ ପ୍ରଶ୍ନ କରିଥିଲେ । ଏଥିରେ ବିଜେଡ଼ି ଜିଲ୍ଲା ସଭାପତି ସରୋଜ କମ୍ପ, ଜିଲ୍ଲା ଉପ ସଭାପତି ରମେଶ ପୂଝାରୀ ବିଜୁ ଜନତାଦଳ ଜିଲ୍ଳା ଯୁବ ସଭାପତି ଅଶୋକ ନନ୍ଦ, ବିନିକା ବ୍ଳକ ଅଧ୍ୟକ୍ଷା ଦିପ୍ତିରେଖା ନନ୍ଦ , ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା,ଏନଏସି ଉପାଧ୍ୟକ୍ଷା ତପସ୍ୱିନୀ ମେହେର, ବିଜେଡ଼ି ର ସକ୍ରିୟ ସଦସ୍ୟ ମକରଧ୍ୱଜ ସାହୁ, ବିନିକା ଉପାଧ୍ୟକ୍ଷ ନିର୍ମଳ ଷାଣ୍ଢ,ବିନିକା ବ୍ଳକ ସରପଞ୍ଚ ସଂଘ ସଭାପତି ରଜତ କୁମାର ପଧାନଙ୍କ ସମେତ ଅନେକ ଜିଲ୍ଲା ପରିଷଦ ସଭ୍ୟ ,ସମିତି ସଭ୍ୟ,ସରପଞ୍ଚ ଓ ନେତୃସ୍ଥାନୀୟ ବ୍ୟକ୍ତି ଯୋଗ ଦେଇଥିଲେ l ଶେଷରେ ମହଦା ସରପଞ୍ଚ ଭିମସେନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପଦଯାତ୍ରାରେ ଜିଲ୍ଲା ବିଜେଡି କର୍ମକର୍ତ୍ତା , ଦଳୀୟ କର୍ମୀ ଓ ଜନସାଧାରଣ ଯୋଗ ଦେଇଥିଲେ l

ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *