ବିପୁଳ ପରିମାଣ ର ଗଞ୍ଜେଇ ଜବତ, ମାଫିଆ ଗିରଫ

ସୁବର୍ଣ୍ଣପୁର —ବୌଦ୍ଧ ପୋଲିସ କୁ ବଡ଼ ସଫଳତା । ରାଜ୍ୟ ବାହାରକୁ ଚାଲାଣ ପାଇଁ ଗଛିତ ଥିବା ଗଞ୍ଜେଇ ସହ ମାଫିଆ ଗିରଫ । ବୌଦ୍ଧ ଜିଲ୍ଲା ବଘିଆପଡା ଫାଣ୍ଡି ଅନ୍ତର୍ଗତ ନେନ୍ଦନ ଗ୍ରାମ ନିକଟସ୍ଥ ବାରାକୋଡା ଜଙ୍ଗଲ ରୁ ୧୩ କୁଇଣ୍ଟାଲ ୫୦ କେଜି ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ ମାଫିଆ କରଡାପଡା ଗ୍ରାମର ବାସୁଦେବ ଦନ୍ତା କୁ ଗିରଫ କରିଛି ବୌଦ୍ଧ ପୋଲିସ ।
ସୂଚନା ଅନୁସାରେ ବାହାର ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ପାଇଁ ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଅନ୍ତର୍ଗତ ନେନ୍ଦନ ଜଙ୍ଗଲ ମଧ୍ୟରେ ପ୍ରସ୍ତୁତି ଚାଲିଥିବା ବେଳେ ବୌଦ୍ଧ ପୋଲିସ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଚଢାଉ କରିଥିଲା । ଘଟଣା ସ୍ଥଳରେ ପୋଲିସ୍ କୁ ଦେଖି ଗଞ୍ଜେଇ ମାଫିଆ ମାନେ ଫେରାର ମାରିଥିବା ବେଳେ ଜଣକୁ କବୁ କରିବା ସହ ୧୩କୁଇଣ୍ଟାଲ ୫୦କେଜି ଗଞ୍ଜେଇ ସହ ଏକ ନୂଆ ବୋଲେରୋ ପିକପ ଜବତ କରିଥିଲା । ଅଭିଯୁକ୍ତ ଜଣକ ହେଲେ ବୌଦ୍ଧ ଥାନା କରଡାପଡ଼ା ଗ୍ରାମର ବାସୁଦେବ ଦନ୍ତା । ଆଜି ତାଙ୍କୁ କୋର୍ଟ ଚାଲାଣ କରିଛି ବୌଦ୍ଧ ପୋଲିସ l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର