ବିବେକାନନ୍ଦ ଶିକ୍ଷାକେନ୍ଦ୍ର ହାଉସିଂ ବୋର୍ଡ଼ କଲୋନୀ ପକ୍ଷରୁ ଜାତୀୟ ଯୁବ ଦିବସ ପାଳିତ
ସମ୍ବଲପୁର : ଜାତୀୟ ଯୁବ ଦିବସ ପାଳନ ଅବସରରେ ସମ୍ବଲପୁର ସ୍ଥାନୀୟ ମୁଦିପଡ଼ା ହାଉସିଂ ବୋର୍ଡ଼ କଲୋନୀ ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପକ୍ଷରୁ ସୋମବାର ପୂର୍ବାହ୍ନରେ ସ୍ୱାମୀ ବିବେକାନନ୍ଦଙ୍କ ୧୬୪ ତମ ପବିତ୍ର ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷା ଶ୍ରୀମତୀ ରୋଜିସେନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସମାଜସେବୀ ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର, ସମ୍ମାନୀତ ଅତିଥି ଭାବେ ଯୋଗାଚାର୍ଯ୍ୟ ଶ୍ରୀଯୁକ୍ତ ରାମେଶ୍ୱର ପୁରୋହିତ ଏବଂ ସମାଜସେବୀ ଶ୍ରୀମାନ୍ ସୁନୀଲ ସାଗର ଏବଂ ପରିଚାଳନା ସମିତିର ସମ୍ପାଦକ ଶ୍ରୀଯୁକ୍ତ ହରିହର ପାଢ଼ୀ, ସ୍ୱାମୀ ବିବେକାନନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ ପରେ ସହ ଧୂପ ଦୀପ ଦ୍ୱାରା ପୂଜାର୍ଚ୍ଚନା କରିଥିଲେ । ସୁଶ୍ରୀ ପୂର୍ଣ୍ଣିମା ହୋତା ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ । ରାଷ୍ଟ୍ରପୁରୁଷ ସ୍ୱାମୀ ବିବେକାନନ୍ଦ ମହାନ୍ ଭାରତୀୟ ସଂସ୍କୃତିର ପ୍ରଚାରକ ହେବା ସଙ୍ଗେ ସଙ୍ଗେ ଯୁବ ସମାଜର ପ୍ରେରଣାର ଉତ୍ସ ଥିଲେ ବୋଲି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବହିଦାର ଉଦବୋଧନ ଦେବା ସହିତ ଦେଶବାସୀଙ୍କୁ ଉପଯୁକ୍ତ ଶାରୀରିକ ମାନସିକ ବୌଦ୍ଧିକ ଏବଂ ଆଧ୍ୟାତ୍ମିକ ଶିକ୍ଷା ପ୍ରଦାନ ଦ୍ୱାରା ହିଁ ଏକ ସମୃଦ୍ଧ ରାଷ୍ଟ୍ର ଗଠନ ହୋଇ ପାରିବ ବୋଲି ଦେଶ ସାରା ପରିଭ୍ରମଣ କରି ସ୍ୱାମୀଜୀ ଜନସାଧାରଣଙ୍କୁ ସଚେତନ କରୁଥିଲେ ବୋଲି ସେ କହିଥିଲେ । ଏହି ଅବସରରେ ଯୋଗାଚାର୍ଯ୍ୟ ଶ୍ରୀଯୁକ୍ତ ରାମେଶ୍ୱର ପୁରୋହିତ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ଏବଂ ବସନ୍ତ ବିହାରର ଭଦ୍ରବ୍ୟକ୍ତି ଓ ଭଦ୍ରମହିଳା ମାନଙ୍କୁ ଯୋଗ, ଆସନ ଓ ପ୍ରଣାୟାମ ଅଭ୍ୟାସ କରାଇଥିଲେ । ପବିତ୍ରତାର ଚିହ୍ନ ସ୍ୱରୂପ ପଦ୍ମଫୁଲର ଆର୍ଟ ଓ କ୍ରାଫ୍ଟ ପ୍ରସ୍ତୁତ କରିବାରେ ଉପସ୍ଥିତ ସମସ୍ତେ ଅଂଶଗ୍ରହଣ କରିଥିଲେ । ପୂର୍ବରୁ ଅନୁଷ୍ଠିତ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାର କୃତି ପ୍ରତିଯୋଗୀ ସମେତ ସୁଯୋଗ୍ୟ ଅଭିଭାବକ ମାନଙ୍କୁ ମେଡାଲ୍, ପ୍ରଶଂସାପତ୍ର, ପୁରସ୍କାର ଓ ସ୍ମୃତିଚିହ୍ନ ପ୍ରଦାନ ପୂର୍ବକ ପୁରସ୍କୃତ କରିଥିଲେ । ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସୁଶ୍ରୀ ଅଙ୍କିତା ଜୁଆଡ଼ିଆ, ମାନସୀ ଭୋଇ, ହିମାଳୟା ମହଲା, ଶୀଲା ମୋଦକ, ଅଷ୍ଟମୀ ପୋଢ଼ ଏବଂ ଗୀତା ପୋଢ଼ ପ୍ରମୁଖ ସମାରୋହର ସୁପରିଚାଳନାରେ ସହଯୋଗ କରିଥିଲେ | ଶେଷରେ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ୱାଗତା ଘୋଷ ଧନ୍ୟବାଦ ଅର୍ପଣ କରିଥିଲେ ।
ଇପିଏରୁ ବରଗଡ଼ ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସୀ)
