November 28, 2025
Home » ବିଭିନ୍ନ ପ୍ରସଙ୍ଗ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଓଡ଼ିଶା ସାମ୍ବାଦିକ ସଂଘ କର୍ମକର୍ତ୍ତା

ବିଭିନ୍ନ ପ୍ରସଙ୍ଗ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଓଡ଼ିଶା ସାମ୍ବାଦିକ ସଂଘ କର୍ମକର୍ତ୍ତା

0
WhatsApp Image 2025-02-21 at 2.06.28 PM

l
ସୁବର୍ଣ୍ଣପୁର — ଆଜି ଓଡ଼ିଶା ସାମ୍ୱାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ଦିବଂଗତ ତଥା ଦୁସ୍ଥ ସାମ୍ୱାଦିକଙ୍କ ପରିବାରକୁ ବାର୍ଦ୍ଧକ୍ୟ ଓ ବିଧବା ପେନସନ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କରକମଳରେ ପ୍ରଦାନ କରାଯାଇଛି। ଏଥିପାଇଁ ଜିଲ୍ଲାପାଳଙ୍କ ଅଫିସ ପ୍ରକୋଷ୍ଠରେ ଉକ୍ତ ହିତାଧିକାରୀଙ୍କ ସହିତ ଆଲୋଚନା କରି ଜିଲ୍ଲାପାଳ ଅନ୍ୟା ଦାସ ସେମାନଙ୍କ ଭଲମନ୍ଦ ପଚାରି ବୁଝିବା ସହ ସେମାନଙ୍କର ଆର୍ଥିକ ସ୍ଥିତିରେ ସୁଧାର ପାଇଁ ବିଭିନ୍ନ ପରାମର୍ଶ ଦେବା ସହ ବର୍ତ୍ତମାନ ସ୍ଵର୍ଗତ ବିନୟ ରଞ୍ଜନ ପ୍ରଧାନ ଙ୍କ ଉଚ୍ଚ ଶିକ୍ଷିତା ନାତୁଣୀ ହରିପ୍ରିୟା ଓ ସ୍ଵର୍ଗତ ଗୋପାଳ ମିଶ୍ରଙ୍କ ପୁତ୍ର କୁନାଲ ଙ୍କୁ ବିଭିନ୍ନ କ୍ଷେତ୍ର ରେ ସଫଳତା ଅର୍ଜନ ପାଇଁ ପରାମର୍ଶ ଦେଇଥିଲେ। ପ୍ରକାଶ ଯୋଗ୍ୟ ଯେ ଗତବର୍ଷ ୨୦୨୪ ମାର୍ଚ୍ଚ ୨ ତାରିଖରେ ଦେହାନ୍ତ ଘଟିଥିବା ସୋନପୁରର ସ୍ୱର୍ଗୀୟ ବିନୟ ରଞ୍ଜନ ପ୍ରଧାନଙ୍କ ପରିବାରକୁ ସରକାରଙ୍କ ସାମ୍ୱାଦିକ କଲ୍ୟାଣ ପାଣ୍ଠି ରୁ ୪ ଲକ୍ଷ ଟଙ୍କା ସହାୟତା ପ୍ରଦାନ ପ୍ରୋସେସ କୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ଵିନୀ କୁମାର ଭୋଇଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ସ୍ୱର୍ଗୀୟ ବିନୟ ରଞ୍ଜନ ପ୍ରଧାନଙ୍କ ବିଧବା ଝିଅ ଚଞ୍ଚଳା କୁ ଜାଗା ମିଶନ ଓ ଆବାସ ଯୋଜନାରେ କିପରି ଘର ଖଣ୍ଡେ ମିଳିପାରିବ ସେ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ପାଇଁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କୁ କହିଥିଲେ। ସ୍ୱର୍ଗୀୟ ଗୋପାଳ ମିଶ୍ରଙ୍କ ପୁଅର ଉଚ୍ଚଶିକ୍ଷା ଓ ନିଯୁକ୍ତି ପାଇଁ ସରକାରୀ ସ୍ତରରେ ସହାୟତା ପାଇଁ ଜିଲ୍ଲାପାଳ ପ୍ରତିଶୁତି ଦେଇଥିଲେ ଓ ଜିଲ୍ଲା ନିଯୁକ୍ତି ଅଧିକାରୀ ଙ୍କ ସହ ଯୋଗାଯୋଗ ରଖିବାକୁ ପରାମର୍ଶ କରିଥିଲେ l

ଏହି ଅବସରରେ ଉଭୟ ପରିବାରକୁ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଦ୍ଵାରା ଗତବର୍ଷ ର ଆଜୀବନ ପେନସନ ସହାୟତା ପ୍ରଦାନ କରଯାଇଥିଲା। ସେହିପରି ଆଲୋଚନା ପ୍ରସଙ୍ଗରେ ସହରର ଅନେକ ଉନ୍ନୟନମୂଳକ କାମକୁ ତ୍ବରାନ୍ବିତ କରିବା ଓ ଏକ କ୍ରୀଡା ଛାତ୍ରାବାସ ସ୍ଥାପନ ପାଇଁ ସରକାରୀ ସ୍ତରରେ ପ୍ରଚେଷ୍ଟା କରିବାପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ। ଆଜିର ଏହି ସାକ୍ଷାତ ସମୟରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଅଶ୍ଵିନୀ କୁମାର ଭୋଇ ଓଡ଼ିଶା ସାମ୍ବାଦିକ ସଂଘ ରାଜ୍ୟ କାର୍ଯ୍ଯ କାରିଣୀ ସଦସ୍ୟ ତଥା ଉପଦେଷ୍ଟା ଦିଲ୍ଲୀପ ପାତ୍ର, ରାଜ୍ୟ ସମ୍ପାଦକ ରାଜ କିଶୋର ତ୍ରୀପାଠୀ, ସୁବର୍ଣ୍ଣପୁର ଜିଲ୍ଲା ଶାଖା ସଭାପତି ମନୋରଞ୍ଜନ ତ୍ରିପାଠୀ ଓ ସମ୍ପାଦକ ମହାଦେବ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଦୀର୍ଘ ବର୍ଷ ଧରି ଦୁସ୍ଥ ସାମ୍ୱାଦିକ ଓ ଦିବଂଗତ ସାମ୍ୱାଦିକ ଙ୍କ ପରିବାର କୁ ଯୋଗାଇ ଆସୁଥିବା ପେନସନ, ଚିକିତ୍ସା ସହାୟତା ଓ ସଂଘ ର ପ୍ରତ୍ୟେକ ସାମାଜିକ ଓ ସକାରାତ୍ମକ କାର୍ଯ୍ଯ କୁ ଜିଲ୍ଲାପାଳ ଅନ୍ୟା ଦାସ ଖୁବ୍ ପ୍ରଶଂସା ସହ ପ୍ରେରଣା ପ୍ରଦାନ କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *