November 20, 2025
Home » ବିରଜା ରାଉତରାୟଙ୍କ ଓଲଟପୁର ଉପନ୍ୟାସ ଏସଭିନିର୍ତ୍ତାର ସଭାଗୃହରେ ଉନ୍ମୋଚିତ

ବିରଜା ରାଉତରାୟଙ୍କ ଓଲଟପୁର ଉପନ୍ୟାସ ଏସଭିନିର୍ତ୍ତାର ସଭାଗୃହରେ ଉନ୍ମୋଚିତ

0
WhatsApp Image 2025-11-20 at 4.40.18 PM (1)

 

ଓଲଟପୁର ସ୍ୱାମୀ ବିବେକାନନ୍ଦ ଜାତୀୟ ପ୍ରଶିକ୍ଷଣ, ପୁନର୍ବାସ ଓ ଅନୁସଂନ୍ଧାନ କେନ୍ଦ୍ର ସମ୍ମିଳନୀ କକ୍ଷରେ ବିରଜା ରାଉତରାୟଙ୍କ ଭିନ୍ନ ଧରଣର ଉପନ୍ୟାସ ଓଲଟପୁର ରାଜ୍ୟ ଭିନ୍ନକ୍ଷମ ଓ ସାମାଜିକ ସଶକ୍ତିକରଣ କମିଶନର ଶ୍ରୀମତୀ ବ୍ରତତୀ ହରିଚନ୍ଦନଙ୍କ କରକମଳରେ ନଭେମ୍ବର ୧୮ତାରିଖରେ ଉନ୍ମୋଚିତ ହୋଇଯାଇଛି। ଏହି ପୁସ୍ତକ ଟିରେ ହତାଶାର ପରିବେଶ ମଧ୍ୟରେ ଆଶାର ଆଲୋକ କିଭଳି ଆଣିଦେଉଛି ସେ ସମ୍ପର୍କରେ ଜୀବନ୍ତ କରି ଉପସ୍ଥାପନ କରାଯାଇଛି। ଆମ ସମାଜ ଯାହାକୁ ଅକ୍ଷମ ବ୍ୟକ୍ତି କହି ଅଲୋଡା ଭାବି ଅବହେଳା କରୁଛି,ସେମାନେ ଅକ୍ଷମତାକୁ ପଛରେ ପକାଇ କିଭଳି ସକ୍ଷମ ହୋବାକୁ ରାହା ପାଉଛନ୍ତି, ଏହି ଉପନ୍ୟାସରେ ବର୍ଣ୍ଣିତ ଅଛି। ଓଲଟପୁରର ପ୍ରାକୃତିକ ସମ୍ପଦ ନଦନଦୀ ସହିତ ରକ୍ତ ମାଂସର ସ୍ୱରକୁ ଶୁଣି ନୂଆ ଜୀବନ ଦେଉଥିବା ଏସଭିନିର୍ତ୍ତାର ସମ୍ପର୍କରେ ବିଶଦ ଭାବେ ବ୍ୟାଖ୍ୟା କରିବାକୁ ଲେଖକ ଚେଷ୍ଟା କରିଛନ୍ତି। ଦୀର୍ଘ ବର୍ଷ ପୂର୍ବେ ଲେଖକ ବିରଜା ରାଉତରାୟ ଦୁର୍ଘଟଣା ଗ୍ରସ୍ତ ହୋଇ ଚଳପ୍ରଚଳ କରିବା କଷ୍ଟ ହେଉଥିବା ବେଳେ ତାଙ୍କ ସହଧର୍ମୀଣିଙ୍କ ଅକୁଣ୍ଠ ସହଯୋଗରେ ସେ ଏ ଉପାଦେୟ ଉପନ୍ୟାସକୁ ରଚନା କରିଛନ୍ତି। ଏହି ଅବସରରେ ଏସଭିନିର୍ତ୍ତାରର ନିର୍ଦ୍ଦେଶକ ଡଃ ପତିତପାବନ ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପୁସ୍ତକ ଉନ୍ମୋଚନ ଉତ୍ସବରେ ଉପନିର୍ଦୈଶକ ଡଃ କିଶୋର ଚନ୍ଦ୍ର ମହାପାତ୍ର ସ୍ୱାଗତକରି ଅତିଥି ପରିଚୟ ପ୍ରଦାନ କରୀଥିଲେ।

ରାଜ୍ୟ ଭିନ୍ନକ୍ଷମ ଓ ସାମାଜିକ ସଶକ୍ତିକରଣ କମିଶନର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶାରୀରିକ ଭିନ୍ନକ୍ଷମଙ୍କ ଠାରୁ ଆମେ କେତେ ନିମ୍ନ ସ୍ତରରେ ବ୍ୟବହାର ପ୍ରଦର୍ଶନ କରି ନିଜର ମାନସିକତା, ବୁଝିବା ଶୈଳୀ, ଚିନ୍ତା ଓ ଚେତନାକୁ ତଳସ୍ତରକୁ ନେଇଯାଉଛେ ସେ ସମ୍ପର୍କରେ ସୂଚନା ଦେଇଥିଲେ।ଏ ପୁସ୍ତକଟିରେ ହତାଶା ମଧ୍ୟରେ ସ୍ରଷ୍ଟା ବିରଜା ରାଉତରାୟ କିପରି ବଞ୍ଚିବାର ରାହା ଦେଖାଇଛନ୍ତି ତାହା ସୂଚାଇଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡିଜିବିକେ କଲେଜର ଅଧ୍ୟକ୍ଷା ଡ ଚିରଶ୍ରୀ ଇନ୍ଦ୍ରସିଂ,କେନ୍ଦ୍ରାପଡା ଆୟେବା କଲେଜର ଅଧ୍ୟକ୍ଷ ଡ ବିନାୟକ ପ୍ରସାଦ ପ୍ରଧାନ, ଅଡସପୁର ଅଟୋନୋମସ କଲେଜର ନିର୍ଦ୍ଦେଶିକା ଡ ହିରଣ୍ମୟୀ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଲେଖକ ଓ ଏହି ଉପନ୍ୟାସଟି କିଭଳି ଜୀବନ୍ତଭାବେ ପ୍ରକାଶିତ ହୋଇଛି ସେ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ପ୍ରତ୍ୟେକ ଛାତ୍ରଛାତ୍ରୀ ଏହାକୁ ପାଠ କରିବା ନିହାତି ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ। ବର୍ତ୍ତମାନ ପରିସ୍ଥିତିରେ ଏସଭିନିର୍ତ୍ତାର କେବଳ ଏକ ଚିକିତ୍ସା କେନ୍ଦ୍ର ନୁହେଁ, କିଭଳି ଏକ ବହୁମୁଖୀ ରୋଜଗାରକ୍ଷମ ଅନୁଷ୍ଠାନ ଭାବେ କାମ କରୁଛି ସେ ସମ୍ପର୍କରେ ସମ୍ୟକ ସୁଚନା ଦେଇଥିଲେ। ଅନୁଷ୍ଠାନର ଚିକିତ୍ସକ, କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ବହୁ ସଂଖ୍ୟାରେ ଏହି ଓଲଟପୁର ଉପନ୍ୟାସ ଉନ୍ମୋଚନ ଉତ୍ସବରେ ଯୋଗ ଦେଇଥିଲେ। ଏହି ଉପନ୍ୟାସ କୁ ଅନ୍ୟ ଭାଷାରେ ରୂପାନ୍ତରିତ କରିବାକୁ ମଧ୍ୟ ଅତିଥି ମାନେ ସୂଚନା ଦେଇଥିଲେ।ଆମାଜାନ ସୋସିଆଲ ମିଡିଆରେ ଉପଲବ୍ଧ ଥିବା ଏହି ପୁସ୍ତକର ସ୍ରଷ୍ଟା ଶ୍ରୀ ରାଉତରାୟ ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *