December 27, 2025
Home » ବିରଳ ଅଲିଭ୍ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ ନଭେମ୍ବର ୧ ରୁ ମାଛଧରା ଉପରେ କଟକଣା

ବିରଳ ଅଲିଭ୍ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ ନଭେମ୍ବର ୧ ରୁ ମାଛଧରା ଉପରେ କଟକଣା

0
WhatsApp Image 2025-11-01 at 6.41.42 PM

 

ପାରାଦୀପ – ଅଲିଭରିଡ୍‌ଲେ କଇଁଛଙ୍କ ଅଣ୍ଡାଦେବା ଆଗମନକୁ ଦୃଷ୍ଟିରେ ରଖି ନଭେମ୍ବର ୧ ତାରିଖରୁ ସମୁଦ୍ରରେ ମାଛ ଧରିବା ଉପରେ କଟକଣା ଜାରି କରାଯାଇଛି। ଏହି କଟକଣା ୨୦୨୬ ମେ’ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟରେ ଅଲିଭ୍ ରିଡ୍‌ଲେ କଇଁଛ ଅଣ୍ଡା ଦେବା ପାଇଁ ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ମାଳଦ୍ବୀପ, ଭିଏତନାମ, ଇଣ୍ଡୋନେସିଆ ଆଦି ଦେଶରୁ ସମୁଦ୍ର ପଥ ଦେଇ ଓଡିଶା ଉପକୁଳ କୁ ଆସିଥାନ୍ତି।

 

ବିରଳ ଅଲିଭ୍ ରିଡ୍‌ଲେଙ୍କ ସୁରକ୍ଷା ଓ ବଂଶ ବୃଦ୍ଧି ପାଇଁ ସମୁଦ୍ରରେ ମାଛଧରା ଉପରେ ଏହି କଟକଣା ଜାରି କରାଯାଇଛି। କଇଁଛଙ୍କ ଏହି ଅଣ୍ଡାଦାନ ଋତୁରେ ଧାମରା ମୁହାଣରୁ ଗହୀରମଥା, ଦେବୀ ମୁହାଣ ଓ ଋଷିକୂଲ୍ୟା ମୁହାଣ ସମୁଦ୍ରରେ ମତ୍ସ୍ୟଜୀବୀଙ୍କୁ ମାଛ ନ ଧରିବାକୁ ରାଜ୍ୟ ମତ୍ସ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। କଟକଣା ସମୟରେ ଯନ୍ତ୍ର ଚାଳିତ ଡଙ୍ଗା ଓ ଟ୍ରଲର ସମୁଦ୍ର ମଧ୍ୟରେ କୂଳ ଠାରୁ ୨୦ କିମି ଭିତରେ ମାଛ ଧରି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସାମୁଦ୍ରିକ ମତ୍ସ୍ୟ ବିଭାଗ ଦ୍ୱାରା ପଞ୍ଜିକୃତ ସମସ୍ତ ଯନ୍ତ୍ର ଚାଳିତ ଡଙ୍ଗା ଓ ଟ୍ରଲରକୁ ଏହି ସମୟ ମଧ୍ୟରେ ସମୁଦ୍ରରେ ମାଛ ଧରିବାକୁ ବାରଣ କରାଯାଇଛି।

 

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *