December 26, 2024
Home » ବିଲ ପୈଠ କରିବା ବିଳମ୍ବ ଯୋଗୁଁ ପ୍ରାଣୀ ସମ୍ପଦ ମେଳାରେ ଗୋରୁ ଭର୍ତ୍ତି କରିବା ପାଇଁ ଆଣୁଥିଲେ ଗୋଶାଳା କର୍ମକର୍ତ୍ତା, ଅଧବାଟରେ ଅଟକାଇଲେ ପୋଲିସ

ବିଲ ପୈଠ କରିବା ବିଳମ୍ବ ଯୋଗୁଁ ପ୍ରାଣୀ ସମ୍ପଦ ମେଳାରେ ଗୋରୁ ଭର୍ତ୍ତି କରିବା ପାଇଁ ଆଣୁଥିଲେ ଗୋଶାଳା କର୍ମକର୍ତ୍ତା, ଅଧବାଟରେ ଅଟକାଇଲେ ପୋଲିସ

0

ସୁବର୍ଣ୍ଣପୁର –ବୌଦ୍ଧ ଜିଲ୍ଲା ମଥୁରା ପଂଚାୟତ ଦନ୍ତାପାଲି ଠାରେ 2020 ମସିହାରୁ ମାହେଶ୍ୱରୀ ଗୋଶାଳା ଆରମ୍ଭ କରି ବୌଦ୍ଧ ସହରରୁ 150 ବୁଲା ଗାଈ ଗୋରୁ ପ୍ରଶାସନର ନିର୍ଦ୍ଦେଶରେ ପ୍ରତିପାଲନ କରିଆସୁଥିଲେ l ରାଜ୍ୟ ସରକାରଙ୍କ ପ୍ରାଣୀ ସମ୍ପଦ ବିଭାଗ ଦ୍ୱାରା ବୁଲା ଗାଇ ଗୋରୁଙ୍କ ଥଇଥାନ କେନ୍ଦ୍ର ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ପାଇ ଛାତ ପର୍ଯ୍ୟନ୍ତ କାର୍ଯ୍ୟକରି ତୃତୀୟ କିସ୍ତି ପାଇ ଚତୁର୍ଥ କିସ୍ତି ପାଇବାରେ ବିଳମ୍ବ ହେବାରୁ ବାରମ୍ବାର ବିଭାଗୀୟ ଅଧିକାରୀ ଓ ଜିଲ୍ଲାପାଳ, ବିଧାୟକଙ୍କୁ ଭେଟିଲା ପରେ ମଧ୍ୟ ସୁଫଳ ନ ହେବାରୁ ବୌଦ୍ଧ ସଦର ମହକୁମାରେ ଆୟୋଜିତ ହେଉଥିବା ପ୍ରାଣୀ ସମ୍ପଦ ମେଳାରେ ଗାଇ ଭର୍ତ୍ତି କରିବା ପାଇଁ ଚେତାବନି ଦେଲା ପରେ ମଧ୍ୟ ଜିଲ୍ଲା ପ୍ରଶାସନ କର୍ଣ୍ଣପାତ କରି ନଥିଲେ l


ଏଣୁ ଆଜି ସକାଳୁ ଗୋଶାଳାରୁ 160ରୁ ଅଧିକ ଗାରୁଙ୍କୁ ବୌଦ୍ଧ ଅଭିମୁଖେ ଆଣୁଥିବାବେଳେ ବାମଣ୍ଡl ଠାରେ ପୋଲିସ ଅଟକାଇ ଥିଲେ l ଏହାପରେ ଗୋଶାଳାର ସମ୍ପାଦକ କୃତ୍ତିବାସ ପଲିଆ, ସକ୍ରିୟ ସଦସ୍ୟ ସନ୍ତୋଷ କୁମାର ଭୋଇ ମେଳା ମଞ୍ଚକୁ ଆସି ଅଥିତି ହୋଇ ଥିବା ବୌଦ୍ଧ ବିଧାୟକ, ଜିଲ୍ଲାପାଳ, ସି ଡି ଭି ଓ, ଯୁଗ୍ନ ନିର୍ଦ୍ଦେଶକଙ୍କୁ ଭେଟି ଆଭିଯୋଗ କରିଥିଲେ l ବିଧାୟକଙ୍କ ହସ୍ତକ୍ଷେପ ପରେ ଜିଲ୍ଲାପାଳ ଆସନ୍ତା 30ତାରିଖ ଭିତରେ ବିଲ ପୈଠ କରିବା ପାଇଁ ପ୍ରତିଶୃତି ଦେଲାପରେ ସମସ୍ତ ଗାଈ ଗୋଶାଳାକୁ ଫେରସ୍ତ ନେଇଥିଲେ ଗୋଶାଳା ଅଧ୍ୟକ୍ଷ ନିର୍ଗୁଣ ମହାକୁଡ଼, ଉପଦେଷ୍ଟା କେଦାରନାଥ ସାହୁ, ସଦସ୍ୟ ସୁରୁବାବୁ ପାତ୍ର ଓ ଗୋସେବକ ଗୋପାଳ ମେହେର l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *