November 2, 2026
Home » ବିଶିଷ୍ଟ ଶିକ୍ଷାବିତ୍ ବିରଞ୍ଚି ନାରାୟଣ ପଟ୍ଟନାୟକଙ୍କ ପରଲୋକ

ବିଶିଷ୍ଟ ଶିକ୍ଷାବିତ୍ ବିରଞ୍ଚି ନାରାୟଣ ପଟ୍ଟନାୟକଙ୍କ ପରଲୋକ

0
WhatsApp Image 2026-11-01 at 7.45.35 PM

 

ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅନ୍ତର୍ଗତ ବିଜିପୁର ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍, ବୁଦ୍ଧିଜୀବୀ ତଥା ଧର୍ମପରାୟଣ ବ୍ୟକ୍ତି ବିରଞ୍ଚି ନାରାୟଣ ପଟ୍ଟନାୟକଙ୍କର ରବିବାର ସକାଳ ୭ଟା ସମୟରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ସମେତ ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।

ସ୍ୱର୍ଗତ ପଟ୍ଟନାୟକ ଜଣେ ଉଚ୍ଚମନା, ପରୋପକାରୀ, ମିଷ୍ଟଭାଷୀ ଓ ମେଳାପୀ ବ୍ୟକ୍ତି ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ପରିଚିତ ଥିଲେ। ଶିକ୍ଷା ଓ ସମାଜ ପ୍ରତି ତାଙ୍କର ଅବଦାନ ଏବଂ ସରଳ ଜୀବନଶୈଳୀ ତାଙ୍କୁ ସମସ୍ତଙ୍କ ନିକଟରେ ଆଦରଣୀୟ କରିଥିଲା। ତାଙ୍କର ସ୍ନେହପୂର୍ଣ୍ଣ ବ୍ୟବହାର ଓ ପରୋପକାରୀ ମନୋଭାବ ଯୋଗୁଁ ସେ ଅଞ୍ଚଳବାସୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ।

ସେ ଭାପୁର ବ୍ଲକର ‘ସମ୍ବାଦ’ ଖବରକାଗଜର ସାମ୍ବାଦିକ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ପିତା ଥିଲେ। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ବହୁ ଶିକ୍ଷାବିତ୍, ବୁଦ୍ଧିଜୀବୀ, ସାମ୍ବାଦିକ, ଜନପ୍ରତିନିଧି ଓ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକବ୍ୟକ୍ତ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି।

ଜଣେ ଆଦର୍ଶବାନ୍ ଶିକ୍ଷାବିତ୍ ଓ ଉତ୍ତମ ମଣିଷ ଭାବେ ସ୍ୱର୍ଗତ ପଟ୍ଟନାୟକଙ୍କ ସ୍ମୃତି ସର୍ବଦା ଅମ୍ଳାନ ହୋଇ ରହିବ।

Leave a Reply

Your email address will not be published. Required fields are marked *