ବିଶ୍ବ କାବ୍ୟ ଦିବସ ସମାରୋହ
ବ୍ରହ୍ମପୁର ,: ଓଡ଼ିଶା ସାହିତ୍ୟ ଏକାଡେମୀ ସହାୟତାରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଗଞ୍ଜାମ ଜିଲ୍ଲା ପକ୍ଷରୁ ସ୍ଥାନୀୟ କୁଇନ୍ ମିଶନ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହରେ “ବିଶ୍ଵ କାବ୍ଯ ଦିବସ ପାଳନ ହୋଇ ଯାଇଛି।ସାହିତ୍ୟ ପରିଷଦ ରାଜ୍ୟ ସଭାପତି ତଥା ଆଇଜର ର ପ୍ରାକ୍ତନ କୁଳ ସଚୀବ ଡଃ ଅଭୟ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ପଞ୍ଚ ସଖା ସାହିତ୍ୟ ଓ ଆତ୍ମବୋଧର ବିଶ୍ବବୋଧ କଥା କହିଥିଲେ । ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ପ୍ରୋ, ଉଷାରାଣୀ ରଥ କହିଲେ ଯେ ଓଡ଼ିଆ ସାହିତ୍ୟରେ କାବ୍ୟିକ ଧାରା ଅତୁଳନୀୟ।ଅନ୍ୟତମ ବକ୍ତା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡଃ ସମୀର ଭୋଇ କହିଲେ ଯେ ସୀତା ଙ୍କ ବନବାସ ସମୟରେ ତମସା ନଦୀ ମଧ୍ୟରେ ଭାସମାନ କୁଟା କାଠି ଜଣେ ଜଣେ ଶବ୍ଦ ଚିତ୍ର କିପରିକଥାକହନ୍ତି କଥାରେ ସୀତା ଙ୍କମନ ମୋହନ୍ତି ଏପରି ଅପରୂପ ଭାବ ମନୋଭାବ ସୃଷ୍ଟି କରିଛି।।ବ୍ରଜରାଜନଗର ମହିଳା ମହାବିଦ୍ୟାଳୟ ର ଅବସରପ୍ରାପ୍ତ ଓଡ଼ିଆ ବିଭାଗ ପ୍ରାଧ୍ଯାପିକା ମଧୁସ୍ମିତା ସ୍ବାଇଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଗଞ୍ଜାମ ଜିଲ୍ଲା ସଭାପତି ହରେକୃଷ୍ଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦୁଇ ଜଣ ବରିଷ୍ଠ କବି କୃଷ୍ଣ ଚନ୍ଦ୍ର ତ୍ରିପାଠୀ ଓ ଜ୍ୟୋତ୍ସ୍ନା ରାଣୀ ଦେବୀଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ବିଶିଷ୍ଟ କବି , ସାହିତ୍ୟିକ ଭିକାରୀ ଚରଣ ମହାପାତ୍ରଙ୍କ ରଚିତ ୩ ଖଣ୍ଡ ପୁସ୍ତକ ସଭାରେ ଉନ୍ମୋଚିତ ହୋଇଥିଲା।
ଅତିଥି ପରିଚୟ ପ୍ରଦାନ କରିଥିଲେ ରାଜ୍ୟ ଉପାଧ୍ୟକ୍ଷ ଡଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ। ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ ସମ୍ପାଦକ କେଶବ ଚନ୍ଦ୍ର ନାୟକ। ଧନ୍ୟବାଦ ଅର୍ପଣ କରିଥିଲେ ସହ ସଂଯୋଜକ ଗୋପାଳ କୃଷ୍ଣ ପାଢ଼ୀ। ପ୍ରଥମେ ଡଃ ସାଗର ରଞ୍ଜନ ତ୍ରିପାଠୀ ବନ୍ଦେ ଉତ୍କଳ ଜନନୀ ଜାତୀୟ ସଙ୍ଗୀତ ଗାନ କରିଥିଲେ। ମାନପତ୍ର ପଠନ କରିଥିଲେ ହୃଷୀକେଶ ଦାଶ , ଓ ସୁଦେଷ୍ଣା ବେହେରା।ଦ୍ବିତୀୟ ସତ୍ରରେ କବିତା ପାଠ କାର୍ଯ୍ୟକ୍ରମରେ ୪୦ ଜଣ କବି ସ୍ବରଚିତ କବିତାମାନ ପାଠ କରିଥିଲେ।ମୁଖ୍ୟ ଅତିଥି ବର୍ଷିୟାନ କବି କୈଳାସ ଚନ୍ଦ୍ର ତ୍ରିପାଠୀ, ଉପାଧ୍ୟକ୍ଷ ଡା ପ୍ରକାଶ ଚନ୍ଦ୍ର ପାଣିଗାହୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କବି ସମ୍ମିଳନୀକୁ ସଂଯୋଜନା କରିଥିଲେ ,ବଂଶୀଧର ସେଠୀ, ଆରତୀ ଶତପଥୀ ଓ ପଦ୍ମିନୀ ମିଶ୍ର । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ,,,,ଓ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା କର୍ମଚାରୀ କାର୍ଯ୍ୟ କ୍ରମ ସଂଚାଳନ ରେ ସହଯୋଗ କରିଥିଲେ।ଶେଷରେ ସମ୍ପାଦକ କେଶବ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
brahmpur ru narasingh dakua nka report epa news
