October 23, 2025
Home » ବିଶ୍ଵ ହାତ ଧୁଆ ଦିବସ ପାଳିତ: ସଫା ହାତ ସମଙ୍କୁ ସୁସ୍ଥ ରଖେ: ଦିବସର ପ୍ରତିଫଳନ ହେଉ

ବିଶ୍ଵ ହାତ ଧୁଆ ଦିବସ ପାଳିତ: ସଫା ହାତ ସମଙ୍କୁ ସୁସ୍ଥ ରଖେ: ଦିବସର ପ୍ରତିଫଳନ ହେଉ

0
WhatsApp Image 2025-10-16 at 1.38.48 PM

 

ସୁବର୍ଣ୍ଣପୁର–ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ବରେ ସହିଦ ଭଗତ ସିଂହ ସ୍କାଉଟ ଟ୍ରୁପ ଓ ଜୁନିୟର ରେଡ କ୍ରସ ୟୁନିଟ ତରଫରୁ ବବିଶ୍ଵ ହାତ ଧୁଆ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ସଂଯୋଜନା କରିଥିଲେ ଓ ସୁସ୍ଥ ହାତ ଧୋଇବାର ଅଭ୍ୟାସ ଆମ ସମସ୍ତଙ୍କ ଧ୍ୟେୟ ହେଉ ବୋଲି ମତବ୍ୟକ୍ତ କରିଥିଲେ। ମାୟାବର୍ହା ଉପସ୍ବାସ୍ଥ୍ୟ କେନ୍ଦ୍ର ତଥା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ର ସ୍ବାସ୍ଥ୍ୟ ଅଧିକାରୀ ପୌରବୀ କର୍ମୀ ଓ ଶିକ୍ଷାବିତ୍ ଭକ୍ତ ଭୋଇ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଜୁନିଅର ରେଡକ୍ରସ କାଉନସିଲର ରାଜୁ ମେହେର ହାତ ଧୋଇବାର ବିଭିନ୍ନ ସୋପାନ ପ୍ରଦର୍ଶନ କରିଥିଲେ। ବିଦ୍ୟାଳୟର ସ୍କାଉଟ ଛାତ୍ର ଓ ଜୁନିଅର ରେଡକ୍ରସ ଛାତ୍ରୀ ମାନେ ସୋପାନ ଅନୁସାରେ ହାତ ଧୋଇବା ଅଭ୍ୟାସ କରିଥିଲେ । ଶେଷରେ ସ୍କାଉଟ ମାଷ୍ଟର ଚିନ୍ମୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସଞ୍ଜୀବ କୁମାର ପୁଝାରୀ, ମନୋଜ କୁମାର ପୂଜାରୀ, ସମ୍ପଦ ଖମାରୀ, କିରଣ ପୁଟେଲ, ସ୍ନିଗ୍ଧା ପଧାନ, ମିନକେତନ ଦାସ, ବିଭୀଷଣ ଖମାରୀ, ସୁରଜ୍ ଖମାରୀ,ସମିର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *