ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ସୁବର୍ଣ୍ଣପୁର— ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ସଭାଗୃହ ଠାରେ ରେଆର ସୋନପୁର ତରଫରୁ ବେସିକ ନୀଡ଼ସ ଇଣ୍ଡିଆ ର ସହାୟତା ରେ ଓ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସୋନପୁର ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଭା ର ମିଳିତ ଅନୁକୂଲ୍ୟ ରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଇଛି। ସର୍ବ ପ୍ରଥମେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଏକ ସଚେତନତା ରାଲି ବାହାରି ସହର ପରିକ୍ରମା କରିଥିଲା l ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ଅବସରରେ ରେଆର ର ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ କାର୍ଯ୍ୟକ୍ରମ ସଂଯୋଜକ ଧନୁର୍ଧର ନାଏକ ଅତିଥି ମାନଙ୍କୁ ସ୍ୱାଗତ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଭା ସାର୍ବଜନୀନ ସ୍ୱାସ୍ଥ୍ୟ ବିସ୍ତାର ଅଧିକାରୀଣୀ ଅମିତା ଚାନ୍ଦ, ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ର କାର୍ଯ୍ୟକ୍ରମ ସଂଯୋଜକ ଅନୁପ ରଞ୍ଜନ ଦାଶ ଓ ଟୀକାରାମ ପଟେଲ ଯୋଗ ଦେଇଥିଲେ । ଏହି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସରେ କିଶୋର କିଶୋରୀ ଙ୍କ ମାନସିକ ସ୍ୱାସ୍ଥ୍ୟ ବିଷୟରେ ପ୍ରାଧାନ୍ୟ ଦିଆ ଯାଇଥିଲା। ପରେ ରେଆର ର ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ କାର୍ଯ୍ୟକ୍ରମ ର ଉଦ୍ଧେଶ୍ୟ ଉପରେ ଆଲୋଚନ କରିବା ସହିତ ସମାଜ ରୁ କିପରି ମାନସିକ ସ୍ୱାସ୍ଥ୍ୟ ଉପରେ ଥିବା ଭୁଲ ଧାରଣା ଦୂରକରିବା ସେ ଉପରେ ଆଲୋଚନା କରିଥିଲେ। ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଟିକାରାମ ପଟେଲ ମାନସିକ ରୋଗର ଲକ୍ଷଣ ଓ ନିଜ ମାନସିକ ସ୍ୱାସ୍ଥ୍ୟ କିପରି ଠିକ ରଖିବା ସେ ଉପରେ ଆଲୋଚନା କରିଥିଲେ l ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଭାର ସାର୍ବଜନୀନ ସ୍ୱାସ୍ଥ୍ୟ ବିସ୍ତାର ଅଧିକାରିଣୀ ଅମିତା ଚାନ୍ଦ, କିଶୋର ବାଳିକା ଓ ବାଳକ ମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଆଲୋଚନା କରିଥିଲେ। କ୍ଷେତ୍ରକର୍ମୀ ମିତ୍ରଭାନୁ ମଲ୍ଲିକ ତରଭା ବ୍ଲକରେ ରେଆର ଦ୍ୱାରା ଚାଲୁଥିବା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ର ବିଭିନ୍ନ ଦିଗ ଉପରେ ପିପିଟି ମାଧ୍ୟମରେ ଦେଖାଇଥିଲେ। ଏହି କାର୍ଯ୍ୟକ୍ରମରେ ତରଭା ବ୍ଲକ ର ବିଭିନ୍ନ ପଞ୍ଚାୟତରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କର୍ମୀ ( ସି. ଏଚ. ଓ) ଆଶା, ଅଙ୍ଗନବାଡି କର୍ମୀ, ମାନସିକ ଅସୁସ୍ଥ ବ୍ୟକ୍ତିଙ୍କ ଯତ୍ନକାରୀ ଯୋଗ ଦେଇଥିଲେ। ଶେଷରେ କ୍ଷେତ୍ରକର୍ମୀ ସ୍ୱପ୍ନା ମହାଳିଙ୍ଗ ସମସ୍ତଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ କୁ ସମାପ୍ତ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..