July 4, 2025
Home » ବିଶ୍ୱ ହିନ୍ଦୁ ଫ୍ରଣ୍ଟ ଭାରତ କନ୍ଧମାଳ ଶାଖା ପକ୍ଷରୁ ବିଭିନ୍ନ ମନ୍ଦିରରେ ହନୁମାନ ଚାଳିଶା ପାଠ।

ବିଶ୍ୱ ହିନ୍ଦୁ ଫ୍ରଣ୍ଟ ଭାରତ କନ୍ଧମାଳ ଶାଖା ପକ୍ଷରୁ ବିଭିନ୍ନ ମନ୍ଦିରରେ ହନୁମାନ ଚାଳିଶା ପାଠ।

0
WhatsApp Image 2025-02-05 at 12.58.23 PM (1)

ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ର ସହଯୋଗୀ ସଂଗଠନ ବିଶ୍ୱ ହିନ୍ଦୁ ଫ୍ରଣ୍ଟ ଭାରତ କନ୍ଧମାଳ ଶାଖା ପକ୍ଷରୁ ବିଭିନ୍ନ ମନ୍ଦିରରେ ଭକ୍ତଙ୍କ ଦ୍ୱାରା ହନୁମାନ ଚାଳିଶା ପାଠ କରାଯାଇଛି।ରାଷ୍ଟ୍ରୀୟ ସଭାପତି ଅନିଲ ଚୌଧୁରୀ ଓ ମାର୍ଗଦର୍ଶକ ଡଃ ଇନ୍ଦ୍ରେଶ କୁମାରଙ୍କ ପରାମର୍ଶ କ୍ରମେ ସମଗ୍ର ଭାରତ ବର୍ଷର ବିଭିନ୍ନ ମନ୍ଦିରରେ ହିନ୍ଦୁ ଧର୍ମାବଲମ୍ବୀମାନେ ଗୋଟିଏ ଦିନରେ ଏକ ସମୟରେ ହନୁମାନ ଚାଳିଶା ପାଠ କରିବାକୁ ନିଷ୍ପତ୍ତି ନେଇଥିବାରୁ ଫୁଲବାଣୀର ଜଗନ୍ନାଥ ମନ୍ଦିର ସ୍ଥିତ ହନୁମାନ ମନ୍ଦିର, ଦଧିବାମନ ମନ୍ଦିର ସ୍ଥିତ ହନୁମାନ ମନ୍ଦିର,ହାଟପଦା ରାମ ମନ୍ଦିର ଓ ଜିଲା କାରାଗାର ହନୁମାନ ମନ୍ଦିର ଠାରେ ହନୁମାନ ଚାଳିଶା ପାଠ ହୋଇଥିଲା।

ଭକ୍ତମାନେ ଜୟ ଶ୍ରୀରାମ, ଜୟ ହନୁମାନ ସ୍ଲୋଗାନ ଦେଇ ହନୁମାନ ଚାଳିଶା ପାଠ କରିଥିଲେ। ହିନ୍ଦୁ ଧର୍ମର ଭକ୍ତ ଓ ଶ୍ରଦ୍ଧାଳୁମାନେ ଆଧ୍ୟାତ୍ମିକ ଆଲୋଚନାରେ ବ୍ରତୀ ହେବା,ଠାକୁର ବିଶ୍ୱାସ ଓ ଆସ୍ଥା ପ୍ରକଟ କରିବା ସହ ଅତି କମରେ ସପ୍ତାହରେ ଥରେ କୌଣସି ମନ୍ଦିର ନିଜେ ଯିବା ସହ ପରିବାର ବର୍ଗଙ୍କୁ ଓ ଭବିଷ୍ୟତ ପିଢୀଙ୍କୁ ମନ୍ଦିର ଯିବାକୁ ଉତ୍ସାହିତ କରିବାକୁ ଆଲୋଚନା କରାଯାଇଥିଲା।ଆଧୁନିକତାକୁ ଆପଣେଇ ଦିନକୁ ଦିନ ସମାଜ ବିଶୃଙ୍ଖଳିତ ହେଉଛି।ତେଣୁ ବିକାରଗ୍ରସ୍ତ ମନକୁ ଆଧ୍ୟାତ୍ମିକ ଆଲୋଚନା, ସତସଙ୍ଗ ଓ ଅନାସକ୍ତ କର୍ମ କରି ମୋକ୍ଷ ହେବାପାଇଁ ଭକ୍ତି ମାର୍ଗରେ ଚାଲିବା ଆଜିର ଆବଶ୍ୟକତା।ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ରାଜ୍ୟ କମିଟିର ପରାମର୍ଶ କ୍ରମେ ଜିଲା ସଭାପତି ଅଶୋକ ପରିଡାଙ୍କ ସହ ପ୍ରମୋଦ କୁମାର ସାହୁ, ପ୍ରଦୀପ ପଟ୍ଟନାୟକ, କୁନ୍ଦନ ସିଂ,ଶେଷଦେବ ସାହୁ,ସୁବାଷ ବେହେରା ,ମଞୁଳା ପାଣିଗ୍ରାହୀ ପ୍ରମୁଖ ହନୁମାନ ଚାଳିଶା ପାଠ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ। ଆଗାମୀ ଦିନରେ ପ୍ରତ୍ୟେକ ମନ୍ଦିରରେ ଆଧ୍ୟାତ୍ମିକ ଆଲୋଚନା,ସତସଙ୍ଗ, ପ୍ରବଚନ ଆଦି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନ ସାଧାରଣ ଓ ଯୁବବର୍ଗ ଯୋଗଦେବା ଉପରେ ଗୁରୁତ୍ୱ ଦେବାକୁ ଆଲୋଚନା କରାଯାଇଛି।

Leave a Reply

Your email address will not be published. Required fields are marked *