November 13, 2025
Home » ବୁଡି ଅଞ୍ଚଳ ବିସ୍ଥାପିତ ସଂଗ୍ରାମ ସମିତି ଗଜପତି ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ

ବୁଡି ଅଞ୍ଚଳ ବିସ୍ଥାପିତ ସଂଗ୍ରାମ ସମିତି ଗଜପତି ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ

0
WhatsApp Image 2025-11-12 at 5.16.43 PM

 

ଗଜପତି ଜିଲ୍ଲା ଆର.ଉଦୟଗିରି ପଞ୍ଚାୟତ ସମିତି ଅନ୍ତର୍ଗତ ଛେଳିଗଡ ଠାରେ ମଧ୍ୟମ ଜଳପ୍ରକଳ୍ପରନିର୍ମାଣ କାର୍ଯ୍ୟ ଜାରୀ ରହିଛି । ଏହି ପ୍ରକଳ୍ପ ନର୍ମାଣ ହେଲେ ଗଜପତି ଓ ଗଞ୍ଜମ ଜିଲ୍ଲାରପ୍ରାୟ ୬ହଜାର୨୬୦ହେକ୍ଟର ଜମିକୁ ଜଳସେଚନ ସମେତ ବ୍ରହ୍ମପୁର ସହରର ଘରୋଇ ବ୍ୟବହାର ନିମନ୍ତେ ୩୦.୫୪ମିଲିୟନ କ୍ୟୁବିକ୍ ମିଟର ପାଣି ଯୋଗାଣ ହୋଇପାରିବ । ଏହି ପ୍ରକଳ୍ପ ନିର୍ମାଣ ଯୋଗୁଁ ଗଜପତି ଜିଲ୍ଲା ଛେଳିଗଡ ପଞ୍ଚାୟତର ୫ଟି ରାଜସ୍ୱ ଗ୍ରାମ ଚଢିଆପଦା, ତିଳିଗାଁ, ବିଦ୍ୟାଧର ପୁର, କାକିଲି ଓ ସୁଗୁବା ଗ୍ରାମବାସୀ ବିସ୍ଥାପିତ ହୋଇଛନ୍ତି । ସମସ୍ତ ଗ୍ରାମଗୁଡିକରେ ଆଦିବାସୀ ମାନେ ବସବାସ କରୁଛନ୍ତି । ସେମାନଙ୍କୁ ସରକାରଙ୍କ ଦ୍ୱାରା ଉଚିତ ବିସ୍ଥାପିତ ରାଶି ଓ ସହାୟତା ପ୍ରଦାନ କରାଯାଇନଥିବାର ଗଜପତି ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି ।

ବିଭାଗୀୟ ଅଧିକାରୀ ମାନଙ୍କ ଅବହେଳା ଓ ଦାୟିତ୍ୱହୀନତା କାରଣରୁ ଠିକ୍ ସମୟରେ ବିସ୍ଥାପିତଙ୍କ ଚିହଟ୍ନ ପ୍ରକ୍ରିୟା ହୋଇପାରିନଥିଲା । ସେହି କାରଣରୁ ସରକାର ବିସ୍ଥାପିତ ଥଇଥାନ ରାଶି ମଞ୍ଜୁର କରିବାରେ ବିଳମ୍ବ ହୋଇଛି । ଯାହାଫଳରେ କି ବହୁ ବିସ୍ଥାପିତ ପରିବାର ମାନେ ସହାୟତା ରାଶି ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ଅସନ୍ତୋଷ ପ୍ରକାଶ ପାଇଛି ।ଛେଳିଗଡ ବୁଡି ଅଞ୍ଚଳ ବିସ୍ଥାପିତ ସଂଗ୍ରାମ ସମିତିର ସଭାପତି ଚୈତନ୍ୟ ସାହୁଙ୍କ ନେତୃତ୍ୱରେ ପ୍ରଭାବିତ ଗ୍ରାମବାସୀ ମାନେ ଜିଲ୍ଲାପାଳ ମଧୁମିତାଙ୍କୁ ଭେଟି ଆଲୋଚନା କରିବା ସହ ୧୫ଦଫା ସମ୍ବଳିତ ଏକ ଦାବୀପ୍ତର ପ୍ରଦାନ କରିଛନ୍ତି । ଉକ୍ତ ଦାବୀପତ୍ରରେ ବିସ୍ଥାପିତ ଗ୍ରାମବାସୀଙ୍କୁ ଉଚିତ କ୍ଷତିପୂରଣ ସହାୟତା ରାଶି ପ୍ରଦାନ କରାଯାଇନଥିବା, ସେମାନଙ୍କ ସକାଶେ ଥଇଥାନ କଲୋନୀରେ ବ୍ୟପକ ଅବ୍ୟବସ୍ଥା ଯୋଗୁଁ ପାରିବାରିକ ଅସନ୍ତୋଷ ବୃଦ୍ଧି, ଚାଷଜମି ସକାଶେ ପ୍ରତ୍ୟେକ ପରିବାରକୁ ୫ଲକ୍ଷ ଟଙ୍କା ଲେଖାଁଏ ସହାୟତା ରାଶି ପ୍ରଦାନ, ଜଙ୍ଗଲ ଜମି କ୍ଷତିପୂରଣ ପ୍ରଦାନ, ନୂତନ ଭାବେ ସର୍ବେକ୍ଷଣ ହୋଇଥିବା ଡିପି ମାନଙ୍କୁ ତୁରନ୍ତ ଥଇଥାନ ରାଶି ପ୍ରଦାନ କରିବା, କ୍ଷତିଗ୍ରସ୍ଥ ଜମି ଗୁଡିକ ଚିହ୍ନଟ କରି ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଏଫଆରଏଲ୍ ଲାଇନ କରିବା, ପ୍ରତ୍ୟେକ ବିସ୍ଥାପିତ ଗ୍ରାମକୁ ସ୍ମାର୍ଟ କଲୋନୀର ମାନ୍ୟତା ପ୍ରଦାନ, ବିସ୍ଥାପିତ ହୋଇଥିବା ପରିବାରର ଯୁବକଯୁବତୀଙ୍କୁ ନିଯୁକ୍ତି ପ୍ରଦାନ, ଥଇଥାନ ସହାୟତା ଭତ୍ତାକୁ ଏକ ବର୍ଷ ପରିବର୍ତ୍ତେ ୨ବର୍ଷକୁ ବୃଦ୍ଧି କରାଯାଇ ମାସିକ ୫ହଜାର ଟଙ୍କା ଲେଖାଁଏ ଭତ୍ତା ପ୍ରଦାନ କରିବା ସମେତ ଅନ୍ୟାନ୍ୟ ଦାବୀ ଉଲ୍ଲେଖ ରହିଛି ।

ଉକ୍ତ ଦାବୀପତ୍ର ପ୍ରଦାନ ବେଳେ ଛେଳିଗଡ ସରପଞ୍‌ଡ ସନ୍ତୋଷୀ ପାଇକଙ୍କ ସମେତ ସମ୍ପାଦକ ରମାକାନ୍ତ ପ୍ରଧାନଙ୍କ ସମେତ ବିସ୍ଥାପିତ ହୋଇଥିବା ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ । ବିସ୍ଥାପିତ ଗ୍ରାମବାସୀଙ୍କ ଦାବୀ ଗୁଡିକ ସକାଶେ ସରକାରୀ ନିୟମାନୁଯାୟୀ ଯାହା ସମ୍ଭବ ସେଥି ନିମନ୍ତେ ପ୍ରକ୍ରିୟା ଚାଲିଛି । ସେମାନେ ଅଧିକା ସହାୟତା ନେଇ ଯେଉଁ ଦାବୀ ଉପସ୍ଥାପନ କରିଛନ୍ତି ତାହା ସରକାରଙ୍କ ବିଚାରଧିନ ବିଷୟବସ୍ତୁ ଅଟେ । ତେଣୁ ସେହି ଦାବୀଗୁଡିକୁ ନେଇ ସରକାରଙ୍କ ଅବଗତ ନିମନ୍ତେ ପଠାଇ ଦିଆଯାଇଛି ବୋଲି ଜିଲ୍ଲାପାଳ ମଧୁମିତା ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

ଗଜପତି ଜିଲ୍ଲା ଇପିଏ ରୁ ଦିଲ୍ଲୀପ କୁମାର ଶତପଥିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *