December 28, 2025
Home » ବେଆଇନ ଚାନ୍ଦା ଆଦାୟକୁ ବିଭିନ୍ନ ମହଲରେ ବିରୋଧ। ଚାନ୍ଦା ଆଦାୟକାରୀ ମାନଙ୍କ ବିରୋଧରେ ପୋଲିସ କାର୍ଯ୍ୟନୁଷ୍ଠାନ ଦାବି।

ବେଆଇନ ଚାନ୍ଦା ଆଦାୟକୁ ବିଭିନ୍ନ ମହଲରେ ବିରୋଧ। ଚାନ୍ଦା ଆଦାୟକାରୀ ମାନଙ୍କ ବିରୋଧରେ ପୋଲିସ କାର୍ଯ୍ୟନୁଷ୍ଠାନ ଦାବି।

0
WhatsApp Image 2025-10-11 at 2.48.05 PM

ଆଠଗଡ : କିଛିଦିନ ହେଲା ଆଠଗଡ ଅଞ୍ଚଳ ରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପ ର ଠିକା ସଂସ୍ଥା ଗୁଡିକରୁ କିଛି ଯୁବକ ଧମକ ଚମକ ଦେଇ ଚାନ୍ଦା ଆଦାୟ ଉଦ୍ୟମ କରିବା ଅଭିଯୋଗ ଆସୁଛି।ଟେଣ୍ଡର ପକାଇ ଯୋଗ୍ୟତା ହାସଲ କରି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ଠିକା ନେଇଥିବା ରାଜ୍ୟ ବାହାର ଠିକା ସଂସ୍ଥା ଗୁଡିକୁ ଟାର୍ଗେଟ କରାଯାଉଛି।ନିଜକୁ ଶାସକ ବିଜେପିର କର୍ମୀ ପରିଚୟ ଦେଇଥିବା କିଛି ଯୁବକ ସଂଘବଦ୍ଧ ଭାବେ ଶାସକ ଦଳର ଜଣେ ନେତାଙ୍କ ନାଁ ନେଇ ତାଙ୍କ ସହ ପରାମର୍ଶ କରେ କାର୍ଯ୍ୟ ଆରମ୍ଭ କରିବାକୁ ଧମକ ଦେଉଛନ୍ତି।ଏହାଦ୍ୱାରା ସଂପୃକ୍ତ ଠିକା ସଂସ୍ଥା କାର୍ଯ୍ୟ ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି।ଏଭଳି ଅବସ୍ଥା ଲାଗିରହିଲେ ଆଠଗଡ ରେ ଉନ୍ନୟନ କାର୍ଯ୍ୟ ଗୁରୁତର ପ୍ରଭାବିତ ହେବ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଉଛି।ପ୍ରଥମେ ଆଠଗଡ ସହର ମଧ୍ୟ ଦେଇ ଯାଇଥିବା ନରସିଂହ ପୁର – ଖୁଣ୍ଟୁଣି ରାସ୍ତା ର ଠିକା ସଂସ୍ଥାକୁ ଧମକ ଦିଆଯିବାରୁ ସଂପୃକ୍ତ ସଂସ୍ଥା କାର୍ଯ୍ୟ ବନ୍ଦ କରିଦେଇଛି।ସେହିପରି ଗତ ବୁଧବାର ଦିନ ସର୍ପେଶ୍ୱର – ଅନନ୍ତପୁର ସେତୁ କାର୍ଯ୍ୟର ନିର୍ମାଣ ଦାୟିତ୍ଵ। ନେଇଥିବା ଏଲ ରାଜ୍ୟ ବାହାର ଠିକା କମ୍ପାନୀ କିଛି ଯୁବକ ଧମକ ଦେଇ ସେତୁ ନିର୍ମାଣ ରେ ଲାଗୁଥିବା ବାଲି,ଚିପ୍ସ,ସିମେଣ୍ଟ ଓ ଲୁହା ରଡ଼ ଆଦିର ଯୋଗାଣ ଦାୟିତ୍ଵ ସେମାନଙ୍କୁ ଦେବାକୁ କହିବା ସହ ଅଭୟ ବାରିକ ଙ୍କ ସହ କଥା ହେବା ପରେ କାର୍ଯ୍ୟ ଆରମ୍ଭ କରିବାକୁ କହିଥିଲେ।ଏହି ବାର୍ତ୍ତାଳାପ ର ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି।ଏସବୁ ଜାଣିବା ପରେ ଆଠଗଡ ର ସଂଗଠନ,ସାମାଜିକ କର୍ମୀ ଏହି ବେଆଇନ କାର୍ଯ୍ୟକୁ ବିରୋଧ କରିବାକୁ ଅଣ୍ଟାଭିଡ଼ି ଆଗକୁ ବାହାରିଲେଣି। ସମାଜସେବୀ ଲକ୍ଷ୍ମୀନାରାୟଣ ଭଞ୍ଜ ,ପରିବେଶ ପ୍ରେମୀ ତଥା ଜୀବନ ସଂଘର୍ଷ ର ସଭାପତି ନିର୍ମଳ କୁମାର ଓ ଟିମ ଅଲୱେଜ ହେଲ୍ପ ଅଦର୍ଶ ସଂସ୍ଥା ପକ୍ଷରୁ ପିଙ୍କନ ସାହୁ ପୃଥକ୍ ଭାବେ ଏଥିପାଇଁ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।ଜୀବନ ସଂଘର୍ଷ ପକ୍ଷରୁ ଗୁରୁବାର ଆଠଗଡ ଉପଜିଲ୍ଲାପାଳ ଙ୍କୁ ସଭାପତି ନିର୍ମଳ କୁମାର ସାକ୍ଷାତ କରି ଏହି ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ଅସାମାଜିକ ଯୁବକ ଙ୍କ ବିରୋଧରେ ପ୍ରଶାସନ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି ପତ୍ର ଦେବା ସହ କଟକ ଜିଲ୍ଲାପାଳ,କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ ଓ ମାନ୍ୟବର ମୂଖ୍ୟମନ୍ତ୍ରୀ ଙ୍କୁ ଏହାର ନକଲ ପ୍ରଦାନ କରିଛନ୍ତି।ସେହିପରି ଟିମ ଅଲୱେଜ ହେଲ୍ପ ଅଦର୍ଶ ପକ୍ଷରୁ ପିଙ୍କନ୍ ସାହୁ ଙ୍କ ନେତୃତ୍ୱରେ ଏକ ଟିମ ସର୍ପେଶ୍ଵର୍ ସେତୁ ନିର୍ମାଣ ସ୍ଥଳ ପ୍ରଦର୍ଶନ କରି ସଂପୃକ୍ତ ଠିକା ସଂସ୍ଥା କାମ ଚାଲୁ ରଖିବାକୁ ଅନୁରୋଧ କରିବାସହ ସେମାନଙ୍କୁ ସମସ୍ତ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।ଆଜି ଶ୍ରୀ ସାହୁ ଆଠଗଡ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା,ମଣ୍ଡଳ ଉନ୍ନୟନ ଅଧିକାରୀ ଆକାଶ ପଣ୍ଡା , ପୂର୍ତ୍ତ ବିଭାଗ ର ନିର୍ବାହୀ ଯନ୍ତ୍ରୀ ଓ ଆଠଗଡ ଥାନା ଭାରପ୍ରାପ୍ତ ଅଧିକାରିଣୀ ଙ୍କୁ ସାକ୍ଷାତ କରି ସଂପୃକ୍ତ ଠିକା କମ୍ପାନୀ ଗୁଡ଼ିକୁ ତୁରନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେବା ଓ ନିରାପତ୍ତା ଯୋଗାଇବା ଦାବିରେ ଦାବିପତ୍ର ପ୍ରଦାନ କରିଥିଲେ।ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଶର୍ମା ତୁରନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ସେହିପରି ଆଠଗଡ ର ବିଭିନ୍ନ ପ୍ରକଳ୍ପ ଗୁଡ଼ିକ ର ନିର୍ମାଣ ଦାୟିତ୍ଵ ନେଇଥିବା ଠିକା ସଂସ୍ଥା କୁ ଧମକ ଚମକ ଦେଇ ଚାନ୍ଦା ମାଗିଥିବା ଅସାମାଜିକ ଯୁବକ ମାନଙ୍କୁ ଗିରଫ କରିବା ଓ ଠିକା ସଂସ୍ଥା ଗୁଡିକୁ ନିରାପତ୍ତା ଯୋଗାଇବାକୁ ପୋଲିସ କୁ ନିର୍ଦ୍ଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *