ବେଆଇନ ବିଦେଶୀ ମଦ କୋଠି ରେ ଅବକାରୀ ବିଭାଗ ର ଚଢ଼ାଉ, ଜଣେ ଗିରଫ
ଧର୍ମଗଡ : ଧର୍ମଗଡ ଅବକାରୀ ପୋଲିସ କୁ ବଡ଼ ସଫଳତା। ବେଆଇନ ବିଦେଶୀ ମଦ କୋଠି ରେ ଚଢ଼ାଉ। ଜିଲ୍ଲା ଅବକାରୀ ଅଧିକାରୀ ରଞ୍ଜନ କୁମାର ନାଏକ ଙ୍କ ନିର୍ଦେଶ କ୍ରମେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ବୋରଗୁଡା ସ୍ଥିତ ବେଆଇନ ବିଦେଶୀ ମଦ ଦୋକାନ ରେ ଅବକାରୀ ପୋଲିସ ଚଢ଼ାଉ କରିଛି। ଏଥିରେ ଅଭିଯୁକ୍ତ ମଦ ବ୍ୟବସାୟୀ ଭବସିନ୍ଧୁ ସାହୁ ଙ୍କ ପୁଅ ଦୀପକ ସାହୁ ଙ୍କୁ ଗିରଫ କରିବା ସହ ରକଫୋର୍ଡ଼, ମ୍ୟାକଡଲ ନମ୍ବର ୧, ଆଇବି, ମାଇଲ ଷ୍ଟୋନ ସମେତ ବିଭିନ୍ନ ବ୍ରାଣ୍ଡ ର ୧୨୯. ୫୨୫ ଲିଟର ବିଦେଶୀ ମଦ ଓ ୧୭୭ ଲିଟର ବିୟର ଜବତ ହୋଇଥିଲା। ଜବତ ମଦ ଅସଲି କି ନକଲି ତାହା କେମିକାଲ୍ ଟେଷ୍ଟ ପରେ ଜଣାପଡ଼ିବ ବୋଲି ଧର୍ମଗଡ ଅବକାରୀ ପୋଲିସ ଅଧିକାରୀ ଅରୁଣ କୁମାର ଯୋଶୀ ପ୍ରକାଶ କରିଛନ୍ତି।

ଏନେଇ ଅବକାରୀ ଥାନା କେଶ ନମ୍ବର ୨୩୩/୨୫/୨୬ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦୀପକ ସାହୁ ଙ୍କୁ କୋର୍ଟ ଚାଲାଣ କରାଯାଇଛି। ଚଢ଼ାଉ ରେ ଭବାନୀପାଟଣା ସଦର ଅବକାରୀ ଅଧିକାରୀ ହେମକାନ୍ତ ସୁନା, ଧର୍ମଗଡ ଅବକାରୀ ପୋଲିସ ଅଧିକାରୀ ଅରୁଣ କୁମାର ଯୋଶୀ, ଧର୍ମଗଡ ଓଆଇସି ପ୍ରତିମା ବେହେରା, ଜୁନାଗଡ଼ ଓଆଇସି ଲକ୍ଷ୍ମୀପ୍ରିୟା ମଲ୍ଲିକ ସମେତ ବିଭାଗୀୟ ଅଧିକାରୀ ସାମିଲ ହୋଇଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
